ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରୀୟ ଭିଜିଲାନ୍ସ କମିଶନଙ୍କ(CVC) ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ସିଭିସିଙ୍କ ନୂତନ 'ଅଭିଯୋଗ ପରିଚାଳନା ସିଷ୍ଟମ ପୋର୍ଟାଲ'ର (Complaint Management System portal) ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀରୁ ଏହି ସଚେତନତା ସପ୍ତାହ ଆରମ୍ଭ ହୋଇଛି । ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଜୀବନ ସଚ୍ଚୋଟ ପାରଦର୍ଶିତା ଏବଂ ଲୋକଙ୍କ ସେବା ପାଇଁ ସମର୍ପିତ ଥିଲା ।
-
Delhi | PM Narendra Modi launches the new Complaint Management System portal of the Central Vigilance Commission (CVC) pic.twitter.com/HhWwr8Qp7X
— ANI (@ANI) November 3, 2022 " class="align-text-top noRightClick twitterSection" data="
">Delhi | PM Narendra Modi launches the new Complaint Management System portal of the Central Vigilance Commission (CVC) pic.twitter.com/HhWwr8Qp7X
— ANI (@ANI) November 3, 2022Delhi | PM Narendra Modi launches the new Complaint Management System portal of the Central Vigilance Commission (CVC) pic.twitter.com/HhWwr8Qp7X
— ANI (@ANI) November 3, 2022
ଏହି ପ୍ରତିବଦ୍ଧତା ସହ ସତର୍କତାକୁ ନେଇ ଜାଗୃତିର ଏହି ଅଭିଯାନ ଜାରି ରହିଛି । ଏଥର ବିକଶିତ ଭାରତ ପାଇଁ ଭ୍ରଷ୍ଟାଚାର ମୁକ୍ତ ଭାରତ ସଂକଳ୍ପ ନେଇ ସଚେତନତା ସପ୍ତାହ ଚାଲିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ବିକଶିତ ଭାରତ ପାଇଁ ବିଶ୍ବାସ ଓ ବିଶ୍ବସନୀୟତା ଦୁଇଟି ଜିନିଷ ନିହାତି ଆବଶ୍ୟକ । ଏହା ସରକାରଙ୍କ ଉପରେ ଜନତାଙ୍କ ଆତ୍ମ ବିଶ୍ବାସ ବଢାଏ । ଗୁଲାମିର ଲମ୍ବା ସମୟରୁ ଆମକୁ ଭଷ୍ଟ୍ରାଚାର, ଶୋଷଣରୁ ଯେଉଁ ଲେଗାସି ମିଳିଛି ତାହାକୁ ଦୁର୍ଭାଗ୍ୟ ସହ ସ୍ବାଧୀନତା ପରେ ବିସ୍ତାର ମିଳିଛି । ଆଜାଦୀର ଏହି ଅମୃତ କାଳରେ ଆମକୁ ଏହାକୁ ବଦଳାଇବାକୁ ହେବ ।
-
PM @narendramodi launches new Complaint Management System portal of Central Vigilance Commission (CVC)
— PIB India (@PIB_India) November 3, 2022 " class="align-text-top noRightClick twitterSection" data="
The portal is envisioned to provide end to end information to the citizens through regular updates on the status of their complaints
Watch a short film📽️ pic.twitter.com/v60yJfF0zg
">PM @narendramodi launches new Complaint Management System portal of Central Vigilance Commission (CVC)
— PIB India (@PIB_India) November 3, 2022
The portal is envisioned to provide end to end information to the citizens through regular updates on the status of their complaints
Watch a short film📽️ pic.twitter.com/v60yJfF0zgPM @narendramodi launches new Complaint Management System portal of Central Vigilance Commission (CVC)
— PIB India (@PIB_India) November 3, 2022
The portal is envisioned to provide end to end information to the citizens through regular updates on the status of their complaints
Watch a short film📽️ pic.twitter.com/v60yJfF0zg
୮ ବର୍ଷର ଶ୍ରମ ସାଧନା ପରେ ଏବେ ଭ୍ରଷ୍ଟାଚାର ବିରୋଧରେ ଲଢେଇର ସମୟ ଆସିଯାଇଛି । ବିଗତ ୮ ବର୍ଷରେ ଆଭାବ ଭିତରେ ତିଆରି ହୋଇଥିଲା ବ୍ୟବସ୍ଥାକୁ ବଦଳାଇବାକୁ ପ୍ରୟାସ କରାଯାଉଛି । ଏ ନେଇ ଆମକୁ ୩ଟି ରାସ୍ତା ବାଛିବାକୁ ହେବ । ପ୍ରଥମ ରାସ୍ତା ଏକ ଆଧୁନିକ ଟେକ୍ନୋଲୋଜି, ଦ୍ବିତୀୟ ମୂଳ ସୁବିଧା ତୃତୀୟ ଆତ୍ମିର୍ଭରର ରାସ୍ତା । କୌଣସି ବି ସରକାରୀ ଯୋଜନା ହେଉ ତାହାକୁ ହିତାଧୀକାରୀଙ୍କ ନିକଟରେ ପହଞ୍ଚାଇବା ଜରୁରୀ । ସମାଜରେ ଭେଦଭାବର କୌଣସି ସ୍ଥାନ ନାହିଁ । ଆମ ସରକାରଙ୍କ ଦ୍ବାରା ସମସ୍ତ ଯୋଜନା ସିନ୍ଧାନ୍ତ ଆପଣା ଯାଇଛି ।
ପ୍ରତି ଘରେ ପାଣି, ଗରିବଙ୍କ ମୁଣ୍ଡକୁ ଛାତ, ବିଦ୍ୟୁତ, ଗରିବଙ୍କୁ ଗ୍ୟାସ୍ ଯୋଗାଇ ଦିଆଯାଇଛି । ଏକ ବିକଶିତ ଭାରତ ପାଇଁ ଭ୍ରଷ୍ଟାଚାରରୁ ଦୂରରେ ରହିବାକୁ ହେବ । ଏନେଇ ଏକ ଆଡମିନିଷ୍ଟ୍ରିସେନ ଇକୋସିଷ୍ଟମ ବିକଶିତ କରିବାକୁ ହେବ । ଭ୍ରଷ୍ଟାଚାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସିଭିସିଙ୍କ ଭଳି ସଂଗଠନ ଡିଫେଣ୍ଡିଂ ହେବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏହା ବି ପଢନ୍ତୁ...Gujarat Assembly Polls: ଡିସେମ୍ବର ୧ ଓ ୫ରେ ଗୁଜୁରାଟ ନିର୍ବାଚନ
ପ୍ରକାଶ ଥାଉ କି, ଚଳିତ ବର୍ଷ ଅକ୍ଟୋବର ୩୧ରୁ ନଭେମ୍ବର ୬ ତାରିଖ ଯାଏଁ ଏହି ସଚେତନତା ସପ୍ତାହ ପାଳନ କରାଯିବ । ଏହି ସପ୍ତାହର ବିଷୟବସ୍ତୁ 'ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତିମୁକ୍ତ ଭାରତ' । ଏହି ବିଷୟବସ୍ତୁ ଉପରେ ସିଭିସିଙ୍କ ଦ୍ବାରା ଦେଶବ୍ୟାପୀ ପ୍ରବନ୍ଧ ପ୍ରତିଯୋଗିତା ପରିଚାଳିତ ହୋଇଛି । ଏହି ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରଦାନ କରିବେ ।