ETV Bharat / bharat

ନିର୍ମାଣାଧୀନ ନୂଆ ସଂସଦ ଭବନରେ ଅଚାନକ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

author img

By

Published : Mar 30, 2023, 10:57 PM IST

ନିର୍ମାଣାଧୀନ ନୂଆ ସଂସଦ ଭବନରେ ଅଚାନକ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଙ୍ଗରେ ଥିଲେ ବାଚସ୍ପତି ଓମ୍‌ ବିର୍ଲା । ଅଧିକ ପଢନ୍ତୁ

ନିର୍ମାଣାଧୀନ ନୂଆ ସଂସଦ ଭବନରେ ଅଚାନକ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା
ନିର୍ମାଣାଧୀନ ନୂଆ ସଂସଦ ଭବନରେ ଅଚାନକ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା

ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ନିର୍ମାଣାଧୀନ ନୂଆ ସଂସଦ ଭବନରେ ଅଚାନକ ଗସ୍ତରେ ଯାଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଙ୍ଗରେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ପରେ ସମଗ୍ର ବିଲ୍ଡିଂ ବୁଲି ଦେଖିଥିଲେ । ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଓ ଅନ୍ୟମାନଙ୍କ ସହ ଆଲୋଚନା ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ନିର୍ମାଣ କାର୍ଯ୍ୟ ଦାୟିତ୍ବରେ ଥିବା ଅଧିକାରୀ ଓ ଯନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ ।

ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧୀନରେ ଏହି ନୂତନ ତଥା ଅତ୍ଯାଧୁନିକ ସଂସଦ ଭବନର ନିର୍ମାଣ ଜାରି ରହିଛି । ଏହା ଭାରତୀୟ ଗଣତନ୍ତ୍ରର ଏକ ବିରଳ କୀର୍ତ୍ତିମାନ ହେବାକୁ ଯାଉଛି । ବର୍ତ୍ତମାନର ଆବଶ୍ୟକତାକୁ ଦେଖି ଅତ୍ୟନ୍ତ ଭବ୍ୟ ଓ ଆଧୁନିକତାର ସହ ଏହାକୁ ନିର୍ମାଣ କରାଯାଉଛି । ଯାହା ବିଶ୍ବର ସର୍ବବୃହତ ଲୋକତନ୍ତ୍ରର ସର୍ବଶ୍ରେଷ୍ଟ ଅନୁଷ୍ଠାନ ହେବାକୁ ଯାଉଛି । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ-ପ୍ରୋଜେକ୍ଟ ମଧ୍ୟ କୁହାଯାଏ । ଏହାପୂର୍ବରୁ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଥରେ ନୂତନ ସଂସଦ ଭବନ ପରିଦର୍ଶନ କରିସାରିଥିବା ବେଳେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ସହ ବାର୍ତ୍ତାଳାପ କରିଥିଲେ ଏବଂ ସେମାନଙ୍କୁ ରାମନବମୀର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ।

ଓମ ବିର୍ଲା କହିଥିଲେ, "ଯେଉଁ ଶ୍ରମିକମାନେ ସେମାନଙ୍କର ପରିଶ୍ରମ ଦ୍ୱାରା ଗଣତନ୍ତ୍ରର ମନ୍ଦିର ନିର୍ମାଣ କରୁଛନ୍ତି, ସେମାନେ ପ୍ରଶଂସା ପାଇବାକୁ ଯୋଗ୍ୟ । ଏହି ଶ୍ରମିକମାନଙ୍କ ମଧ୍ୟରୁ ଅନେକ ହେଉଛନ୍ତି ଯେଉଁମାନେ ଏହି କୋଠାର ମୂଳଦୁଆ ପକାଇବା ପରଠାରୁ ଏଠାରେ ଅଛନ୍ତି ।" ଭିତ୍ତିପ୍ରସ୍ତର ସ୍ଥାପନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ବେଳେ କାର୍ଯ୍ୟ ପ୍ରାୟତଃ ଶେଷ ହୋଇ ଆସିଲଣି । ଆଜି ପ୍ରଧାନମନ୍ତ୍ରୀ ଏହି ଭବ୍ୟ ସୌଧର ବିଭିନ୍ନ ଭାଗ ପରିଦର୍ଶନ କରି ଏହାର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏକ ସେଫ୍ଟି କ୍ୟାପ୍‌ ପିନ୍ଧି ପ୍ରଧାନମନ୍ତ୍ରୀ ମୋଦି ଯନ୍ତ୍ରୀ ଓ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀଙ୍କ ସହ ଆଲୋଚନା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏଠାରେ ପ୍ରଧାନମନ୍ତ୍ରୀ ପ୍ରାୟ ଏକ ଘଣ୍ଚାରୁ ଅଧିକ ସମୟ କାଟିଥିଲେ । ପ୍ରାୟ ସମସ୍ତ କାର୍ଯ୍ୟ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା । ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.