ETV Bharat / bharat

ଜନନାୟକ ଜୟପ୍ରକାଶଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି - ପ୍ରଧାନମନ୍ତ୍ରୀ

ଲୋକନାୟକ ଭାବେ ପରିଚିତ ଜୟପ୍ରକାଶ ନାରାୟଣଙ୍କର ଆଜି ୧୧୯ତମ ଜନ୍ମବାର୍ଷିକୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ଯାହା ଭାରତ ଇତିହାସରେ ଏକ ଅବିସ୍ମରଣୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ...

ଜନନାୟକ ଜୟପ୍ରକାଶଙ୍କ ଜନ୍ମବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

author img

By

Published : Oct 11, 2021, 1:52 PM IST

ନୂଆଦିଲ୍ଲୀ: ଲୋକନାୟକ ଭାବେ ପରିଚିତ ଜୟପ୍ରକାଶ ନାରାୟଣଙ୍କର ଆଜି ୧୧୯ତମ ଜନ୍ମବାର୍ଷିକୀ । ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ଯାହା ଭାରତ ଇତିହାସରେ ଏକ ଅବିସ୍ମରଣୀୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହିତ ମହାନ ଦୂର ଦୃଷ୍ଟିସମ୍ପନ୍ନ ନାନାଜୀ ଦେଶମୁଖଙ୍କ ୧୦୫ତମ ଜନ୍ମବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୋଦି । ଦେଶମୁଖ ନିଜ ଜୀବନକୁ ଗ୍ରାମୀଣ ବିକାଶ ପାଇଁ ଉତ୍ସର୍ଗ କରିଥିବା କହିଛନ୍ତି ମୋଦି ।

  • Tributes to Loknayak JP on his Jayanti. He was a remarkable personality, who left an indelible mark on India’s history. He devoted himself to public welfare initiatives and was at the forefront of protecting India’s democratic ethos. We are deeply inspired by his ideals. pic.twitter.com/jx7et8MOzJ

    — Narendra Modi (@narendramodi) October 11, 2021 " class="align-text-top noRightClick twitterSection" data=" ">

ସେ ଆହୁରି କହିଛନ୍ତି ଲୋକନାୟକ ଜେ.ପି ଜନକଲ୍ୟାଣମୂଳକ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଥିଲେ ଏବଂ ଭାରତର ଗଣତାନ୍ତ୍ରିକ ନୈତିକତା ରକ୍ଷା କରିବାରେ ସେ ଆଗରେ ଥିଲେ । ଆମେ ତାଙ୍କ ଆଦର୍ଶରେ ସବୁବେଳେ ଅନୁପ୍ରାଣିତ ବୋଲି ଟ୍ବିଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

୧୯୨୯ରେ କଂଗ୍ରେସରେ ଯୋଗ ଦେଇଥିଲେ ଜୟପ୍ରକାଶ । ଭାରତ ଛାଡ ଆନ୍ଦୋଳନର ଅନ୍ୟତମ ପ୍ରମୁଖ ଚେହେରା ଥିଲେ ଜୟପ୍ରକାଶ ନାରାୟଣ । 1999 ମସିହାରେ ତାଙ୍କୁ ଭାରତର ସର୍ବୋଚ୍ଚ ନାଗରିକ ପୁରସ୍କାର ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ 1970 ଦଶକ ମଧ୍ୟଭାଗରେ ତାଙ୍କୁ ବିରୋଧ କରିଥିବାରୁ ସେ ସ୍ମରଣୀୟ ହୋଇଥିଲେ । ରାଜନୈତିକ, ଆର୍ଥିକ, ସାମାଜିକ, ଶୈକ୍ଷିକ ଓ ଆଧ୍ୟାତ୍ମିକ ବିପ୍ଳବ ପାଇଁ ସଂପୂର୍ଣ୍ଣ କ୍ରାନ୍ତିର ଆହ୍ବାନ ନେଇଥିଲେ ଜୟପ୍ରକାଶ ।

୧୯୭୭ରେ ଜରୁରୀ ପରିସ୍ଥିତି ଉଚ୍ଛେଦ ପରେ ଜୟପ୍ରକାଶଙ୍କ ନେତୃତ୍ବରେ ଜନତା ପାର୍ଟି ଗଠନ ହୋଇଥିଲା । ୧୯୭୭ ସାଧାରଣ ନିର୍ବାଚନରେ ଜନତା ପାର୍ଟି କଂଗ୍ରେସକୁ ପରାସ୍ତ କରି ଦେଶର ପ୍ରଥମ ଅଣକଂଗ୍ରେସ ଦଳ ଭାବେ କେନ୍ଦ୍ରରେ ସରକାର ଗଢିଥିଲେ । ସମାଜ ସେବା ପାଇଁ ୧୯୬୫ରେ ରାମନ ମାଗସେସେ ପୁରସ୍କାର ପ୍ରଦାନ କରାଯାଇଥିଲା । ୧୯୭୯ ଅକ୍ଟୋବର ୮ରେ ଏହି ଜନନାୟକଙ୍କ ପରଲୋକ ଘଟିଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.