ETV Bharat / bharat

ଭିଏତନାମର ନୂଆ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ଭିଏତନାମରେ ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଫାମ ମିନି ଚିନ୍ନ ସହ ଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଆହୁରି ସୁଦୃଢ ହେବ ଦୁଇ ଦେଶର ସମ୍ପର୍କ । ଅଧିକ ପଢନ୍ତୁ...

author img

By

Published : Jul 10, 2021, 7:24 PM IST

ଭିଏତନାମରେ ନବନିଯୁକ୍ତ ପ୍ରଧାନମନ୍ତ୍ରୀଙ୍କ ଲହ କଥା ହେଲେ ମୋଦି, ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଭିଏତନାମର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଫାମ ମିନି ଚିନ୍ନ ସହ ଫୋନ ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଫାମ ମିନି ଚିନ୍ନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ନେତୃତ୍ବରେ ଭାରତ-ଭିଏତନାମ ବିସ୍ତୃତ ରଣନୈତିକ ଭାଗିଦାରୀରେ ଆଗକୁ ବଢିବା ସହ ଅଧିକ ଶକ୍ତିଶାଳୀ ହେବ ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ବିଭିନ୍ନ ଦ୍ବୀପାକ୍ଷିକ ପ୍ରସଙ୍ଗରେ ମୁକ୍ତ, ଶାନ୍ତିପୂର୍ଣ୍ଣ ତଥା ନିୟମ ଆଧାରିତ ସହମତି ରିହଆସିଛି । ଭାରତ ମହାସାଗର କ୍ଷେତ୍ରରେ ଉଭୟ ଦେଶର ଦୃଷ୍ଟିକୋଣ ମଧ୍ୟ ସମାନ ରହିଛି । ତେଣୁ ଭାରତ-ଭିଏତନାମ ବିସ୍ତୃତ ଜ୍ଞାନକୌଶଳ ଭାଗିଦାରୀ, କ୍ଷେତ୍ରୀୟ ସ୍ଥିରତା, ଦୁଇ ଦେଶର ସମୃଦ୍ଧତା ଏବଂ ବିକାଶରେ ପରସ୍ପର ସହାୟକ ହେବା ନେଇ ଆଶାପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ,ଉଭୟ ଭାରତ ଏବଂ ଭିଏତନାମ ବର୍ତ୍ତମାନ ଜାତିସଂଘ ସୁରକ୍ଷା ପରିଷଦର ସହ-ସଦସ୍ୟ ଅଟନ୍ତି । ଭାରତରେ କୋଭିଡ -19 ମହାମାରୀର ଦ୍ବିତୀୟ ଲହର ସମୟରେ ସରକାର ଏବଂ ଭିଏତନାମବାସୀ ଯୋଗାଇ ଦେଇଥିବା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଚୀନ୍ନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.