ETV Bharat / bharat

PM Modi flags off Vande Bharat Express: ମୁମ୍ବାଇରେ ଆଉ ୨ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ - ମୁମ୍ବାଇ ସାଇନଗର ବନ୍ଦେ ଭାରତ ଏକ୍ସପ୍ରେସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇ-ସୋଲାପୁର ଓ ମୁମ୍ବାଇ-ସାଇନଗର ଶିରିଡି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇରେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ମୋଦି

author img

By

Published : Feb 11, 2023, 8:00 AM IST

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଆଉ ୨ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଶୁକ୍ରବାର ମୋଦି ମୁମ୍ବାଇ-ସୋଲାପୁର ଓ ମୁମ୍ବାଇ-ସାଇନଗର ସିରିଡି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉପସ୍ଥିତ ଥିଲେ । ଏହି ଦୁଇଟି ଟ୍ରେନକୁ ମିଶାଇ ମୁମ୍ବାଇରେ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା ୩ ଏବଂ ଦେଶରେ ୧୦କୁ ବୃଦ୍ଧି ପାଇଛି ।

ମୁମ୍ବାଇ-ସୋଲାପୁର ବନ୍ଦେ ଭାରତ ଏକ୍ସପ୍ରେସ ମୁମ୍ବାଇ ଓ ସୋଲାପୁର ମଧ୍ୟରେ ସଂଯୋଗକୁ ଉନ୍ନତ କରିବ । ଏହା ସୋଲାପୁରର ସିଦ୍ଧେଶ୍ବର, ଆକଲକୋଟ, ତୁଲଜାପୁର, ପନ୍ଧାରପୁର ଓ ପୁଣେ ନିକଟସ୍ଥ ଅଲାଣ୍ଡି ଆଦି ପ୍ରମୁଖ ତୀର୍ଥସ୍ଥାନକୁ ଯାତ୍ରା କରିବାରେ ସୁବିଧା ପ୍ରଦାନ କରିବ । ଏହି ବନ୍ଦେ ଭାରତ ଏକ୍ସପ୍ରେସ ମୁମ୍ବାଇ ଓ ଟେକ୍ସଟାଇଲ ସହର ମଧ୍ୟରେ ୪୫୫ କିମି ଦୂରତାକୁ ୬ ଘଣ୍ଟା ୩୦ ମିନିଟ୍‌ରେ ଅତିକ୍ରମ କରିବ । ଯାହାଦ୍ବାରା ଯାତ୍ରା ସମୟ ୧ ଘଣ୍ଟା କମିଯିବ ।

ଏହାମଧ୍ୟ ପଢନ୍ତୁ: Budget Session: ବଜେଟ ଅଧିବେଶନରୁ କଂଗ୍ରେସ ରାଜ୍ୟସଭା ସାଂସଦ ନିଲମ୍ବିତ

ସେହିପରି ମୁମ୍ବାଇ-ସାଇନଗର ବନ୍ଦେ ଭାରତ ଟ୍ରେନ ଦେଶର ଦଶମ ବନ୍ଦେ ଭାରତ ଏକ୍ସପ୍ରେସ । ଏହି ଏକ୍ସପ୍ରେସ ୫ ଘଣ୍ଟା ୨୫ ମିନିଟ୍ ମଧ୍ୟରେ ୩୪୩ କିମି ଦୂର ଶିରିଡି ସହରକୁ ଯାତ୍ରା କରିବ । ଏହାଦ୍ବାରା ମହାରାଷ୍ଟ୍ରର ନାଶିକ, ତ୍ରୟମ୍ବକେଶ୍ବର, ସିରିଡି, ଶନି ଶିଙ୍ଗଣାପୁର ଇତ୍ୟାଦି ତୀର୍ଥସ୍ଥାନଗୁଡିକ ମଧ୍ୟରେ ସଂଯୋଗ ସୁଗମ ହେବ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ତେଲେଙ୍ଗାନାରେ ଦେଶର ୮ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ । ଯାହାକି ସିକନ୍ଦରାବାଦରୁ ବିଶାଖାପାଟଣା ମଧ୍ୟରେ ଚଳାଚଳ କରୁଛି ।

ପ୍ରକାଶଥାଉ କି, ଏକ ମାସରୁ କମ୍ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଦ୍ବିତୀୟ ଥର ମୁମ୍ବାଇ ଗସ୍ତ ଥିଲା । ପୂର୍ବରୁ ଜାନୁୟାରୀ ୧୯ ତାରିଖରେ ମୋଦି ମୁମ୍ବାଇରେ ୩୮ ହଜାର କୋଟିରୁ ଅଧିକ ଟଙ୍କାର ଭିତ୍ତିଭୂମି ଏବଂ ସ୍ବାସ୍ଥ୍ୟସେବା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.