ETV Bharat / bharat

ପ୍ରଗତୀ ମୈଦାନ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, କମିବ ଟ୍ରାଫିକ ସମସ୍ୟା - ପ୍ରଗତୀ ମୈଦାନ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଗତି ମୈଦାନ ଟନେଲକୁ ଲୋକାର୍ପଣ କଲେ ମୋଦି । ମୈଦାନ ଟନେଲ ସହ ୫ଟି ଅଣ୍ଡରପାସ୍‌କୁ ମଧ୍ୟ ଲୋକାର୍ପଣ କରିଛନ୍ତି । ଏହି ପ୍ରୋଜେକ୍ଟ ଫଳରେ ବ୍ୟସ୍ତବହୁଳ ରାଜଧାନୀରେ ଟ୍ରାଫିକ୍ ସମସ୍ୟା ଦୂର ହୋଇପାରିବ । ଅଧିକ ପଢନ୍ତୁ

ପ୍ରଗତୀ ମୈଦାନ ଟନେଲର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, କମିବ ଟ୍ରାଫିକ ସମସ୍ୟା

author img

By

Published : Jun 20, 2022, 8:00 AM IST

ନୂଆଦିଲ୍ଲୀ: ପ୍ରଗତି ମୈଦାନ ଟନେଲକୁ ଲୋକାର୍ପଣ କଲେ ମୋଦି । ଟନେଲ ସହ ୫ଟି ଅଣ୍ଡରପାସ୍‌କୁ ମଧ୍ୟ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପ୍ରୋଜେକ୍ଟ ଫଳରେ ବ୍ୟସ୍ତବହୁଳ ରାଜଧାନୀରେ ଟ୍ରାଫିକ୍ ଜାମ ସମସ୍ୟା ଦୂର ହୋଇପାରିବ । ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ଯେତେବେଳେ ମୋତେ ଏହି ରାସ୍ତା ଦେଇ ଯିବାକୁ ପଡେ, ମୁଁ ମୋର ଏସପିଜିକୁ ସକାଳ 5ଟା କିମ୍ବା ବିଳମ୍ବିତ ରାତିରେ ମୋର ମାର୍ଗ ପ୍ରସ୍ତୁତ କରିବାକୁ କହିଥାଏ । କାରଣ ସେହି ସମୟରେ ସାଧାରଣ ଲୋକଙ୍କ ଯାତାୟତ କମ ରହିଥାଏ। । ଯେତେବେଳେ ମୁଁ ଦିଲ୍ଲୀର ଏହି ବ୍ୟସ୍ତବହୁଳ ଅଞ୍ଚଳ ଦେଇ ଯାଇଥାଏ, ସୁରକ୍ଷା କାରଣରୁ ଟ୍ରାଫିକ୍ ବନ୍ଦ ହୋଇଯାଏ । ଏହି ଟନେଲ ଦ୍ୱାରା ପ୍ରତି ମାସରେ 55 ଲକ୍ଷ ଲିଟର ପେଟ୍ରୋଲ ସଞ୍ଚୟ ହେବ ।" ଏହି କରିଡର ନିର୍ମାଣ ପାଇଁ ୯୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏହା ଦିଲ୍ଲୀ ପାଇଁ କେନ୍ଦ୍ର ସରକାରଙ୍କ ଏକ ଉପହାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନ ମନ୍ତ୍ରୀ କାହିଁକି କହିଲେ TIME IS MONEY?

ଏହି ଟନେଲ ନିର୍ମାଣ ସମ୍ପର୍କରେ ସେ କହିଛନ୍ତି ଯେ "କେନ୍ଦ୍ର ସରକାର ଦିଲ୍ଲୀକୁ ବିଶ୍ୱ ସ୍ତରୀୟ ସହର କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହି ଟନେଲଟି ଯେପରି ନିର୍ମାଣ ହୋଇଛି ଏହା ପୂର୍ବ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ନୂଆଦିଲ୍ଲୀରୁ ଯାତାୟତ କରୁଥିବା ଲୋକଙ୍କୁ ସୁବିଧା ଯୋଗାଇବ । ସେମାନଙ୍କର ସମୟ ସଞ୍ଚୟ ହେବ ଏବଂ କୁହାଯାଏ ସମୟ ହେଉଛି ଟଙ୍କା (Time is Money)।"

