ETV Bharat / bharat

Mann Ki Baat: ମ୍ୟୁଜିୟମଠୁ ନେଇ ମ୍ୟାଥ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା - ପ୍ରଧାନମନ୍ତ୍ରୀ ମନ କି ବାତ

ଆଜି (ରବିବାର) 88ତମ ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାସିକ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସଂଗ୍ରହାଳୟ ନେଇ ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ

ମ୍ୟୁଜିୟମଠୁ ନେଇ ମ୍ୟାଥ ବିଷୟରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

author img

By

Published : Apr 24, 2022, 12:21 PM IST

Updated : Apr 24, 2022, 1:28 PM IST

ନୂଆଦିଲ୍ଲୀ: ଆଜି (ରବିବାର) 88ତମ ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାସିକ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସଂଗ୍ରହାଳୟ ନେଇ ପ୍ରଶ୍ନ କରିଛନ୍ତି । ଜଳ ସଂରକ୍ଷଣ କରି ଜୀବନ ବଞ୍ଚାଇବାକୁ ଆହ୍ବାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ଅଲମ୍ପିକ୍ସରେ ଦିବ୍ୟାଙ୍ଗଙ୍କ ପ୍ରଦର୍ଶନ ଉପରେ ଆଲୋକପାତ କରିଛନ୍ତି । ମୋଟାମୋଟି ଭାବେ ଏହି ମାସିକ ରେଡିଓ ବାର୍ତ୍ତାରେ ମ୍ୟୁଜିୟମଠୁ ନେଇ ମ୍ୟାଥ ବିଷୟରେ ଆଲୋଚନା କରିଛନ୍ତି ।

ପ୍ରଥମେ ସଂଗ୍ରହାଳୟ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶକୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ମିଳିଛି । ଦେଶବାସୀଙ୍କ ପାଇଁ ଏହା ଖୋଲା ଯାଇଛି । ଦେଶର ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ ବିଷୟରେ ଜାଣିବା ଆମ ପାଇଁ ଏକ ଗର୍ବର ବିଷୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶର ଯୁବକଙ୍କୁ ଏହା ସହିତ ଯୋଡି ରଖାଯିବା ପାଇଁ ଏହା ଏକ ପ୍ରୟାସ ବୋଲି କହିଛନ୍ତି ।

ସଂଗ୍ରହାଳୟକୁ ନେଇ ପିଏମଙ୍କ 7ଟି ପ୍ରଶ୍ନ...

  • ଦେଶର କେଉଁ ସହରରେ ଏକ ପ୍ରସିଦ୍ଧ ରେଳ ସଂଗ୍ରହାଳୟ ଅଛି ? ଯେଉଁଠି 45 ବର୍ଷ ହେବ ଭାରତୀୟ ରେଳର ଐତିହ୍ୟ ଦେଖିବାକୁ ମିଳିଛି ।
  • ମୁମ୍ବାଇର କେଉଁ ସଂଗ୍ରହାଳୟରେ ମୁଦ୍ରା ଦେଖିବାକୁ ମିଳେ?
  • VIRASAT-E-KHAKSA କେଉଁ ମ୍ୟୁଜିମୟ ସହିତ ଜଡିତ ? ପଞ୍ଜାବରେ କେଉଁ ସହରରେ ଏହା ରହିଛି ?
  • ଦେଶର ଏକମାତ୍ର ଗୁଡି ବା କାଇଟ ମ୍ୟୁଜିୟମ କେଉଁଠି ରହିଛି ?
  • ଦେଶରେ ଡାକ ଟିକେଟ ସହ ଜଡିତ ଜାତୀୟ ସଂଗ୍ରହାଳୟ କେଉଁଠି ରହିଛି ?
  • ଗୁଲସନ ମହଲ କେଉଁ ମ୍ୟୁଜିୟମ ଅଛି ?
  • ଭାରତରେ କେଉଁଠି ଟେକ୍ସଟାଇଲ ସହ ଜଡିତ ମ୍ୟୁଜିୟମ ରହିଛି?

ସମସ୍ତ ଉତ୍ତର ନମୋ ଆପ କିମ୍ବା ସୋସିଆଲ ମିଡିଆ #MUSEUMQUIZରେ ସେୟାର କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।

ବୈଦିକ ଗଣିତ ବିଷୟରେ ଚର୍ଚ୍ଚା...

