ETV Bharat / bharat

ଦିନେ ବାହାରୁ ହ୍ବାଇଟ ହାଉସ ଦେଖିଥିଲେ ମୋଦି, ଆଜି ଅତିଥି - ହ୍ବାଉଟ ହାଉସରେ ମୋଦି

ସମୟର ବଡ ପରିବର୍ତ୍ତନ । ଜଣେ ସାଧାରଣ ନାଗରିକ ଭାବେ ଏକଦା ଆମେରିକା ଗସ୍ତରେ ଯାଇ ହ୍ବାଇଟ ହାଉସକୁ ବାହାରୁ ଦେଖିଥିଲେ ଆଜି ହ୍ବାଉଟ ହାଉସର ରାଷ୍ଟ୍ରୀୟ ଅତିଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

pm modi speaking at White House
ଦିନେ ବାହାରୁ ହ୍ବାଇଟ ହାଉସ ଦେଖିଥିଲେ ମୋଦି
author img

By

Published : Jun 23, 2023, 8:09 AM IST

ହାଇଦ୍ରାବାଦ: ସମୟ ବଡ ବଳବାନ । କେତେବେଳେ କାହା ପାଇଁ ଯେ ବଦଳେ ତାର କୌଣସି ସମୟ ନଥାଏ । ମଣିଷର ସ୍ଥିତି ପରିସ୍ଥିତି ଭାଗ୍ୟ କିଭଳି ବଦଳିଥାଏ ତାହାର ଜ୍ବଳନ୍ତ ଉଦାହରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ଆମେ ଏହି କଥା କାହିଁକି କହୁଛୁ ତାହା ପଛରେ ବିରାଟ କାରଣ ରହିଛି । ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ତାଙ୍କ ଜୀବନର 30 ବର୍ଷ ପୂର୍ବ ଏକ ଘଟଣା ହିଁ ଭାଗ୍ୟ ସମୟ ଯେ କିପରି ବଦଳି ପାରେ ତାହା ସ୍ପଷ୍ଟ କରିଛି । 1993ରେ ମୋଦି କୌଣସି ପଦବୀରେ ନଥାଇ ଏକଦା ଆମେରିକା ଗସ୍ତ କରିଥିଲେ । ସେବେ ସେ ହ୍ବାଇଟ ହାଉସକୁ ବାହାରୁ ଦେଖିଥିଲେ ମାତ୍ର ଆଜି ସେ ହ୍ବାଉଟ ହାଉସରେ ରାଷ୍ଟ୍ରୀୟ ଅତିଥି । ଏହା ସମୟ ଚକ୍ରର ପରିବର୍ତ୍ତନ ନୁହେଁ ତ ଆଉ କଣ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ଆମେରିକା ଗସ୍ତରେ ଗତକାଲି (ଗୁରୁବାର) ତାଙ୍କୁ ହ୍ବାଉଟ ହାଉସରେ ଭବ୍ୟ ରାଜକୀୟ ସ୍ବାଗତ କରାଯାଇଥିଲା । ଏହାପରେ ସେଠାରେ ସେ ଅଭିବାଦନ ଗ୍ରହଣ କରିଥିଲେ । ଏହା ପରେ ସେଠାରେ ଉପସ୍ଥିତ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ମୋଦି କହିଥିଲେ ଯେ,'' ଏଠାରେ ଯେଉଁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ସେଥିପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କୃତଜ୍ଞତା ଜଣାଉଛି । ଏହା କେବଳ ମୋର ସମ୍ମାନ ନୁହେଁ 140 କୋଟି ଭାରତୀୟଙ୍କ ସମ୍ମାନ ଓ ଗୌରବ । ଆମେରିକାରେ ରହୁଥିବା 40ଲକ୍ଷ ଭାରତୀୟଙ୍କ ପାଇଁ ମଧ୍ୟ ସମ୍ମାନ । ଆଜିକୁ 30 ବର୍ଷ ପୂର୍ବେ ଜଣେ ସାଧାରଣ ନାଗରିକ ଭାବେ ମୁଁ ଆମେରିକା ଆସିଥିଲି । ସେବେ ହ୍ବାଉଟ ହ୍ବାଉସକୁ ମୁଁ ବାହାରୁ ଦେଖିଥିଲି । ପ୍ରଧାନମନ୍ତ୍ରୀ ହେବା ପରେ ଅନେକ ଥର ଏଠାକୁ ଆସିଛି । ମାତ୍ର ପ୍ରଥମ ଥର ପାଇଁ ହ୍ବାଉଟ ହାଉସ ଫାଟକକୁ ବହୁ ସଂଖ୍ୟକ ପ୍ରବାସୀ ଭାରତୀୟଙ୍କ ପାଇଁ ଖୋଲି ଦିଆଯାଇଛି ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ପ୍ରବାସୀ ଭାରତୀୟଙ୍କ ପରିଶ୍ରମ, ନିଷ୍ଠା ଓ ପ୍ରତିଭା ଲାଗି ଆମେରିକାରେ ଭାରତର ମାନ ବଢାଇଛି । ପ୍ରବାସୀ ଭାରତୀୟ ହିଁ ଆମ ସମ୍ପର୍କର ଭାରତର ଅସଲ ଶକ୍ତି । ଭାରତ ଓ ଆମେରିକାର ବ୍ୟବସ୍ଥା ଲୋକତାନ୍ତ୍ରିକ ମୂଲ୍ୟ ଉପରେ ଆଧାରିତ । ଆମେ ଦୁଇ ଦେଶ ଆମ ବିବିଧତା ଉପରେ ଗର୍ବ କରୁ । ଭାରତ ଓ ଆମେରିକାର ମିତ୍ରତା ସମଗ୍ର ବିଶ୍ବର ସାମର୍ଥ୍ୟକୁ ବଢାଇବାର ସହାୟକ ହେବ । ବିଶ୍ବର ମଙ୍ଗଳ, ଶାନ୍ତି, ସମୃଦ୍ଧି ଓ ସ୍ଥିରତା ପାଇଁ ଭାରତ ଓ ଆମେରିକା ପ୍ରତିଶ୍ରୁତିବଦ୍ଧ ।''

