ETV Bharat / bharat

ସର୍ବବୃହତ୍ତ କ୍ରୁଜ ଏମଭି ଗଙ୍ଗା ବିଳାସର ଶୁଭାରମ୍ଭ, ବିକାଶର ନୂଆ ଧାରା ତିଆରି କରିବ କହିଲେ ପ୍ରଧାନମନ୍ତ୍ରୀ

ଉତ୍ତରପ୍ରଦେଶର ବାରାଣାସୀରରୁ ବିଶ୍ବର ଦୀର୍ଘତମ କ୍ରୁଜ ଏମଭି ଗଙ୍ଗା ବିଳାସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

author img

By

Published : Jan 13, 2023, 1:59 PM IST

mv ganga vilas
mv ganga vilas

ନୂଆଦିଲ୍ଲୀ: ବିଶ୍ବର ଦୀର୍ଘତମ ପୋତ ବା କ୍ରୁଜ ଏମଭି ବିଳାସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶ ବାରଣାସୀରୁ ଏହି ପୋତକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ 32 ଜଣ ସ୍ବିସ ପର୍ଯ୍ୟଟକ ଏହି କ୍ରୁଜରେ ଯାତ୍ରା କରିବେ । ଏହା ବାଂଲାଦେଶ ଦେଇ ଆସାମରେ ଦିବ୍ରୁଗଡରେ ପହଞ୍ଚିବ । ଆମ ସଂକଳ୍ପର ସିଦ୍ଧି ପାଇଁ ଆମ ଆସ୍ଥା, ମାନ୍ୟର ଏକ ମହତ୍ତ୍ବ ରହିଛି । ଏଥିରେ ଆମର ନଦୀର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି । ଏହି ସମୟରେ ନଦୀ ଜଳମାର୍ଗର ବିକାଶରେ ଏତ ବଡ ଉତ୍ସବରେ ସାମିଲ ହୋଇଛୁ । ଆଜି କାଶିରୁ ଦିବ୍ରୁଗଡ ମଧ୍ୟରେ ସବୁଠୁ ବଡ ନଦୀଯାତ୍ରା ଗଙ୍ଗା ବିଳାସର ଶୁଭାରମ୍ଭ ହୋଇଛି । ଏଥିରେ ପୂର୍ବଭାରତର ଅନେକ ପର୍ଯ୍ୟଟନ ସ୍ଥଳ ବିଶ୍ବ ପର୍ଯ୍ୟଚନ ମାନଚିତ୍ରରେ ସ୍ଥାନ ପାଇବ ବୋଲି କାର୍ଯ୍ୟକ୍ରମକୁ ସମ୍ବୋଧନ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • क्रूज जहां से भी गुजरेगा वहां विकास की एक नई लाइन तैयार करेगा। pic.twitter.com/HcKxwy3Cz3

    — PMO India (@PMOIndia) January 13, 2023 " class="align-text-top noRightClick twitterSection" data=" ">

କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଆଜି କାଶୀରୁ ଦିବ୍ରୁଗଡ ମଧ୍ୟରେ ବିଶ୍ବର ସବୁଠୁ ଲମ୍ବା ଜଳଯାତ୍ରା ଗଙ୍ଗା ବିଳାସର କ୍ରୁଜର ଶୁଭାରମ୍ଭ ହୋଇଛି । ଏଥିରେ ଅନେକ ପୂର୍ବଭାରତ ପର୍ଯ୍ୟଟନ ସ୍ଥଳ ଲାଭବାନ ହେବ । କାଶୀର ଗଙ୍ଗାରେ ତିଆରି ଅଦ୍ଭୂତ ଟ୍ରେଟ ସିଟ ଦେଶ ଦୁନିଆର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଏକାଠି କରିବା ଏହାର ଲକ୍ଷ୍ୟ । ଗଙ୍ଗା କେବଳ ଆମ ପାଇଁ ଏକ ଜଳଧାରା ନୁହନ୍ତି ଭାରତ ପାଇଁ ସେ ତପ-ତପସ୍ୟାର ସାକ୍ଷୀ । ଭାରତର ସ୍ଥିତି ଓ ପରିସ୍ଥିତି ଯେପରି ଥାଉ ନା କାହିଁକି ଗଙ୍ଗା କୋଟି କୋଟି ଭାରତୀୟଙ୍କୁ ପୋଷିଛନ୍ତି । ଭାରତ ସମସ୍ତଙ୍କୁ ଖୋଲା ହୃଦୟରେ ସ୍ବାଗତ କରିଥାଏ । ଏହି କ୍ରୁଜ ଯେଉଁଠାରୁ ଯାତ୍ରା କରିବ ସେଠି ବିକାଶର ନୂଆ ଧାରା ପ୍ରସ୍ତତ ହେବ ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଏହି କ୍ରୁଜ ଆମ ଯୁବ ସାଥିଙ୍କୁ ରୋଜଗାରର ନୂଆ ଅବସର ଦେବ । ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ହେବ । ଦେଶର ଯେଉଁ ପର୍ଯ୍ୟଟକ ବିଦେଶ ଯାତ୍ରା କରୁଥିଲେ ବର୍ତ୍ତମାନ ସେମାନେ ପୂର୍ବ ଉତ୍ତର ପୂର୍ବ ଭାରତରେ ଗସ୍ତ କରିପାରିବେ । ଏକବିଂଶ ଶତାଦ୍ଦୀ ଭାରତ ଭିତ୍ତିଭୂମିର କାୟାକଳ୍ପ । ନଦୀ ଜଳମାର୍ଗ ଭାରତର ନୂଆ ସାମର୍ଥ୍ୟ ଭାବେ ଉଭା ହେଉଛି । ଜଳମାର୍ଗ ସନ୍ତୁଳନ ରକ୍ଷା କରିବା ପାଇଁ ମଧ୍ୟ ଭଲ । ଏହା ସହ ଟଙ୍କା ମଧ୍ୟ ସଞ୍ଜୟ କରିଥାଏ ।''

