ETV Bharat / bharat

ଦିଲ୍ଲୀ ଫେରିଲେ ପିଏମ ମୋଦି, ଢୋଲ-ବାଜା ସହ ସ୍ବାଗତ କଲେ ଦଳୀୟ ନେତା

୩ ଦିନିଆ ଆମେରିକା ଗସ୍ତ ପରେ ସ୍ବଦେଶ ଫେରିଲେ ମୋଦି । ଦିଲ୍ଲୀ ଏୟାରପୋର୍ଟରେ ଖୁବ୍ ଧୁମଧାମରେ ପ୍ରଧାନମନ୍ତ୍ରୀଙ୍କୁ କରାଗଲା ସ୍ବାଗତ । ଅଧିକ ପଢନ୍ତୁ...

ଦିଲ୍ଲୀ ଫେରିଲେ ପିଏମ ମୋଦି, ଢୋଲ-ବାଜା ସହ ଏୟାରପୋର୍ଟରେ ସ୍ବାଗତ କଲେ ଦଳୀୟ ନେତା

author img

By

Published : Sep 26, 2021, 12:55 PM IST

ନୂଆଦିଲ୍ଲୀ: ସ୍ବଦେଶ ଫେରିଲେ ମୋଦି । ୩ ଦିନିଆ ଆମେରିକା ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦି ରବିବାର ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଛନ୍ତି । ଆମେରିକାରେ ସେ କ୍ବାଡ ଲିଡର୍ସ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ମିଳିତ ଜାତିସଂଘ ସାଧାରଣ ସଭା(UNGA) ସମ୍ବୋଧିତ କରିଥିଲେ । କ୍ବାର୍ଡ ସମ୍ମିଳନୀରେ କ୍ଷେତ୍ରୀୟ ଶାନ୍ତିରୁ ନେଇ କୋରୋନା, ଆତଙ୍କବାଦ ଓ ଆଫଗାନିସ୍ତାନ ମୁଦ୍ଦା ଉପରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଥିଲା ।

ପ୍ରଧାନମନ୍ତ୍ରୀ ଏୟାରପୋର୍ଟରେ ପହଞ୍ଚିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ଏବଂ ତରୁଣ ଚୁଗ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ଦିଲ୍ଲୀ ବିଜେପି ସଭାପତିଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଢୋଲ, ନାଗାଡା ସହ ଖୁବ୍ ଧୁମଧାମରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି ।

ମୋଦିଙ୍କ ଆମେରିକା ଗସ୍ତ ଅବସରରେ ହ୍ବାଇଟହାଉସରେ ୨ ହାଇପ୍ରୋଫାଇଲ ନେତାଙ୍କ ଭେଟଘାଟ ହୋଇଥିଲା । ମୋଦି ଓ ଜୋ ବାଇଡେନ ଦ୍ବିପାକ୍ଷିକ ଆଲୋଚନା କରିଥିଲେ । ସେଠାରେ ସେ ବାଇଡେନଙ୍କ ସମେତ ଉପରାଷ୍ଟ୍ରପତି କମଲା ହାରିସ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କୁ ସାକ୍ଷାତ କରିଥିଲେ । ଏଥିସହ ସେଠାକାର ଟପ୍ 5 CEOମାନଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.