ETV Bharat / bharat

15ରେ ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ, କୋରୋନା କାଳରେ କାଶୀ ଯିବେ ମୋଦି

author img

By

Published : Jul 11, 2021, 10:39 PM IST

15ରେ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା କାଳରେ ପାଖାପାଖି 8 ମାସ ପରେ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

15ରେ ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ, କୋରୋନା କାଳରେ କାଶୀ ଯିବେ ମୋଦି
15ରେ ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ, କୋରୋନା କାଳରେ କାଶୀ ଯିବେ ମୋଦି

ନୂଆଦିଲ୍ଲୀ: ଆସନ୍ତା 15ରେ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପ୍ରମୁଖ ସଚିବ ଓ ଡିଜିପି ବାରାଣାସୀ ପହଁଞ୍ଚି ସମୀକ୍ଷା କରିଛନ୍ତି ।

ମୋଦିଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମସ୍ଥଳ କାଶୀ ବିଶ୍ବନାଥ ମନ୍ଦିର, ସମ୍ପୂର୍ଣ୍ଣାନନ୍ଦର ସଂସ୍କୃତ ବିଶ୍ବ ବିଦ୍ୟାଳୟ, ଋଦ୍ରାକ୍ଷ କନଭେସନ ସେଣ୍ଟର ଓ ମାର୍କେଟ ହାଉସର ସୁରକ୍ଷାକୁ ନେଇ ବୈଠକ ହୋଇଛି ।

ମହାମାରୀ କୋରୋନା କାଳରେ ପାଖାପାଖି 8 ମାସ ପରେ ନିଜ ସଂସଦୀୟ କ୍ଷେତ୍ର ବାରାଣାସୀ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ 5ରୁ 6 ଘଣ୍ଟା ବାରାଣାସୀରେ ବିତାଇବେ ପ୍ରଧାନମନ୍ତ୍ରୀ ।

ପିଏମ ବାରାଣାସୀ ଗସ୍ତରେ ଯାଇ 10ଟି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ 1500 କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.