ସେ ତାଙ୍କ ଅଭିଭାଷଣରେ ଆହୁରି ମଧ୍ୟ କହିଛନ୍ତି ଯେ "ଗତ ଦିନରେ ଯେତେବେଳେ ସେ କାଶୀ ଯାଇଥିଲେ, ସେତେବେଳେ ସେ ରାତିରେ ରେଳ ଷ୍ଟେସନକୁ ଯାଇଥିଲେ । ସେଠାରେ ସେ ଲୋକଙ୍କ ସହ କଥା ହୋଇ ପଚାରିଥିଲେ, ଏଠାରେ କେଉଁ ପ୍ରକାର ଟ୍ରେନ ସେବା ଚାଲିଛି ? ସେ ନିଜେ ସେ ପାଇଥିବା ପ୍ରଶ୍ନର ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ । ଲୋକମାନେ କହିଥିଲେ ଯେ, କାଶୀରୁ ଚଳାଚଳ କରୁଥିବା ବନ୍ଦେ ଭାରତ ଟ୍ରେନର ବହୁତ ଚାହିଦା ରହିଛି । ଲୋକମାନେ ଏଥିରେ ଭ୍ରମଣ କରିବାକୁ ଇଚ୍ଛା ପ୍ରକାଶ କରନ୍ତି । ଏହାପରେ ମୋଦି ପୁନଃ ପଚାରିଥିଲେ ଯେ ବନ୍ଦେ ଭରତରେ ଅଧିକ ଟିକେଟ ଅଧିକ ପଇସା ତେବେ ଲୋକମାନେ ଏହାକୁ କାହିଁକି ପସନ୍ଦ କରନ୍ତି ? ଏହାର ଉତ୍ତରରେ ସାଧାରଣ ଲୋକେ କହିଥିଲେ ଯେ,ଏହି ଟ୍ରେନରେ ଯାତ୍ରା କଲେ ସମୟ ବଞ୍ଚେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ "ବର୍ତ୍ତମାନ ଲୋକଙ୍କ ଚିନ୍ତାଧାରା କିପରି ବଦଳୁଛି ତାହା ମଧ୍ୟ ବିଚାର କରାଯିବା ଉଚିତ ।

ମେଟ୍ରୋ ବ୍ୟବହାର କରିବାକୁ ମୋଦିଙ୍କ ଅପିଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଟ୍ରୋ ଟ୍ରେନର ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ "କିଛି ବର୍ଷ ମଧ୍ୟରେ ମେଟ୍ରୋର ନେଟୱାର୍କ ଦ୍ୱିଗୁଣିତ ହୋଇଛି । ବର୍ତ୍ତମାନ ଦିଲ୍ଲୀ ଏନସିଆରରେ ପ୍ରାୟ 400 କିଲୋମିଟରରେ ମେଟ୍ରୋ ଚାଲୁଛି । ତେବେ ଆମେ ଏହାକୁ କାହିଁକି ବ୍ୟବହାର କରୁନାହୁଁ । ଯଦି ଆପଣ ମେଟ୍ରୋ ଦ୍ୱାରା ଯାତ୍ରା କରନ୍ତି ତେବେ ପରିବେଶର କୌଣସି କ୍ଷତି ହେବ କମ୍ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଆମ ପକ୍ଷେ ସମ୍ଭବ ହେବ ।"

ପ୍ରଗତି ମୈଦାନ ଟନେଲର ଉଦଘାଟନ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଠାରେ ଥିବା କାନ୍ଥରେ ଥିବା ଆର୍ଟ ଗ୍ୟାଲେରୀକୁ ପ୍ରଶଂସା କରିଥିଲେ । ଏହାସହ ରବିବାର ଦିନ ୪ ରୁ ୬ ଘଣ୍ଟା ପର୍ଯ୍ୟନ୍ତ ଟନେଲରେ ଯାନବାହନ ଚଳାଚଳ ବନ୍ଦ କରାଯିବା ସହ ଏହାକୁ ସ୍କୁଲ ପିଲାମାନଙ୍କ ପାଇଁ ଉପଲବ୍ଧ କରାଯିବ । ଯେତେବେଳେ ପାଦରେ ଆସି ଏହି ଆର୍ଟ ଗ୍ୟାଲେରୀ ଦେଖିବେ, ସେମାନେ ନିର୍ମିତ ଆର୍ଟ ଗ୍ୟାଲେରୀରୁ ସମଗ୍ର ଦେଶର ଦୃଶ୍ୟ ଦେଖିପାରିବା ସହ ଏଥିରୁ ବହୁତ କିଛି ଶିଖିବେ । କେବଳ ଏତିକି ନୁହେଁ ଟନେଲ ବୁଲି ଦେଖିବା ସମୟରେ ବାଟରେ ପଡିଥିବା କିଛି ଅଳିଆ ମଧ୍ୟ ଗୋଟାଇଥିଲେ । ବୋତଲ ମଧ୍ୟ ଉଠାଇ ଡଷ୍ଟପିନରେ ପକାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାକରି ସମାଜକୁ ସ୍ବଚ୍ଛତା ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.