ETV Bharat / bharat

ପ୍ରୋଜେକ୍ଟ ଟାଇଗର: ବାଘ ସଂଖ୍ୟା 3167କୁ ବୃଦ୍ଧି - ପ୍ରୋଜେକ୍ଟ ଟାଇଗର ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା

ଦେଶରେ 'ପ୍ରୋଜେକ୍ଟ ଟାଇଗର' 50 ବର୍ଷ ପୂରଣ କରିଛି । ପ୍ରୋଜେକ୍ଟ ଟାଇଗରର ସଫଳତା କେବଳ ଭାରତ ପାଇଁ ନୁହେଁ ବିଶ୍ବ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ପ୍ରୋଜେକ୍ଟ ଟାଇଗର ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା
PM Modi on Project Tiger
author img

By

Published : Apr 9, 2023, 2:29 PM IST

ବେଙ୍ଗାଲୁରୁ: 'ପ୍ରୋଜେକ୍ଟ ଟାଇଗର’ର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘ ଗଣନା ଘୋଷଣା କରିଛନ୍ତି । 2022 ଗଣନା ଅନୁଯାୟୀ ବାଘ ସଂଖ୍ୟା ଘୋଷଣା ହୋଇଛି । ଦେଶରେ ବାଘ ସଂଖ୍ୟା 3167କୁ ବୃଦ୍ଧି ହୋଇଛି। ଦେଶରେ 'ପ୍ରୋଜେକ୍ଟ ଟାଇଗର' 50 ବର୍ଷ ପୂରଣ କରିଛି । ପ୍ରୋଜେକ୍ଟ ଟାଇଗରର ସଫଳତା କେବଳ ଭାରତ ପାଇଁ ନୁହେଁ ବିଶ୍ବ ପାଇଁ ଗର୍ବର ବିଷୟ । ଭାରତ କେବଳ ବାଘ ସଂରକ୍ଷଣ କରିନାହିଁ ସେମାନଙ୍କ ବଂଶ ବୃଦ୍ଧି ପାଇଁ ଉପଯୁକ୍ତ ଇକୋ ସିଷ୍ଟମ ସୃଷ୍ଟି କରିଛି । 75 ବର୍ଷ ସ୍ବାଧୀନତା ଦିବସ ଅବସରରେ ବିଶ୍ବରେ ପାଖାପାଖି 75 ପ୍ରତିଶତ ବାଘ ସଂଖ୍ୟା ଭାରତରେ ରହିଛି । ଗତ 12 ବର୍ଷ ମଧ୍ୟରେ ବାଣ ସଂଖ୍ୟା 75 ପ୍ରତିଶତ ବୃଦ୍ଧି ହୋଇଛି । ଏହା ସମସ୍ତ ମିଳିତ ଉଦ୍ୟମରେ ସଫଳ ହୋଇଛି । 'ପ୍ରୋଜେକ୍ଟ ଟାଇଗର’ର ୫୦ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,'' ଭାରତରେ ବାଘ ସଂଖ୍ୟା ବୃଦ୍ଧି ହୋଇଛି । ଅନ୍ୟ ଦେଶରେ ବାଘ ସଂଖ୍ୟା ସ୍ଥିର ରହିଛି ଏବଂ କମିବାରେ ଲାଗିଛି ମାତ୍ର ଭାରତରେ ଏହାର ସଂଖ୍ୟା ବଢିବାରେ ଲାଗିଛି । ଏହାର କାରଣ ଭାରତର ପରମ୍ପରା, ସଂସ୍କୃତି ଓ ସମାଜରେ ପର୍ଯ୍ୟାବେକ୍ଷଣ ଉପରେ ଗୁରୁତ୍ବ ଦିଆଯାଇଛି । ଆମେ ଇକୋଲୋଜି ଓ ଇକୋସିଷ୍ଟମରେ ବିବାଦ କରୁନାହୁଁ । ଉଭୟଙ୍କ ମଧ୍ୟରେ କୋ ଏକ୍ସିଟାନ୍ସକୁ ଗୁରତ୍ବ ଦେଉ । ବିଶ୍ବରେ ଭାରତ ପରିବେଶ ସୁରକ୍ଷା ଦିଗରେ ବଡ ଦେଶ ଭାବେ ହୋଇଛି । ବିଗ କ୍ୟାଟସଙ୍କ ଉପସ୍ଥିତି ସମସ୍ତ ସ୍ଥାନୀୟ ଲୋକଙ୍କ ଜୀବନ ଏବଂ ଇକୋଲୋଜିରେ ସକରାତ୍ମକ ପ୍ରଭାବ ପକାଇଛି ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଏହା ପୂର୍ବରୁ ଭାରତରେ ଚିତା ବିଲୁପ୍ତ ହୋଇଥିଲେ । ନାମ୍ବିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଚିତା ଆଣାଗଲା ନିକଟରେ କୁନୋ ନ୍ୟାସନାଲ ପାର୍କରେ 4ଟି ସୁନ୍ଦର ବାଘ ଶାବକ ଜନ୍ମ ନେଇଥିଲେ । ବନ୍ୟପ୍ରାଣୀ ସଂରକ୍ଷଣ କେବଳ ଗୋଟିଏ ଦେଶର କାର୍ଯ୍ୟ ନୁହେଁ ଏହା ବିଶ୍ବସ୍ତରୀୟ ସମସ୍ୟା ଏ ନେଇ ଇଣ୍ଟରନ୍ୟାସନାଲ ଆଲିଏନ୍ସର ଆବଶ୍ୟକତା ରହିଛି । 2019ରେ ଗ୍ଲୋବାଲ ଟାଇଗର ଦିବସରେ ମୁଁ ବାଘ ଚାଲାଣ ଓ ବେଆଇନ ବନ୍ୟଜନ୍ତୁ ଟ୍ରେଡ ବିରୋଧରେ ଆଲିଏନ୍ସର ଅହ୍ବାନ ଦେଇଥିଲି ଇଣ୍ଟରନ୍ୟାସନାଲ ବିଗ କ୍ୟାଟ ଆଇଏନ୍ସ ଏହି ଭାବନାର ବିସ୍ତାର । ବାଘକୁ ନେଇ ପୁରୁଣା ଇତିହାସ ରହିଛି । ପ୍ରୋଜେକ୍ଟ ଟାଇଗର ବିଗ କ୍ୟାଟ୍ସର ସୁରକ୍ଷା ଓ ସଂରକ୍ଷଣ ନେଇ ବାଟ ଦେଖାଇଛି । 2022 ଗଣନା ଅନୁଯାୟୀ ବାଘ ସଂଖ୍ୟା 3167ରେ ରହିଛି । ''

