ETV Bharat / bharat

ପ୍ରମୁଖ ସ୍ୱାମୀ ନଗର ମହାରାଜ ଶତାବ୍ଦୀ ମହୋତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ଅହମ୍ମଦାବାଦରେ ପ୍ରମୁଖ ସ୍ବାମୀ ନଗର ମହାରାଜ ଶତାବ୍ଦୀ ମହୋତ୍ସବକୁ ଉଦାଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (INAUGURAL FUNCTION OF PRAMUKH SWAMI NAGAR MAHARAJ) । କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ ସାମିଲ । ଅଧିକ ପଢନ୍ତୁ

ପ୍ରମୁଖ ସ୍ବାମୀ ନଗର ମହାରାଜ ଶତାବ୍ଦୀ ଉଦାଘାଟନ କାର୍ଯ୍ୟକ୍ରମରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

author img

By

Published : Dec 14, 2022, 10:08 PM IST

ହାଇଦ୍ରାବାଦ: ଆଜି (ବୁଧବାର)ଠାରୁ ଅହମ୍ମଦାବାଦର ଓଗନାଜରେ ପ୍ରମୁଖ ସ୍ୱାମୀଙ୍କ ଶତବାର୍ଷିକୀ ମହୋତ୍ସବ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି (INAUGURAL FUNCTION OF PRAMUKH SWAMI NAGAR MAHARAJ) । ଏହି ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହନ୍ତ ସ୍ୱାମୀଙ୍କ ଉପସ୍ଥିତିରେ ପ୍ରାର୍ଥନା ଏବଂ ରୀତିନୀତି ଅନୁଯାୟୀ ଏହି ମହୋତ୍ସବର ଶୁଭାରମ୍ଭ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଏହି ଉତ୍ସବରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଏବଂ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ ।

ଅହମ୍ମଦାବାଦ ସହରର ଓଗନାଜ ଠାରେ ପ୍ରମୁଖ ସ୍ୱାମୀଙ୍କ ଶତବାର୍ଷିକୀ ମହୋତ୍ସବ ଆରମ୍ଭ ହୋଇଛି । ସାଇନ୍ସ ସିଟି-ଓଗନାଜ ମଧ୍ୟରେ ସର୍ଦ୍ଦାର ପଟେଲ ରିଙ୍ଗରୋଡ କଡରେ 600 ଏକର ପରିମିତ ଜମିରେ ଏକ ବିଶାଳ ସ୍ବାମୀ ନାରାୟଣ ନଗର ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାର ଉଦଘାଟନ କରିଛନ୍ତି ।

ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମହୋତ୍ସବର ଉଦଘାଟନ କରିବା ପରେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହନ୍ତ ସ୍ବାମୀ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ପ୍ରମୁଖ ସ୍ୱାମୀଙ୍କ ପାଦ ପୂଜନ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ମହୋତ୍ସବରେ ଉଦଘାଟନୀ ସଂଧ୍ୟାରେ ପ୍ରାୟ 1 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶ୍ରଦ୍ଧାଳୁମାନେ ରାଜଧାନୀ ଅହମ୍ମଦାବାଦ ସମେତ ରାଜ୍ୟର ବିଭିନ୍ନ ସହରରୁ ଆସି ଏଠାରେ ପହଞ୍ଚିଛନ୍ତି ।

ପ୍ରଧାନମନ୍ତ୍ରୀ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ରାଜ୍ୟ ମନ୍ତ୍ରୀ ଜଗଦୀଶ ବିଶ୍ୱକର୍ମା ଏବଂ ଅହମ୍ମଦାବାଦ ମେୟର ପ୍ରମୁଖ ପ୍ରୋଟକଲ ଅନୁସାରେ ସ୍ବାଗତ କରିଥିଲେ । ପରେ ଅପରାହ୍ନରେ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.