ETV Bharat / bharat

ତାମିଲନାଡୁକୁ ପ୍ରଧାନମନ୍ତ୍ରୀଙ୍କ ଉପହାର, ତୈଳ-ଗ୍ୟାସ ଭିତ୍ତିଭୂମିରେ ଖର୍ଚ୍ଚ ହେବ 7.5 ଲକ୍ଷ କୋଟି - ତୈଳ-ଗ୍ୟାସ ଭିତ୍ତିଭୂମି

ରାମନାଥପୁର-ଥୁଥୁକୁଡୀ ପ୍ରାକୃତିକ ଗ୍ୟାସ ପାଇପଲାଇନ ଦେଶକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା 5 ବର୍ଷରେ ତୈଳ ଓ ଗ୍ୟାସର ଇନଫ୍ରାଷ୍ଟ୍ରକଚର ନିର୍ମାଣରେ 7.5 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବାର ଯୋଜନା ରହିଥିବା କହିନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ତାମିଲନାଡୁକୁ ପ୍ରଧାନମନ୍ତ୍ରୀଙ୍କ ଉପରାହର, ତୈଳ-ଗ୍ୟାସ ଭିତ୍ତିଭୂମିରେ ଖର୍ଚ୍ଚ ହେବ 7.5 ଲକ୍ଷ କୋଟି

author img

By

Published : Feb 17, 2021, 7:15 PM IST

ଚେନ୍ନାଇ: ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ଆରମ୍ଭ ହୋଇସାରିଛି ବଡ ଯୋଜନା । ରାମନାଥପୁର-ଥୁଥୁକୁଡୀ ପ୍ରାକୃତିକ ଗ୍ୟାସ ପାଇପଲାଇନ ଦେଶକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା 5 ବର୍ଷରେ ତୈଳ ଓ ଗ୍ୟାସର ଇନଫ୍ରାଷ୍ଟ୍ରକଚର ନିର୍ମାଣରେ 7.5 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବାର ଯୋଜନା ରହିଥିବା କହିନ୍ତି ପ୍ରଧାନମନ୍ତ୍ରୀ ।

  • " class="align-text-top noRightClick twitterSection" data="">

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଶକ୍ତି କ୍ଷେତ୍ରରେ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଆବଶ୍ୟକତା ପୁରା କରିବା ଦିଗରେ କାମ କରୁଛି । ଭାରତ ଉର୍ଜା ଆମଦାନୀ ଉପରେ ନିର୍ଭରଶୀଳତାକୁ ମଧ୍ୟ କମ କରିବାକୁ ପ୍ରୟାସ କରୁଛି । ମୋଦି କହିଛନ୍ତି, ଆମେ ଆମ ଆମଦାନୀ ସ୍ରୋତରେ ବିବିଧତା ଆଣୁଛୁ ।

ପ୍ରଧାନମନ୍ତ୍ରୀ କହିଛନ୍ତି, 2019-20ରେ ଆମେ ରିଫାଇନିଙ୍ଗ୍‌ ଦୁନିଆରେ ଚତୁର୍ଥ ସ୍ଥାନରେ ଥିଲୁ । 65.2 ମିଲିୟନ ଟନ ପେଟ୍ରୋଲିୟମ ଉତ୍ପାଦର ଆମଦାନୀ କରାଗଲା । ଆଜି ଭାରତରେ ଗ୍ୟାସ ଏବଂ ତୈଳ କମ୍ପାନୀ27ଟି ଦେଶରେ କାର୍ଯ୍ୟ କରୁଛି । ଯେଉଁଥିରେ 2 ଲକ୍ଷ କୋଟି ଟଙ୍କାର ନିବେଶ କରାଯାଇଛି ।

ପିଏମ ମୋଦି କହିଛନ୍ତି, ତୈଳ ଓ ଗ୍ୟାସ ଭିତ୍ତିଭୂମି ମଜବୁତ ପାଇଁ ଭାରତ 5 ବର୍ଷ ମଧ୍ୟରେ 7.5 ଲକ୍ଷ କୋଟି ଖର୍ଚ୍ଚ କରିବ । ଦେଶର 470 ଜିଲ୍ଲାର ସହରରେ ଗ୍ୟାସ ବିତରଣ ନେଟୱାର୍କ ବିସ୍ତାର ଉପରେ ଜୋର ଦିଆଯାଉଛି । ସେ କହିଛନ୍ତି, ଆମ ଖାଉଟି କେନ୍ଦ୍ରିତ ଯୋଜନା ପ୍ରସ୍ତୁତ କରିଛୁ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନା ପ୍ରତ୍ୟେକ ଭାରତୀୟ ପରିବାରକୁ ଲାଭାନ୍ବିତ କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.