ଏହା ବି ପଢନ୍ତୁ...ଭାରତ-ଆମେରିକା ଦୁଇ ଗୌରବଶାଳୀ ଦେଶ: ବାଇଡେନ

ଏହା ବି ପଢନ୍ତୁ...PM Modi at White House: ମିଳିତ ଅଭିବାଦନ ଗ୍ରହଣ କଲେ ମୋଦି-ବାଇଡେନ

ପ୍ରକାଶଥାଉ କି, 1993 ମସିହାରେ ମୋଦି ଆମେରିକା ଯାଇଥିଲେ । ସେବେ ସେ ତାଙ୍କର ଜଣେ ବନ୍ଧୁ ସି କେ ପଟେଲଙ୍କ ଘରେ ରହିଥିଲେ । ସେଠାରେ ସେ 4 ଦିନ ରହିଥିଲେ । ଯେଉଁମାନେ ଆମେରିକା ଯାଆନ୍ତି ତାଙ୍କ ପାଇଁ ଅନ୍ୟତମ ଆକର୍ଷଣ ଥାଏ ହ୍ବାଉଟ ହାଉସ । ସେବେ ମୋଦି ବାହାରୁ ଛିଡା ହୋଇ ହ୍ବାଉଟ ହାଉସ ଦେଖିଥିଲେ । 30 ବର୍ଷ ବର୍ଷେ ସବୁ ବଦଳିଛି ଆଜି ସେ ହ୍ବାଉଟ ହାଉସରେ ରାଷ୍ଟ୍ରୀୟ ଅତିଥି ଭାବେ ଉପସ୍ଥିତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.