ETV Bharat / bharat

ମୃତ୍ୟୁର ତାଣ୍ଡବ ରଚୁଛି କୋରୋନା, ଲୁହରେ ଛଳଛଳ ହେଲା ମୋଦିଙ୍କ ଆଖି - ମୋଦିଙ୍କ କାନ୍ଦ

ଶୁକ୍ରବାର ନିଜ ସଂସଦୀୟ କ୍ଷେତ୍ର ବାରାଣାସୀରେ ମେଡିକାଲ ଷ୍ଟାଫ, ଆଗଧାଡିର କୋଭିଡ ଯୋଦ୍ଧାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଲୋଚନା ସମୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେବା ସହ ଭାବୁକ ହୋଇଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ମୃତ୍ୟୁର ତାଣ୍ଡବ ରଚୁଛି କୋରୋନା, ଲୁହରେ ଛଳଛଳ ହେଲା ମୋଦିଙ୍କ ଆଖି

author img

By

Published : May 21, 2021, 5:34 PM IST

ନୂଆଦିଲ୍ଲୀ: ଭାରତରେ ମହାମାରୀ କୋରୋନା ଦ୍ବିତୀୟ ଲହରୀର ଭୟାବହ ସ୍ଥିତି । କୋରୋନା ମୁକାବିଲା ପାଇଁ କ୍ରମାଗତ ଅଧିକାରୀ, ଜିଲ୍ଲାପାଳ, ରାଜ୍ୟ ସରକାର ଓ ମେଡିକାଲ ଷ୍ଟାଫଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରମରେ ଶୁକ୍ରବାର ନିଜ ସଂସଦୀୟ କ୍ଷେତ୍ର ବାରାଣାସୀରେ ମେଡିକାଲ ଷ୍ଟାଫ, ଆଗଧାଡିର କୋଭିଡ ଯୋଦ୍ଧାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଶୁକ୍ରବାର ଭିସି ଯୋଗେଁ ଆଲୋଚନା ସମୟରେ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଦେବା ସହ ଭାବୁକ ହୋଇଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲୁହରେ ଛଳଛଳ ହୋଇଯାଇଥିଲା ପ୍ରଧାନମନ୍ତ୍ରୀଙ୍କ ଆଖି ।

ପ୍ରଧାନମନ୍ତ୍ରୀ ମୋଦି ନିଜ ସମ୍ବୋଧନ ଆରମ୍ଭରେ କହିଥିଲେ ଯେ ଦେଶ କୋରୋନା ବିରୋଧରେ ଯୁଦ୍ଧ ଲଢିଛି । ହେଲେ ଆମେ ଆମ ପରିବାରର ଅନେକ ଲୋକଙ୍କୁ ଫେରାଇ ଆଣି ପାରିଲୁ ନାହିଁ। ଏହା କହିବା ପରେ ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇଯାଇଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଭାଇରସ ଆମ ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି | ମୁଁ ସେହି ସମସ୍ତ ଲୋକଙ୍କୁ ମୋର ସମ୍ମାନ ଜଣାଉଛି ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.