ETV Bharat / bharat

ମିଲଖା ସିଂଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ଟ୍ରାକ କିମ୍ବଦନ୍ତୀ ମିଲଖା ସିଂଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

author img

By

Published : Jun 4, 2021, 12:00 PM IST

ମିଲଖା ସିଂଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ
ମିଲଖା ସିଂଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

ନୂ୍‌ଆଦିଲ୍ଲୀ: ଟ୍ରାକ କିମ୍ବଦନ୍ତୀ ମିଲଖା ସିଂଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଛି ଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇ ଚଣ୍ଡିଗଡରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମିଲଖା ।

ଖୁବ ଶୀଘ୍ର ସୁସ୍ଥ ହୋଇ ଫେରିବେ ମିଲଖା ଏହା ସହିତ ଟୋକିଓ ଅଲମ୍ପିକ୍ସରେ ଭାଗ ନେବାକୁ ଥିବା ସମସ୍ତ ଅଶଂଗ୍ରହଣକାରୀଙ୍କୁ ଆର୍ଶୀବାଦ ସହିତ ପ୍ରେରଣା ଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କିଛିଦିନ ତଳେ 91ବର୍ଷୀୟ ମିଲଖା କୋରୋନାରେ ଆକ୍ରାନ୍ତ ହୋଇଥିଲେ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ଅକ୍ସିଜେନ ସ୍ତର କମିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମିଲଖାଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।

କିମ୍ବଦନ୍ତୀ ଆଥଲେଟ ମିଲଖା 4ଥର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । 1958 ରାଜ୍ୟ ଗୋଷ୍ଠୀ କ୍ରୀଡା ଚମ୍ପିଆନ ମଧ୍ୟ ରହିଛନ୍ତି । ତେବେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ 1960 ରୋମ ଅଲମ୍ପିକ୍ସରେ ଦେଖିବାକୁ ମିଳିଥିଲା । 400 ମିଟର ଦୌଡ ଇଭେଣ୍ଟରେ ଚତୁର୍ଥ ସ୍ଥାନରେ ରହିଥିଲେ ମିଲଖା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.