ETV Bharat / bharat

PM Modi France Visit: ଫ୍ରାନ୍ସ ପ୍ରଥମ ମହିଳାଙ୍କୁ ମୋଦିଙ୍କ ତେଲେଙ୍ଗାନା ପୋଚାମ୍ପାଲୀ ପାଟ ଶାଢୀ ଉପହାର

ଫ୍ରାନ୍ସ ପ୍ରଥମ ମହିଳାଙ୍କୁ ପୋଚାମ୍ପାଲୀ ପାଟ ଶାଢୀ ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

author img

By

Published : Jul 15, 2023, 9:00 PM IST

PM Modi Gifts Telangana Pochampally Ikat Saree

ହାଇଦ୍ରାବାଦ: ଫ୍ରାନ୍ସର ପ୍ରଥମ ମହିଳା ବ୍ରିଗିଟ ମାକ୍ରନଙ୍କୁ ଦେଲେ ତେଲେଙ୍ଗାନାର ପ୍ରସିଦ୍ଧ ପୋଚାମ୍ପାଲୀ ପାଟ ଶାଢୀ (telangana-pochampally-ikat-saree) । ମୋଦି ଗତ 13 ତାରିଖରୁ 2 ଦିନିଆ ଫ୍ରାନ୍ସ ଗସ୍ତ କରିଥିବା ବେଳେ ବ୍ରିଗିଟଙ୍କୁ ଭାରତର ପାରମ୍ପରିକ ଶାଢୀକୁ ଭେଟି ଦେଇଛନ୍ତି । ରାଜ୍ୟର ପୋଚମପଲ୍ଲୀ ସହରରେ ତିଆରି ହେଉଥିବା ଏହି ଶାଢୀରେ ରେଶମ ଇକତର ବ୍ୟବହାର ହୋଇଥାଏ । ପ୍ରଧାନମନ୍ତ୍ରୀ ଭାରତ ସୌନ୍ଦର୍ଯ୍ୟ, କାରିଗରୀ ଏବଂ ସାଂସ୍କୃତିକ ଐତିହ୍ୟକୁ ଏହି ଉପହାର ମାଧ୍ୟମରେ ପରିପ୍ରକାଶ କରିଛନ୍ତି । ତେବେ ଦେଶ ବିଦେଶରେ ଭାରତୀୟ ପାରମ୍ପରିକ ପୋଷାକର ବେଶ ଚାହିଦା ଥିବା ବେଳେ ବିଦେଶୀ ବନ୍ଧୁଙ୍କୁ ଏହି ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

PM Modi Gift
ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଦେଲେ ସ୍ବତନ୍ତ୍ର ସିତାରା

ଚନ୍ଦନ କାଠ ବାକ୍ସରେ ଏହି ପାରମ୍ପରିକ ଶାଢୀକୁ ପ୍ୟାକ୍‌ କରି ମୋଦି ବ୍ରିଗିଟ ମାକ୍ରନଙ୍କୁ ଭେଟି ଦେଇଥିଲେ । ଏକ ସରକାରୀ ବିବୃତ୍ତି ଅନୁଯାୟୀ ପୋଚାମ୍ପାଲୀ ରେଶମ ଇକତ କପଡା ଭାରତର ବହୁମୂଲ୍ୟ ବୟନ ଶିଳ୍ପ ଐତିହ୍ୟର ଆକର୍ଷଣକୁ ଚିହ୍ନିତ କରେ । ଏହି ଶାଢୀରେ ବିଶେଷ ଭାବେ ଜଟିଳ ଡିଜାଇନ ଦେଖାଯାଏ । କାରିଗରମାନେ ରଙ୍ଗୀନ ଇକତ ରେଶମ ସୂତାକୁ ବ୍ୟବହାର କରି ଏହି ଶାଢୀ ତିଆରି କରିଥାନ୍ତି । ପ୍ରଧାନମନ୍ତ୍ରୀ ଏହି ଶାଢୀର ଆକର୍ଷଣକୁ ବୃଦ୍ଧି କରିବା ଲାଗି ଏହାକୁ ଏକ ସୁସଜ୍ଜିତ ଚନ୍ଦନ ବାକ୍ସ ମଧ୍ୟରେ ରଖି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ପତ୍ନୀଙ୍କୁ ଉପହାର ଆକାରରେ ପ୍ରଦାନ କରିଥିଲେ ।