ଏହା ବି ପଢନ୍ତୁ...Watch Video: ହାତୀକୁ ଆଖୁ ଖୁଆଇଲେ ପ୍ରଧାନମନ୍ତ୍ରୀ ମୋଦି

ଏହା ବି ପଢନ୍ତୁ...ଖାକି ପୋଷାକ ସହ କଳା ଟୋପିରେ ପ୍ରଧାନମନ୍ତ୍ରୀ, ନୂଆ ଲୁକକୁ ନେଇ ଚର୍ଚ୍ଚା

ପ୍ରକାଶ ଥାଉ କି, ଅଷ୍ଟମ ଥର ପାଇଁ କର୍ଣ୍ଣାଟକ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳୁ କର୍ଣ୍ଣାଟକ ବାନ୍ଦିପୁର ଅଭୟାରଣ୍ୟ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟ ପରିଦର୍ଶନ ସହ ସମୀକ୍ଷା କରିଥିଲେ । ଏହାପରେ ହାତୀମାନଙ୍କ ସହ କିଛି ସମୟ ବିତାଇଥିଲେ । ଦେଶରେ ପ୍ରୋଜେକ୍ଟ ଟାଇଗରର 50 ବର୍ଷ ପୂର୍ତ୍ତି ଅବସରରେ ବାଘ ଗଣନା ରିପୋର୍ଟର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ବାଘ ବଂଶବୃଦ୍ଧି ଓ ସେମାନଙ୍କ ସୁରକ୍ଷା ନେଇ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଏହାର ରୂପରେଖ ଓ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିର ଦିନରେ 1973 ମସିହାରେ ବାଘ ସୁରକ୍ଷା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ 'ପ୍ରୋଜେକ୍ଟ ଟାଇଗର' ଆରମ୍ଭ ହୋଇଥିଲା । ଏବେ ଦେଶରେ ବାଘଙ୍କ ସଂଖ୍ୟା ବୃଦ୍ଧି ହୋଇ 3167ରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.