  • ପ୍ରଧାନମନ୍ତ୍ରୀ ଏକ ପୁରୁଣା ଶ୍ଲୋକ କହି ଗଣିତ ବିଷୟରେ ଆଲୋଚନା କରିଛନ୍ତି । ସଂସାରରେ ଯାହା କିଛି ଅଛି ସବୁ ଗଣିତ ସହ ଆଧାରିତ । ଆମ ଭାରତୀୟଙ୍କ ପାଇଁ ଗଣିତ କେବେବି କଷ୍ଟକର ବିଷୟ ହୋଇ ନାହିଁ । ବୈଦିକ ଗଣିତ ଜରିଆରେ କଠିନରୁ କଠିନ ଗାଣିତିକ ସମସ୍ୟାର ସମାଧାନ ହୋଇଥାଏ । କୋଲକାତାର ଗୌରବ ଟିକରିବାଲଙ୍କ ସହ କଥା ହୋଇ ପିଏମ ମୋଦି କହିଛନ୍ତି ଗୌରବ ଦୀର୍ଘ 20ବର୍ଷ ହେବ ବୈଦିକ ଗଣିତକୁ ଆଗକୁ ନେଇଛନ୍ତି ।
  • ବୈଦିକ ଗଣିତ ଜରିଆରେ ପିଲାମାନେ ସହଜରେ ଗାଣିତିକ ସମସ୍ୟାର ସମାଧାନ କରୁଛନ୍ତି । ସବୁ ମାତା ପିତାଙ୍କୁ ତାଙ୍କ ପିଲାଙ୍କୁ ବୈଦିକ ଗଣିତ ଶିକ୍ଷା ଦେବାକୁ କହିଛନ୍ତି । ଏହାଦ୍ବାରା ସେମାନଙ୍କ ମନରୁ ଗଣିତ ପ୍ରତି ଥିବା ଡର ଦୂର ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କ୍ୟାସଲେସ ପେମେଣ୍ଟ ବିଷୟରେ ଆଲୋଚନା କରି ପ୍ରଧାମନ୍ତ୍ରୀ କହିଛନ୍ତି, ଛୋଟ ଛୋଟ ଗାଁ ଏବଂ ସହରବାସୀ UPI ବ୍ୟବହାର କରୁଛନ୍ତି । ଏହା ଉଭୟ ଦୋକାନୀ ଓ ଗ୍ରାହକଙ୍କ ପାଇଁ ଲାଭଦାୟକ । ଅନଲାଇନ ଲେଣଦେଣ ଡିଜିଟାଲ ଅର୍ଥନୀତି ବୃଦ୍ଧିରେ ସହାୟତା ହୋଇଛି । ପ୍ରତିଦିନ 20 ହଜାର କୋଟି ଅନଲାଇନ ପେମେଣ୍ଟ ହୋଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ବର୍ତ୍ତମାନ ବୌଜ୍ଞାନିକମାନେ 'Theory of Everything' ଉପରେ ଆଲୋଚନା କରୁଛନ୍ତି । ଯେଉଁଠି ବିଶ୍ବର ସବୁକିଛି ଏକତ୍ର ହୋଇପାରିବ । ଗୋଟିଏ ପଟେ ଆମେ ଶୂନର ଉଦ୍ଭାବନ କରିଛୁ ଅନ୍ୟପଟେ ଅସୀମତାର ଅନୁସନ୍ଧାନ କରିଛୁ । ବେଦ ଓ ଭାରତୀୟ ଗଣିତ ଗଣନା ବିଲିୟନ ଏବଂ ଟ୍ରିଲିୟନ ଅତିକ୍ରମ କରିଥିବା କହିଛନ୍ତି ମୋଦି ।

ଜଳ ସଂରକ୍ଷଣ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ଜୀବନ ପାଇଁ ଜଳ ଏକ ମୌଳିକ ଆବଶ୍ୟକତା । ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରାକୃତିକ ଉତ୍ସ । ରମାୟଣରେ ବାଲ୍ମିକୀ ଜଳ ସଂରକ୍ଷଣ ଉପରେ ଗୁରୁତ୍ବ ଦେଇଥିଲେ । ହରପ୍ପା ସଭ୍ୟତା ସମୟରେ ଜଳ ସଂରକ୍ଷଣ ପାଇଁ ଉନ୍ନତ ଜ୍ଞାନ କୌଶଳ ବାହାରିଥିଲା । ତେଣୁ ସମସ୍ତଙ୍କୁ ଜଳ ସଂରକ୍ଷଣ କରି ଜୀବନ ରକ୍ଷା କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Last Updated : Apr 24, 2022, 1:28 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.