ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗସ୍ତ ସମୟରେ ପୁଣେରେ ଅନେକ ବିକାଶମୂଳକ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବା ସହ ମେଟ୍ରୋ ରେଳ ସେବାର ଉଦଘାନ କରିବେ । ଏହାପୂର୍ବରୁ ପୁଣେରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଗସ୍ତ ପୂର୍ବରୁ ସମସ୍ତ ପାରାଗ୍ଲାଇଡିଂକୁ ବାରଣ କରାଯାଇଥିବା ବେଳେ ଆକାଶରେ ଉଡିବନି ହଟବେଲୁନ । ପୁଣେ ଜିଲ୍ଲାପାଳ ରାଜେଶ ଦେଶମୁଖ ଏକ ନିର୍ଦ୍ଦେଶନାମା ଜାରି କରି ଏହି ସୂଚନା ଦେଇଛନ୍ତି । ଆଜି ମଧ୍ୟ ରାତ୍ରରୁ ଆରମ୍ଭ କରି ଆସନ୍ତାକାଲି ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି ରହିବ । ଏହି ନିୟମ ଯଦି କେହି ଉଲ୍ଲଘନ କରେ ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।
@ANI