ETV Bharat / bharat

ଗଡିଲା ଭୋପାଲ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ, ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୋପାଲ-ଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଏହି ଟ୍ରେନ ଭାରତର ଦକ୍ଷତା ଓ ଉତ୍ସାହର ଉଦାହରଣ । ଅଧିକ ପଢନ୍ତୁ

author img

By

Published : Apr 1, 2023, 6:54 PM IST

ଗଡିଲା ଭୋପାଲ-ଦିଲ୍ଲୀ ବନ୍ଦେ ଭାରତ, ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭୋପାଳ-ଦିଲ୍ଲୀ ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ’କୁ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ଶନିବାର) ଅପରାହ୍ନରେ ଭୋପାଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଜ ପତାକା ଦେଖାଇ ଏହି ଅତ୍ୟାଧୁନିକ ଟ୍ରେନର ଶୁଭାରମ୍ଭ କରିଛନ୍ତି । ପରେ ସେ ଏକ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିଛନ୍ତି । ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଲର ରାଣୀ କମଲାପତି ଷ୍ଟେସନରୁ ରାଜଧାନୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିବା ଏହି ଟ୍ରେନ ହେଉଛି ଦେଶର 11ତମ ‘ବନ୍ଦେ ଭାରତ ଏକ୍ସପ୍ରେସ’ ।

  • Glad to flag off Bhopal-New Delhi Vande Bharat Express. Our endeavour is to transform the railways sector and provide greater comfort for the citizens. https://t.co/4xY1Adta4G

    — Narendra Modi (@narendramodi) April 1, 2023 " class="align-text-top noRightClick twitterSection" data=" ">

ପତାକା ଦେଖାଇ ଟ୍ରେନକୁ ଶୁଭାରମ୍ଭ କରିବା ପରେ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏହି ବନ୍ଦେ ଭାରତ ଏକ୍ସପ୍ରେସ ବିକାଶ ଓ ଦେଶର ଉତ୍ସାହର ଉଦାହରଣ ବହନ କରୁଛି । ଏହି ଟ୍ରେନ ଦେଶର ଦକ୍ଷତା ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ଏହି କାର୍ଯ୍ୟକ୍ରମ ମଞ୍ଚରୁ ସେ କଂଗ୍ରେସକୁ ମଧ୍ୟ ସମାଲୋଚନା କରିବାକୁ ମଧ୍ୟ ଭୁଲି ନଥିଲେ । ଶୁଭାରମ୍ଭ ପାଇଁ ଆଜିର ତାରିଖକୁ ଚୟନ କରିବା ପଛରେ କାରଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କାଲି ଯେତେବେଳେ ଏହି ଖବର ଖବର କାଗଜରେ ପ୍ରକାଶ ପାଇବ, ସେତେବେଳେ କଂଗ୍ରେସ ଏହା ମଧ୍ୟ କହିପାରେ ପ୍ରଧାନମନ୍ତ୍ରୀ ଏପ୍ରିଲ ଫୁଲ ପ୍ରାଙ୍କ କରିଦେଲେ ।

ଏହା ପୂର୍ବରୁ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରେ 2ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ । ମୁମ୍ବାଇ-ସୋଲାପୁର ଓ ମୁମ୍ବାଇ-ସାଇନଗର ସିରିଡି ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ଦୁଇଟି ଟ୍ରେନକୁ ମିଶାଇ ମୁମ୍ବାଇରେ ବନ୍ଦେ ଭାରତ ଏକ୍ସପ୍ରେସ ସଂଖ୍ୟା 3 ଏବଂ ଦେଶରେ 10କୁ ବୃଦ୍ଧି ପାଇଥିଲା । ଆଜି ଭୋପାଲ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସକୁ ମିଶାଇ ସମଗ୍ର ଦେଶରେ ଏହି ସଂଖ୍ୟା 11ରେ ପହଞ୍ଚିଛି ।

ସେହିପରି ଜାନୁଆରୀ ମାସରେ ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଟ୍ରେନ ସିକନ୍ଦରାବାଦରୁ ବାହାରି ୱାରଙ୍ଗଲ, ଖମାମ, ବିଜୟୱାଡା ଓ ରାଜମହେନ୍ଦ୍ରିରେ ସ୍ବଳ୍ପକାଳୀନ ରହଣୀ ପରେ ବିଶାଖାପାଟନମରେ ଯାତ୍ରା ଶେଷ କରିବ । ବନ୍ଦେ ଭାରତ ଏକ୍ସପ୍ରେସ ହେଉଛି ଭାରତୀୟ ରେଳବାଇର ସର୍ବାଧିକ ଅତ୍ୟାଧୁନିକ ଓ ଇଞ୍ଜିନ ବିହୀନ ସେମିସ୍ପିଡ୍‌ ଟ୍ରେନ । ଏହାକୁ ଆଇସିଏଫ ପକ୍ଷରୁ ନିର୍ମାଣ କରାଯାଇଛି । ବର୍ତ୍ତମାନ ଏହି ଟ୍ରେନ ଦେଶର କିଛି ଗୁରୁତ୍ବପୂର୍ଣ୍ଣ ସହର ମଧ୍ୟରେ ଚଳାଚଳ କରୁଛି । ଧୀରେଧୀରେ ଏହାକୁ ଅନ୍ୟ ସହରକୁ ମଧ୍ୟ ସଂଯୋଗ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ବ୍ୟରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.