ଗାନ୍ଧୀନଗର: ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ(Heeraben Modi Passes Away ) । ୧୦୦ ବର୍ଷ ବୟସରେ ଆଜି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା । ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟ ଯୋଗେ ସୂଚନା ଦେବା ସହ ଦୁଃଖ ପ୍ରକାଶ କରିଛନ୍ତି । ଅହମ୍ମଦାବାଦର ୟୁଏନ ମେହେଟା ହସ୍ପିଟାଲରେ(UN Mehta Hospital) ଚିକିତ୍ସାଧୀନ ଅବସ୍ଥାରେ ଭୋର ୩.୩୦ ମିନିଟ ସମୟରେ ତାଙ୍କର ଦେହାନ୍ତ ହୋଇଛି ।
ଗୋଟେ ଶତାବ୍ଦୀ ଶେଷ ହୋଇଛି
-
शानदार शताब्दी का ईश्वर चरणों में विराम... मां में मैंने हमेशा उस त्रिमूर्ति की अनुभूति की है, जिसमें एक तपस्वी की यात्रा, निष्काम कर्मयोगी का प्रतीक और मूल्यों के प्रति प्रतिबद्ध जीवन समाहित रहा है। pic.twitter.com/yE5xwRogJi
— Narendra Modi (@narendramodi) December 30, 2022 " class="align-text-top noRightClick twitterSection" data="
">शानदार शताब्दी का ईश्वर चरणों में विराम... मां में मैंने हमेशा उस त्रिमूर्ति की अनुभूति की है, जिसमें एक तपस्वी की यात्रा, निष्काम कर्मयोगी का प्रतीक और मूल्यों के प्रति प्रतिबद्ध जीवन समाहित रहा है। pic.twitter.com/yE5xwRogJi
— Narendra Modi (@narendramodi) December 30, 2022शानदार शताब्दी का ईश्वर चरणों में विराम... मां में मैंने हमेशा उस त्रिमूर्ति की अनुभूति की है, जिसमें एक तपस्वी की यात्रा, निष्काम कर्मयोगी का प्रतीक और मूल्यों के प्रति प्रतिबद्ध जीवन समाहित रहा है। pic.twitter.com/yE5xwRogJi
— Narendra Modi (@narendramodi) December 30, 2022
ମୋଦି ଟ୍ବିଟ କରି କହିଛନ୍ତି, "ଭଗବାନଙ୍କ ଚରଣରେ ଗୋଟେ ଶତାବ୍ଦୀ ଶେଷ ହୋଇଛି । ମାଆଙ୍କ ଭିତରେ ମୁଁ ସର୍ବଦା ତ୍ରିଶକ୍ତି ଅନୁଭବ କରିଛି । ପ୍ରଥମ ହେଲା ତପସ୍ବୀର ଯାତ୍ରା, ନିଶ୍ବାର୍ଥପର କର୍ମଯୋଗୀ ଏବଂ ଜୀବନର ମୂଲ୍ୟ ବୁଝିପାରୁଥିବା ମଣିଷ ।"
ବୁଧବାର ଅସୁସ୍ଥ ହୋଇପଡିଥିଲେ ହୀରାବେନ
ଗତ ବୁଧବାର ଦିନ ମୋଦିଙ୍କ ମାଆ ହୀରାବେନ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଅହମ୍ମଦାବାଦର ୟୁଏନ ମେହେଟା ହସ୍ପିଟାଲରେ(UN Mehta Hospital) ଭର୍ତ୍ତି କରାଯାଇଥିଲା । ମୋଦି ମଧ୍ୟ ହସ୍ପିଟାଲକୁ ଯାଇ ମାଆଙ୍କ ସ୍ବାସ୍ଥ୍ୟଅବସ୍ଥା ପଚାରିବୁଝିଥିଲେ । ବୁଧବାର ରାତିରୁ ହୀରାବେନଙ୍କ ଓରାଲ ଡାଏଟ ଆରମ୍ଭ କରାଯାଇଥିଲା । ତେବେ ହୀରାବେନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଆସନ୍ତା ଦୁଇ ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ବୋଲି ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆଜି ସକାଳୁ ତାଙ୍କର ପରଲୋକ ହୋଇଛି ।
