ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜର୍ମାନୀ ଚାନସେଲରଙ୍କ ସହ ଫୋନରେ କଥା ହୋଇଛନ୍ତି । ନୂତନ ଜର୍ମାନ ଚାନସେଲର ଭାବେ ଓଲାଫ ସ୍କୋଲଜ ଦାୟିତ୍ବ ନେବା ପରେ ଏହା ହେଉଛି ଉଭୟଙ୍କ ମଧ୍ୟରେ ପ୍ରଥମ ବାର୍ତ୍ତାଳାପ । ଆଜି ଏହି ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀ ଓଲାଫ ସ୍କୋଲଜଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେହିପରି ଭାରତ-ଜର୍ମାନୀ ଏକାଧିକ ଦ୍ବୀପାକ୍ଷିକ ପ୍ରସଙ୍ଗ ନେଇ ମଧ୍ୟ ଉଭୟ ନେତା ମତ ବିନିମୟ କରିଥିବା ସୂଚନା ରହିଛି ।
-
Spoke to @OlafScholz today and congratulated him on assuming charge as German Chancellor. I look forward to working with him to further strengthen the India-Germany Strategic Partnership, and to meeting him soon for the 6th Inter-Governmental Consultations.
— Narendra Modi (@narendramodi) January 5, 2022 " class="align-text-top noRightClick twitterSection" data="
">Spoke to @OlafScholz today and congratulated him on assuming charge as German Chancellor. I look forward to working with him to further strengthen the India-Germany Strategic Partnership, and to meeting him soon for the 6th Inter-Governmental Consultations.
— Narendra Modi (@narendramodi) January 5, 2022Spoke to @OlafScholz today and congratulated him on assuming charge as German Chancellor. I look forward to working with him to further strengthen the India-Germany Strategic Partnership, and to meeting him soon for the 6th Inter-Governmental Consultations.
— Narendra Modi (@narendramodi) January 5, 2022
ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସେ 6ତମ ଆନ୍ତଃ-ସରକାରୀ ବୈଠକ ଅବସରରେ ସେ ଓଲାଫ ସ୍କୋଲଜଙ୍କୁ ଭେଟିବାକୁ ମଧ୍ୟ ଅପେକ୍ଷା କରିଛନ୍ତି । ଆଜିର ବାର୍ତ୍ତାଳାପ ସମ୍ପର୍କରେ ନିଜେ ପ୍ରଧାନମନ୍ତ୍ରୀ ଏକ ଟ୍ବିଟ ମଧ୍ୟ କରିଛନ୍ତି ।
ସେହିପରି ଉଭୟ ନେତାଙ୍କ ମଧ୍ୟରେ ବାର୍ତ୍ତାଳପ ନେଇ ସରକାରୀ ଭାବେ କୁହାଯାଇଛି ଯେ, ଭାରତ-ଜର୍ମାନୀ ରଣନୌତିକ ତଥା ଦ୍ବିପାକ୍ଷିକ ଭାଗିଦାରୀକୁ ମଜବୁତ କରିବାରେ ପୂର୍ବତନ ସାନସେଲର ଆଞ୍ଜେଲା ମୋର୍କେଲଙ୍କ ଅତୁଳନୀୟ ଅବଦାନ ଥିଲା । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଞ୍ଜେଲା ମର୍କେଲଙ୍କୁ ମଧ୍ୟ ମନେ ପକାଇବା ସହ କୃତଜ୍ଞତା ଜଣାଇଛନ୍ତି । ସେହିପରି ଦୁଇ ଦେଶ ମଧ୍ୟରେ ସହଯୋଗର ସେହି ପୂର୍ବ ଧାରା ସ୍କୋଲଜଙ୍କ ନେତୃତ୍ୱରେ ମଧ୍ୟ ଜାରି ରହିବା ନେଇ ଆଶା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