ETV Bharat / bharat

ସହଜ ହେବ ସାମଗ୍ରୀ ପରିବହନ, ଆସିଲା ଜାତୀୟ ଲଜିଷ୍ଟିକ ନୀତି - ଜାତୀୟ ଲଜିଷ୍ଟିକ ନୀତିର ଶୁଭାରମ୍ଭ

ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଜାତୀୟ ଲଜିଷ୍ଟିକ ନୀତି ନୀତିର (National Logistics Policy) ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

pm launches National Logistics Policy
ଜାତୀୟ ଲଜିଷ୍ଟିକ ନୀତି ଆଣିଲେ ପ୍ରଧାନମନ୍ତ୍ରୀ
author img

By

Published : Sep 18, 2022, 9:59 AM IST

ନୂଆଦିଲ୍ଲୀ: ବିକଶିତ ଭାରତ ନିର୍ମାଣ ପକ୍ଷେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ଦେଶ । ଦେଶରେ ସାମଗ୍ରୀ ପରବହନ ଦ୍ରୁତ ଗତିରେ ହେବ । ସାମଗ୍ରୀ ପରିବହନ ସହଜ ହେବ । ପରିବହନକୁ ନେଇ ଜଡିତ ଚ୍ୟାଲେଞ୍ଜ ସମାପ୍ତ ହେବ । ଉଦ୍ୟୋଗୀମାନଙ୍କ ସମୟ ଓ ଟଙ୍କା ବଞ୍ଚିପାରିବ। ଘରୋଇ ତଥା ରପ୍ତାନୀ ବଜାରକୁ ଭାରତୀୟ ସାମଗ୍ରୀର ବାଧାମୁକ୍ତ ପରିବହନ ହେବ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଲଜିଷ୍ଟିକ ନୀତିର ଶୁଭାରମ୍ଭ କରିଛନ୍ତି (PM Launches National Logistics Policy)। ଏହି ନୀତି ଦ୍ବାରା ଶିଳ୍ପର ଗତି ବଢିବ ଏବଂ ଦେଶରେ ଲଜିଷ୍ଟିକ୍ସ ଖର୍ଚ୍ଚ କମିବ । ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଏହି ନୀତିର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଭାରତରେ ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବା ଜରୁରୀ ହୋଇପଡିଛି । ଘରୋଇ ତଥା ରପ୍ତାନୀ ବଜାରରେ ଭାରତୀୟ ସାମଗ୍ରୀର ପରିବହନ ବଢାଇବା ପାଇଁ ଏହା ନିତାନ୍ତ ଆବଶ୍ୟକ । ଲଜିଷ୍ଟିକ୍ସ ଖର୍ଚ୍ଚ କମିବା ଦ୍ବାରା ଅର୍ଥନୈତିକ ଅଭିବୃଦ୍ଧି ତ୍ବରାନ୍ବିତ ହେବ । ଉଦ୍ୟୋଗୀମାନେ ଉପକୃତ ହେବେ । ୨୦୧୪ରୁ ସରକାର ବ୍ୟବସାୟିକ ସୁଗମତା ଏବଂ ସହଜ ଜୀବନ ଧାରଣରେ ସୁଧାର ଆଣିବା ଉପରେ ବିଶେଷ ଗୁରୁତ୍ବାରୋପ କରି ଆସୁଛନ୍ତି । ଏ ଦିଗରେ ନୂଆ ନୂଆ ସଂସ୍କାର ଅଣାଯାଉଛି । ଏହି ନୀତି ଦ୍ବାରା ଅର୍ଥନୈତିକ ଅଭିବୃଦ୍ଧି ତ୍ବରାନ୍ବିତ ହେବା ସହ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଦେଶରେ ଲଜିଷ୍ଟିକ୍ସ ଖର୍ଚ୍ଚ ଜିଜିପି 13 ପ୍ରତିଶତ ଥିବାବେଳେ ଲଜିଷ୍ଟିକ୍ସ ନୀତି ଦ୍ବାରା ଏହାକୁ 7.5 ପ୍ରତିଶତ କମ କରାଯାଇପାରିବ। ଶିଳ୍ପ ପାଇଁ ଜାତୀୟ ଲଜିଷ୍ଟିକ୍ସ ନୀତି ଗେମ ଚେଞ୍ଜର ଭାବେ କାମ କରିବ । ଏହା ଦ୍ବାରା ଅର୍ଥନୈତିକ କାର୍ଯ୍ୟକଳାପ ବଢିବା ସହିତ ଭାରତକୁ ଏକ ଲଜିଷ୍ଟିକ୍ସ ହବ ଭାବେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ନୀତି ଜରିଆରେ ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ଉନ୍ନତି ଘଟିବ ବୋଲି ଆଶା କରାଯାଉଛି । ବିଶ୍ବରେ 25 ରାଷ୍ଟ୍ର ମଧ୍ୟରେ ଭାରତକୁ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀ ଗତିଶକ୍ତି ମାଷ୍ଟରପ୍ଲାନକୁ ଆଗେଇ ନେଇ ଜାତୀୟ ଲଜିଷ୍ଟିକ୍ସ ନୀତି ସେବା ଓ ମାନବ ସମ୍ବଳ କ୍ଷେତ୍ରରେ ଉନ୍ନତି ଆଣିବ ।

ଏହା ବି ପଢନ୍ତୁ...ଆଜିଠୁ ୧୧ଦିନିଆ US ଗସ୍ତରେ ଯିବେ ଜୟଶଙ୍କର, UNGA ବୈଠକରେ ହେବେ ସାମିଲ

ପରିବହନରେ ବିଳମ୍ବ କାରଣରୁ ହେଉଥିବା କ୍ଷତିରୁ ମୁକ୍ତି ଦେବ ଜାତୀୟ ଲଜିଷ୍ଟିକ୍ସ ନୀତି । ସମସ୍ତ ବ୍ୟବସ୍ଥାର ସୁଧାର ଆସିବ । ସମସ୍ତଙ୍କ ମଧ୍ୟରେ ଏକ ସମନ୍ବୟ ସ୍ଥାପିତ ହେବା ସହ ପରବହନରେ ଚାହୁଁଥିବା ଗତି ମିଳିବ ବୋଲି ନୀତିର ଶୁଭାରମ୍ଭ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁନିଆରେ 5ଟି ବଡ ଅର୍ଥ ବ୍ୟବସ୍ଥା ରହିଛି । ଦେଶ ବଦଳୁଛି । ସମୟ ଥିଲା ଆମେ ପାରା ଛାଡୁଥିଲୁ ଆଜି ଚିତା ଛାଡିଛୁ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସାମଗ୍ରୀ ଚିତାର ଗତି ଭଳି ହେଉ । ସେହି ଦ୍ରୁତ ଗତିରେ ଦେଶ ଆଗକୁ ବଢିବାକୁ ଚାହୁଁଛି । ଆଜି ଭାରତ ଏକ୍ସପୋର୍ଟର ନୂଆ ଦିଗ ପ୍ରସ୍ତୁତ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଜାତୀୟ ଲଜିଷ୍ଟିକ୍ସ ପଲିସି ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋୟଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଓ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.