ଚଳିତ ବର୍ଷ 100 ତମ ଜନ୍ମଦିନ ପାଳିଥିଲେ ହୀରାବେନ ମୋଦି
ତେବେ ମୋଦି ମାଆଙ୍କ ୧୦୦ ତମ ଜନ୍ମଦିନକୁ ମନେ ପକାଇଛନ୍ତି । ସେହି ସମୟରେ ମୋଦିଙ୍କୁ କହିଥିବା କଥାକୁ ସ୍ମରଣ କରିଛନ୍ତି ମୋଦି । ପ୍ରକାଶଯୋଗ୍ୟ ଯେ, ହୀରାବେନ ମୋଦିଙ୍କ ୧୦୦ ତମ ଜନ୍ମଦିନରେ ସେ ଲେଖିଥିଲେ, "ଦୁନିଆର ଯେକୌଣସି କୋଣ, କୌଣସି ଦେଶ, ପ୍ରତ୍ୟେକ ଶିଶୁର ମନରେ ସବୁଠାରୁ ମୂଲ୍ୟବାନ ସ୍ନେହ ହେଉଛି ମାଆ ପାଇଁ । ମାଆ କେବଳ ଆମ ଶରୀରକୁ ନୁହେଁ ବରଂ ଆମର ମନ, ବ୍ୟକ୍ତିତ୍ୱ, ଆମର ଆତ୍ମବିଶ୍ୱାସକୁ ମଧ୍ୟ ଆକୃଷ୍ଟ କରେ । ନିଜ ପିଲାମାନଙ୍କ ପାଇଁ କିଛି କରିବା ବେଳେ ସେ ନିଜକୁ ଭୁଲିଯାଆନ୍ତି।"
ହୀରାବେନଙ୍କୁ ପ୍ରିୟରେ ସମସ୍ତେ ଡାକୁଥିଲେ ହିରବା
ହୀରାବେନ ମୋଦିଙ୍କୁ ସମସ୍ତେ ହିରବା ବୋଲି ଡାକୁଥିଲେ । ସେ ଗାନ୍ଧୀନଗରର ରାୟସନ ଗ୍ରାମରେ ମୋଦିଙ୍କ ଭାଇ ପଙ୍କଜ ମୋଦିଙ୍କ ସହ ରହୁଥିଲେ । ମୋଦି ପ୍ରାୟତଃ ରାୟସନ ଯାଇ ମାଆଙ୍କ ସହ ସମୟ ବିତାଉଥିଲେ । ଗୁଜୁରାଟ ବିଧାନସଭା ନିର୍ବାଚନରେ ଭୋଟ ଦେବା ପୂର୍ବରୁ ମୋଦି ମାଆଙ୍କ ସହ ଭେଟି ଆଶୀର୍ବାଦ ନେଇଥିଲେ ।
ଭିସି ଜରିଆରେ ପ୍ରଧାନମନ୍ତ୍ରୀ କରିପାରନ୍ତି ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ
ଆଜି ମୋଦିଙ୍କ ପଶ୍ଚିମବଙ୍ଗ ଗସ୍ତର କାର୍ଯ୍ୟକ୍ରମ ରହିଥିଲା । ବ୍ୟସ୍ତବହୁଳ ହାୱଡା ଏବଂ ଜଲପାଇଗୁଡି ମଧ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ପପ୍ରେସର ଶୁଭାରମ୍ଭ କରିଥାନ୍ତେ । ଏହାସହ ପଶ୍ଚିମବଙ୍ଗର ଅନେକ କାର୍ଯ୍ୟସୂଚୀ ରହିଥିଲା । ତେବେ ମାଆଙ୍କ ଦେହାନ୍ତ ଖବର ଶୁଣି ମୋଦି ଗୁଜୁରାଟରେ ଥିବାବେଳେ ସେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ ବୋଲି ସୂଚନା ରହିଛି ।
ମୋଦିଙ୍କ ପରିବାର
ହୀରାବେନଙ୍କ ବିବାହ ମେହେରାଣା ବଡନଗରର ଦାମୋଦର ଦାସ ମୂଳଚନ୍ଦ୍ର ମୋଦିଙ୍କ ସହ ହୋଇଥିଲା । ପରିବାରର ଅବସ୍ଥା ଠିକ ନଥିବା ଯୋଗୁଁ ହୀରାବେନ ଅନ୍ୟ ଘରେ କାମ କରୁଥିଲେ । ସ୍ବାମୀ ଷ୍ଟେସନରେ ଚାହା ବିକ୍ରି କରୁଥିଲେ ହେଲେ ଅତି କମ ବୟସରେ ଦାମୋଦର ଦାସଙ୍କ ଦେହାନ୍ତ ହୋଇଯାଇଥିଲା । ହୀରାବେନଙ୍କ ୪ଟି ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି । ତେବେ ୧୮ ବର୍ଷ ବୟସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ମୋଦି । କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜ ସ୍ତ୍ରୀକୁ ଛାଡି ହିମାଳୟ ଚାଲିଯାଇଥିଲେ । ତେବେ ୨୦୦୧ରେ ପ୍ରଥମଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ସେ ଲଗାତାର ୪ ଥର ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