ETV Bharat / bharat

ବର୍ଷର ଦ୍ୱିତୀୟ ମନ କି ବାତ୍: ଓଡିଆ ଯୁବକଙ୍କ ପ୍ରଶଂସାରେ ମୋଦି - #Odisha's Arakhuda

ଆଜି 'ମନ୍ କି ବାତ୍'ରେ ଓଡିଆ ଯୁବକ ସିଲୁ ନାୟକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ଜଗତସିଂହପୁର ନାଉଗାଁ ବ୍ଲକ ଅରଖକୁଦର ସିଲୁ ନାୟକ ଯୁବପିଢିଙ୍କୁ ସେନାରେ ଭର୍ତ୍ତି ପାଇଁ ତାଲିମ ଦେଉଥିବାରୁ ତାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ବର୍ଷର ଦ୍ୱିତୀୟ ମନ କି ବାତ୍ : ଓଡିଆ ଯୁବକଙ୍କ ପ୍ରଶଂସାରେ ମୋଦି

author img

By

Published : Feb 28, 2021, 1:10 PM IST

Updated : Feb 28, 2021, 2:18 PM IST

ନୂଆଦିଲ୍ଲୀ: ଆଜି 'ମନ୍ କି ବାତ୍'ରେ ଓଡିଆ ଯୁବକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାର ଜଗତସିଂହପୁର ନାଉଗାଁ ବ୍ଲକ ଅରଖକୁଦ ରୋହିଆ ଗ୍ରାମର ସିଲୁ ନାୟକ । ଯିଏ ସେନାରେ ସାମିଲ ନେଇ ଯୁବପିଢିଙ୍କୁ ମାଗଣା ତାଲିମ ଦେଉଛନ୍ତି । ତାଙ୍କ ଠାରୁ ଟ୍ରେନିଂ ନେଇ ଅନେକ ଯୁବକ ସେନାରେ ଭର୍ତ୍ତି ହୋଇଥିବାରୁ ତାଙ୍କର କାହାଣୀ କହିଛନ୍ତି ମୋଦି । ପ୍ରଥମେ 2016ରେ OISF ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସରେ କାର୍ଯ୍ୟ ଆରମ୍ଭ କରିଥିଲେ। ହେଲେ ଓଡ଼ିଆ ଯୁବକମାନେ ସେନା ବାହିନୀର ବିଭିନ୍ନ ପରୀକ୍ଷାରେ ଫେଲ ମାରୁଥିବା ଦେଖି ତାଙ୍କୁ ବିବ୍ରତ କରିଥିଲା । ଯାହାଫଳରେ ସେ ଚାକିରି ଛାଡି ନିଜ ଗାଁକୁ ଫେରି ଆସିଥିଲେ ଓ ଆରମ୍ଭ କରିଥିଲେ ମହାଗୁରୁ ବାଟାଲିଅନ ।

ବର୍ଷର ଦ୍ୱିତୀୟ ମନ କି ବାତ୍ କାର୍ଯ୍ୟକ୍ରମରେ ନିଜର ବିଫଳତା କେମିତି ଅନ୍ୟମାନଙ୍କୁ ସଫଳ କରିବା ପାଇଁ ପ୍ରେରଣା ଯୋଗାଇଲା ତାହା ବଖାଣିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ତାଲିମ କେନ୍ଦ୍ର ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାଦ୍ବାରା ପୂରା ଦେଶ ଏବେ ଏହି ଓଡିଆ ଯୁବକଙ୍କୁ ଚିହ୍ନି ପାରିଛି ।

ଏହା ମଧ୍ୟ ପଢନ୍ତୁ...

https://react.etvbharat.com/oriya/odisha/state/jagatsinghpur/mahavir-battalion-army-training-centre-help-hundreds-of-boys-to-enter-army-in-jagatsinghpur/or20210212190300615

ସିଲୁ ନାୟକ, ସାମରିକ ଓ ଅର୍ଦ୍ଧସାମରିକ ସେନାବାହୀନିରେ ଭର୍ତ୍ତି ହେବାକୁ ସ୍ବପ୍ନ ଦେଖୁଥିବା ଯୁବପିଢିଙ୍କୁ ତାଲିମ କେନ୍ଦ୍ରରେ ବିଭିନ୍ନ ଶାରିରୀକ, ମାନସିକ ସ୍ତରରେ ପ୍ରଶିକ୍ଷଣ ଦିଅନ୍ତି । ଏଥିପାଇଁ ସେ ପିଲାଙ୍କ ଠାରୁ କୌଣସି ଅର୍ଥ ନନେଇ ବରଂ ସମ୍ପୂର୍ଣ୍ଣ ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି । ଏଠାରୁ ପ୍ରଶିକ୍ଷଣ ପାଇ 50ରୁ ଅଧିକ ଯୁବକ ଏବେ ଭାରତୀୟ ସେନା ବାହିନୀରେ ଯୋଗ ଦେଇ ସାରିଲେଣି। ଏବେ ଆହୁରି 60 ଜଣ ତାଲିମ କେନ୍ଦ୍ରରେ ତାଲିମ ନେବା ଜାରି ରଖିଛନ୍ତି ।

ସିଲୁଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ରୋହିଆ ଅରଖ କୁଦ ହୋଇଥିବା ତାଙ୍କର ଏହି କାମରେ ବାପା ବାଲୁଙ୍କି ନାୟକ ଓ ତାଙ୍କ ଭାଇ ପ୍ରେରଣା ଦିଅନ୍ତି । ଏବେ ସୁଦ୍ଧା ବାଲିକୁଦା, ନାଉଗାଁ ଓ ଜଗତସିଂହପୁରର ଶତାଧିକ ଯୁବକ ସଞ୍ଜ ଓ ସକାଳେ ସେନା ପ୍ରଶିକ୍ଷଣ ନେଉଥିବା ଦେଖିବାକୁ ମିଳୁଛି।

Last Updated : Feb 28, 2021, 2:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.