ଏହା ବି ପଢନ୍ତୁ...ଭାରତୀୟ ସେନା ଆର୍ଟିଲେରୀ କର୍ପସରେ ନିଯୁକ୍ତି ପାଇବେ ମହିଳା: ସେନା ମୁଖ୍ୟ

ଏମଭି ଗଙ୍ଗା ବିଳାସର ସ୍ବନ୍ତ୍ରତତା: ପ୍ରଥମ ଥର ପାଇଁ ଭାତରରେ ଏହାର ନିର୍ମାଣ କରାଯାଇଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି କ୍ରୁଜ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । କ୍ରୁଜ ଭିତରେ ଭାରତର କଳା ଓ ସଂସ୍କୃତିର ଝଲକ ଦେଖିବାକୁ ମିଳିବ । ଏଥିରେ ବାଥରୁମ ଫ୍ରେଞ୍ଚ ବାଲକୋନି, LED ଟିଭି ଆଦି ରହିଛି । ଏଥିରେ ୧୮ଟି କ୍ୟାବିନ ରହିଛି । ଗଙ୍ଗା ବିଳାସରେ ଯାତ୍ରା କରିବାକୁ ଥିବା ପର୍ଯ୍ୟଟକଙ୍କୁ ଏକ ସ୍ମରଣୀୟ ସ୍ମୃତି ଦେବ । ଏହି କ୍ରୁଜ ବା ଜଳ ଜାହାଜରେ ପଞ୍ଚ ତାରକାର ସୁବିଧା ରହିଛି । ଏହି ଜାହାଜ ମାଧ୍ୟମରେ ପର୍ଯ୍ୟଟକ ଭାରତ ଓ ବାଂଲାଦେଶ ମଧ୍ୟ ଦେଇ ଯାଇଥିବା ନଦୀରେ ଭ୍ରମଣ କରିପାରିବେ । ଏହି ଜାହାଜରେ ୬୨ ମିଟର ଲମ୍ବ, ୧୨ ମିଟର ଚଉଡ଼ା, ଓ 9 ମିଟର ଉଚ୍ଚତା ରହିଛି । ଏଥିରେ ୩ଟି ଡେକ୍‌ ରହିଛି । ଏଥିରେ ପ୍ରଦୂଷଣ ମୁକ୍ତ ଓ ଶଦ୍ଦବିହୀନ ଯନ୍ତ୍ର ଲଗାଯାଇଛି । ଏଥିରେ 18ଟି କ୍ୟାବିନ ରହିଛି । ୫୧ ଦିନ ମଧ୍ୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ୩୨୦୦ କିମି ପର୍ଯ୍ୟନ୍ତ ଯାତ୍ରା କରିବ ଏହି କ୍ରୁଜ । ୨୭ଟି ନଦୀ ମଧ୍ୟରେ ପ୍ରାୟ ୫୦ଟି ପର୍ଯ୍ୟଟନସ୍ଥଳୀର ମଜା ନେବେ ପର୍ଯ୍ୟଟକ । ଜାହାଜରେ ଦୈନିକ ଭଡା 20ରୁ 25 ହଜାର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.