ଗାନ୍ଧୀନଗର: ଭାରତ ଗସ୍ତରେ ଆସିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର(WHO) ମୁଖ୍ୟ ଡକ୍ଟର ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସଙ୍କୁ ଏକ ଗୁଜୁରାଟୀ ନାମରେ ନାମିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ଗାନ୍ଧୀନଗରରେ ଆୟୋଜିତ ହୋଇଥିବା ବିଶ୍ବ ଆୟୁଷ ନିବେଶ ଓ ନବ ଉନ୍ମେଷ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଟେଡ୍ରୋସ୍ଙ୍କୁ ଏକ ଗୁଜୁରାଟୀ ନାଁ ଦେଇଛନ୍ତି । ଟେଡ୍ରୋସଙ୍କ ଅନୁରୋଧ କ୍ରମେ ମୋଦି ତାଙ୍କ ନାମ ତୁଳସି ଭାଇ ରଖିଛନ୍ତି ।
-
From the land of Mahatma Gandhi, a Gujarati name has been given to my friend, @DrTedros. pic.twitter.com/jxWqZ9Ng6O
— Narendra Modi (@narendramodi) April 20, 2022 " class="align-text-top noRightClick twitterSection" data="
">From the land of Mahatma Gandhi, a Gujarati name has been given to my friend, @DrTedros. pic.twitter.com/jxWqZ9Ng6O
— Narendra Modi (@narendramodi) April 20, 2022From the land of Mahatma Gandhi, a Gujarati name has been given to my friend, @DrTedros. pic.twitter.com/jxWqZ9Ng6O
— Narendra Modi (@narendramodi) April 20, 2022
ପ୍ରଧାନମନ୍ତ୍ରୀ ମୋଦିଙ୍କ କହିଥିଲେ ଯେ, WHOର ମହାନିର୍ଦ୍ଦେଶକ ଟେଡ୍ରୋସ ମୋର ଜଣେ ଭଲ ବନ୍ଧୁ । ଆଜି ସେ ମୋତେ ଭାରତୀୟ ଶିକ୍ଷକମାନଙ୍କ ପାଇଁ ଜୀବନରେ ସଫଳ ହୋଇପାରିଛନ୍ତି ବୋଲି କହିଥିଲେ । ଭାରତ ସହ ଜଡିତ ହୋଇ ସେ ଗର୍ବିତ । ଏହା ସହ ଆଜି ସକାଳେ ସେ ମୋତେ କହିଥିଲେ ଯେ, ମୁଁ ଏବେ ଏକ ପକ୍କା ଗୁଜୁରାଟୀ ହୋଇଯାଇଛି । ତୁମେ ମୋ ପାଇଁ ଗୁଜରାଟୀ ନାଁ ସ୍ଥିର କରିଛ କି ? ତାଙ୍କ ପ୍ରଶ୍ନ ଶୁଣି ମୁଁ ତାଙ୍କ ପାଇଁ ଏକ ନାଁ ବାଛିଛି । ଜଣେ ଗୁଜୁରାଟୀ ହିସାବରେ ମୁଁ ତାଙ୍କୁ ତୁଳସୀ ଭାଇ ଡାକିବି ।
ଏହା ମଧ୍ୟ ପଢନ୍ତୁ: PM Visit Gujarat: ଦାହୋଡରେ ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୋଦି
ସେ ଆହୁରି ମଧ୍ୟ କହିଛନ୍ତି ଯେ, ତୁଳସୀ ଏମିତି ଏକ ବୃକ୍ଷ, ଯେଉଁ ଗଛକୁ ଯୁଗଯୁଗ ଧରି ପୂଜା କରାଯାଉଛି ସେହି ଗଛକୁ ଯୁବପିଢି ଭୁଲି ଗଲେଣି । ବାହାଘର ବେଳେ ଆମ ପରମ୍ପରାରେ ତୁଳସୀ ଗଛର ଯଥେଷ୍ଟ ଗୁରୁତ୍ବ ରହିଛି । ଆଜି ମୁଁ ଏଭଳି ପବିତ୍ର ଗଛର ନାଁକୁ ନେଇ ମୋର ବନ୍ଧୁ ଟେଡ୍ରୋସ୍ଙ୍କ ନାମକରଣ କରିଛି । ଜଣେ ଗୁଜୁରାଟୀର ନାଁ ଭାଇ ବିନା ପୂରଣ ହୋଇପାରିବ ନାହିଁ, ସେଥିପାଇଁ ଭାଇ ଦେଇଛି । ଆପଣ ଏବେ ଆମ ସହ ରହିଛନ୍ତି । ତେଣୁ ମୁଁ ଆପଣଙ୍କୁ ତୁଳସୀ ଭାଇ ବୋଲି ଡାକିବି ବୋଲି କହିଥିଲେ ପ୍ରଧାମନ୍ତ୍ରୀ ମୋଦି ।