ETV Bharat / bharat

ରୁଟି ବେଲିଲେ ବିଲ୍‌ ଗେଟ୍ସ, ପ୍ରଶଂସା କଲେ ମୋଦି

author img

By

Published : Feb 4, 2023, 9:07 PM IST

ବିଲ୍‌ ଗେଟ୍ସଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଂଶସା । ଗେଟ୍ସ ଭାରତୀୟ ଡିସ୍ ରୁଟି ତିଆରି କରୁଥିବାର ଦେଖି ପ୍ରଶଂସା କରିଛନ୍ତି ମୋଦି । ଅଧିକ ପଢ଼ନ୍ତୁ

ବିଲ୍‌ ଗେଟ୍ସଙ୍କ ରୁଟି ତିଆରି କରିବାର ଏକ ଭିଡିଓ ଦେଖି ପ୍ରଶଂସା କରିଛନ୍ତି ମୋଦି

ବିଲ୍‌ ଗେଟ୍ସଙ୍କ ରୁଟି ତିଆରି କରିବାର ଏକ ଭିଡିଓ ଦେଖି ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଂଶସା । ବିଲ୍‌ ଗେଟ୍ସଙ୍କ ରୁଟି ତିଆରି କରିବାର ଏକ ଭିଡିଓ ଦେଖି ପ୍ରଶଂସା କରିଛନ୍ତି ମୋଦି । ଗେଟ୍ସ ଭାରତୀୟ ଡିସ୍ ରୁଟି ତିଆରି କରୁଥିବାର ଦେଖି ମୋଦି ତାଙ୍କୁ ଉତ୍ସାହିତ କରିଛନ୍ତି । ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏକ ଭାରତୀୟ ରୁଟି ତିଆରି କରି ଭିଡିଓ ସେୟାର କରିବା ପରେ ତାହା ଇଣ୍ଟରନେଟରେ ବେଶ ଭାଇରାଲ ହୋଇଛି । ଗେଟ୍ସଙ୍କ ଏହି ଉଦ୍ୟମକୁ ଭାରତର ପ୍ରଧାନମନ୍ତ୍ରୀ ପ୍ରସଂଶା କରିବା ସହ ତାଙ୍କୁ ମିଲେଟ୍ ଅର୍ଥାତ ମାଣ୍ଡିଆ ଜାତୀୟ ଶସ୍ୟ ରେ ବି ରୋଟି ତିଆରି କରିବାକୁ ପରାମର୍ଶ ଦେଇଛନ୍ତି ।

  • .@BillGates and I had a blast making Indian Roti together. I just got back from Bihar, India where I met wheat farmers whose yields have been increased thanks to new early sowing technologies and women from "Didi Ki Rasoi" canteens who shared their expertise in making Roti. pic.twitter.com/CAb86CgjR3

    — Eitan Bernath (@EitanBernath) February 2, 2023 " class="align-text-top noRightClick twitterSection" data=" ">

ତେବେ ଗତ ୨ ତାରିଖରେ ଫେମସ ରୋଷେୟା ଇଟନ ବର୍ନଥ ନିଜ ସୋସିଆଲ ମିଡିଆ ସାଇଟରେ ବିଲ୍‌ ଗେଟ୍ସ ରୁଟି ତିଆରି କରିବା ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ । ଇଟନ ଭିଡିଓ ସେୟାର କରି ଲେଖିଛନ୍ତି, "ବିଲ୍ ଗେଟ୍ସ ଏବଂ ମୁଁ ଏକଠୀ ରୁଟି ତିଆରି କରିବାରେ ବହୁତ ମଜା କରିଛୁ ।’’ ଏହାସହ ଇଟନ ଲେଥିଛନ୍ତି ମୁଁ ନିକଟରେ ଭାରତର ବିହାର ଗସ୍ତ କରିଥିଲି । ବିହାରର କୃଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ‘ଦିଦି କି ରୋଷେଇ’ରେ କିମ କରୁଥିବା ସମସ୍ତ ମହିଳାଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି ଯେଉଁମାନେ ମତେ ରୁଟି ତିଆରି କରିବା ଶିଖାଇଛନ୍ତି ।

ଭିଡିଓରେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ପରିଚୟ ଦେଇ ରୋଷେୟା ଇଟନ୍ ବର୍ନାଥଙ୍କ ସହ ଏହି ଭିଡିଓ ଆରମ୍ଭ କରିଥିଲେ । ଏହା ପରେ,ସେ ବିଲ୍ ଗେଟ୍ସଙ୍କୁ ଆଟା ଚକଡିବା ଏବଂ ରୁଟି ବେଲିବା ଶୁଖାଇଥିଲେ । ଏହି ସମୟରେ, ବର୍ନାଥ ଗେଟ୍ସଙ୍କୁ କହିଛନ୍ତି ଯେ ସେ ଭାରତ ଗସ୍ତ ସମୟରେ ବିହାରର 'ଦିଦି କି ରୋଷେଇ' ର ମହିଳାଙ୍କଠାରୁ ରୁଟି ତିଆରି ଶିଖିଥିଲେ।

ଏହି ଭିଡିଓ ଅପଲୋଡ୍ ହେବା ମାତ୍ରେ ୨.୫ ଲକ୍ଷରୁ ଅଧିକ ଲୋକ ଏହାକୁ ଟ୍ୱିଟରରେ ଦେଖିଛନ୍ତି । ଭିଡିଓରେ ଗେଟ୍ସ କହିଛନ୍ତି ଯେ ସେ ଦୀର୍ଘ ସମୟ ପରେ ରୋଷେଇ କରୁଛନ୍ତି । ବର୍ନାଥ ଗେଟ୍ସଙ୍କୁ ତିଆରି କରିବାରେ ସାହାଯ୍ୟ କରିଥିବା ବେଳେ ତାଙ୍କ ରୁଟିକୁ ଗୋଲ କରିବାର ଟ୍ରିକ୍ ମଧ୍ୟ କହିଥିଲେ । ବିଲ୍ ଗେଟ୍ସ ମଧ୍ୟ ଭାରତୀୟ ରୁଟିର ପ୍ରଶଂସା କରିଥିଲେ। ସେ କହିଥିଲେ, ରୁଟି ବହୁତ ଭଲ ଏବଂ ସ୍ୱାଦିଷ୍ଟ ମଧ୍ୟ । ସମୟ ମିଳିଲେ ସେ ପୁଣି ଏହାକୁ ତିଆରି କରିବକୁ ଚେଷ୍ଟା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.