PM Modi Gift
ରେଶମ କାଶ୍ମିରୀ ମ୍ୟାଟ

ଏହା ବି ପଢନ୍ତୁ- PM Modi In France: ଫ୍ରାନ୍ସର ସର୍ବୋଚ୍ଚ ସମ୍ମାନରେ ପ୍ରଧାନମନ୍ତ୍ରୀ ସମ୍ମାନିତ, ପୂର୍ବରୁ ମିଳିସାରିଛି ଏସବୁ ଆୱାର୍ଡ

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଦେଲେ ସ୍ବତନ୍ତ୍ର ସିତାରା: ପ୍ରଧାନମନ୍ତ୍ରୀ ଏହି ଗସ୍ତରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଏକ ସିତାରା ଉପହାର ଦେଇଛନ୍ତି । ଏହି ସିତାରାଟି ସୁଗନ୍ଧିତ ଚନ୍ଦନ କାଠରେ ନିର୍ମିତ ହୋଇଛି । ଚନ୍ଦନ କାଠ ଉପରେ କାରିଗରମାନେ ଖୋଦିତ କରି ଭାରତର କଳା ସ୍ଥାପତ୍ୟର ପରିଚୟ ଦେଇଛନ୍ତି । ଏହି ସିତାରାରେ ଖୋଦିତ ହୋଇଥିବା କାରୁକାର୍ଯ୍ୟରେରେ ଭାରତର ପ୍ରାଚୀନ କାରିଗରୀ ଝଲସି ଉଠିଛି । ଦକ୍ଷିଣ ଭାରତରେ ବିଶେଷ କରି ଏହି କଳା ଦେଖିବାକୁ ମିଳେ । ଏହି ସିତାରାରେ ଜ୍ଞାନଦେବୀ ମା' ସରସ୍ବତୀଙ୍କ ପ୍ରତିମା ମଧ୍ୟ ଖୋଦନ କରାଯାଇଛି ।

PM Modi Gift
ମୂଲ୍ୟବାନ ପଥରରେ ନିର୍ମିତ ମାର୍ବଲର ଇନଲେ ୱର୍କ ଟେବୁଲ

ଏହା ବି ପଢନ୍ତୁ- PM Modi France visit: ଫ୍ରାନ୍ସରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଭାରତର ପାସୱାର୍ଡ ପ୍ରବାସୀ

ସେହିପରି ଫ୍ରାନ୍ସ ନ୍ୟାସନାଲ ଆସେମ୍ବ୍ଲିର ଅଧ୍ୟକ୍ଷ ବ୍ରୌନ ପିବେଟଙ୍କୁ କାଶ୍ମୀରି ମ୍ୟାଟ ଭେଟି ଦେଇଛନ୍ତି ମୋଦି । ରେଶମ ସୂତାରେ ବୁଣା ଯାଇଥିବା ଏହି ମ୍ୟାଟଟି ଦେଶ ବିଦେଶରେ କୋମଳତା ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି । ସିଲ୍କ କାଶ୍ମିରୀ ମ୍ୟାଟର ରଙ୍ଗ ଓ ଏହାର ବୁଣା ପଦ୍ଧତି ଦେଖଣାହାରୀଙ୍କୁ ବେଶ ଆକର୍ଷିତ କରିଥାଏ । ଫ୍ରାନ୍ସର ପ୍ରଧାନମନ୍ତ୍ରୀ ଏଲିଜାବେଥ ବୋର୍ନଙ୍କୁ ମାର୍ବଲର ଇନଲେ ୱର୍କ ଟେବୁଲକୁ ଉପହାରରେ ଦେଇଛନ୍ତି ମୋଦି । ଏହା ମୂଲ୍ୟବାନ ପଥରରେ ନିର୍ମିତ । ଫ୍ରାନ୍ସର ସିନେଟ ଅଧ୍ୟକ୍ଷଙ୍କୁ ବହୁ ଖାସ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସୁଗନ୍ଧିତ ଚନ୍ଦନ କାଠରେ ନିର୍ମିତ ଏକ ହାତିର ମୂର୍ତ୍ତି ପ୍ରଦାନ କରିଛନ୍ତି। ଯେଉଁଥିରେ ଭାରତର କାରୁକାର୍ଯ୍ୟର ଝଲକ ଦେଖିବାକୁ ମିଳିଛି ।

PM Modi Gift
ଚନ୍ଦନ କାଠରେ ନିର୍ମିତ ହାତୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.