ETV Bharat / bharat

ଶହୀଦ ଦିବସରେ ଭାରତମାତାର ବୀରପୁତ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁଜ

ପ୍ରତିବର୍ଷ ମାର୍ଚ୍ଚ ୨୩ ତାରିଖକୁ ଶହୀଦ ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ଆଜି ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Mar 23, 2022, 10:08 AM IST

Updated : Mar 23, 2022, 12:34 PM IST

ନୂଆଦିଲ୍ଲୀ: ଭାରତ ସ୍ବାଧୀନତା ଇତିହାସରେ ଅମର ଶହୀଦ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ନାମ ଓ ବଳିଦାନ ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ । ତାଙ୍କ ବଳିଦାନକୁ ମନେ ପକାଇବା ପାଇଁ ପ୍ରତବର୍ଷ ମାର୍ଚ୍ଚ ୨୩ ତାରିଖକୁ ଶହୀଦ ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ଆଜି ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • शहीद दिवस पर भारत माता के अमर सपूत वीर भगत सिंह, सुखदेव और राजगुरु को कोटि-कोटि नमन। मातृभूमि के लिए मर मिटने का उनका जज्बा देशवासियों को सदैव प्रेरित करता रहेगा। जय हिंद!

    — Narendra Modi (@narendramodi) March 23, 2022 " class="align-text-top noRightClick twitterSection" data=" ">

ଟ୍ବିଟ କରି ମୋଦି କହିଛନ୍ତି, ଶହୀଦ ଦିବସରେ ଭାରତମାତାର ଅମର ବୀରପୁତ୍ର ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କୁ ମୋର କୋଟି କୋଟି ପ୍ରଣାମ । ମାତୃଭୂମି ପାଇଁ ନିଜ ଜୀବନକୁ ସେମାନେ ବଳି ଦେଇଛନ୍ତି । ତାଙ୍କର ଏହି ବଳିଦାନ ଦେଶବାସୀଙ୍କୁ ସର୍ବଦା ପ୍ରେରଣା ଦେବ ବୋଲି କହିଛନ୍ତି ପିଏମ ମୋଦି । ଶହୀଦ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ କୋଲକାତାରେ ଆଭାସି ଜରିଆରେ ବିପ୍ଳବୀ ଭାରତ ଗ୍ୟାଲେରୀର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପଞ୍ଜାବରେ ନୂଆ କରି ସରକାର ଗଢିଥିବା ଆମ ଆଦମୀ ପାର୍ଟି ମାର୍ଚ୍ଚ ୨୩କୁ ସରକାରୀ ଛୁଟି ଘୋଷଣା କରିଛନ୍ତି ।

ଶହୀଦ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ଖୁବ କମ ବୟସରେ ଦେଶ ପାଇଁ ଜୀବନ ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ପ୍ରଭାବିତ ହୋଇ ସ୍କୁଲ ଛାଡି ଥିଲେ ଭଗତ ସିଂହ । ଏହାପରେ ଲାହୋରରେ ଲାଲା ଲଜପତ ରାୟ ସ୍ଥାପନ କରିଥିବା ନ୍ୟାସନାଲ କଲେଜରେ ପଢିଥିଲେ । ସେଠାରେ ସୁଖଦେବ ଓ ରାଜଗୁରୁଙ୍କ ଭଳି କ୍ରାନ୍ତିକାରୀଙ୍କ ସହ ଦେଖା ହୋଇଥିଲା ।

ଲାଲା ଲଜପତ ରାୟଙ୍କ ହତ୍ୟା ପ୍ରତିଶୋଧ ନେବାକୁ ଇଂରେଜ ଅଧିକାରୀ ଜନ ସାଣ୍ଡର୍ସଙ୍କୁ ହତ୍ୟା କରିଥିଲେ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ । ଏହା ସେମାନଙ୍କୁ ଇଂରେଜଙ୍କ କୋପ ଦୃଷ୍ଟିକୁ ଆଣିଥିଲା । ଏଥିଲାଗି ସେମାନଙ୍କୁ ଆଜୀବନ ଜେଲଦଣ୍ଡ ମିଳିଥିଲା । ୧୯୩୧ ମସିହା ମାର୍ଚ୍ଚ ୨୩ରେ ଲାହୋର ସେଣ୍ଟ୍ରାଲ ଜେଲରେ ସାଣ୍ଡର୍ସଙ୍କ ହତ୍ୟା ଅଭିଯୋଗରେ ଭଗତ ସିଂହ, ରାଜଗୁରୁ ଓ ସୁଖଦେବଙ୍କୁ ଫାଶୀ ଦିଆଯାଇଥିଲା । କମ ବୟସରେ ଦେଶ ପାଇଁ ତାଙ୍କ ବଳିଦାନକୁ ମନେ ରଖିବା ଏହି ଦିବସର ଉଦ୍ଦେଶ୍ୟ ।

@ANI

Last Updated : Mar 23, 2022, 12:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.