ETV Bharat / bharat

କଂଗ୍ରେସ ମୁଖିଆଙ୍କ ବୟାନ: ସକାଳୁ ସଞ୍ଜ ଯାଏ ମୋଦି ଛୋଟ ପିଲା ଭଳି କାନ୍ଦୁଛନ୍ତି

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କଲେ କଂଗ୍ରେସ ମୁଖିଆ । ସକାଳୁ ସଞ୍ଜ ଯାଏ ମୋଦି ଛୋଟ ପିଲା ଭଳି କାନ୍ଦୁଛନ୍ତି କହିଲେ ଖଡ୍‌ଗେ । ଅଧିକ ପଢନ୍ତୁ

author img

By

Published : May 4, 2023, 12:50 PM IST

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କଲେ ଖଡ୍‌ଗେ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ମୋଦି ସକାଳୁ ସନ୍ଧ୍ୟା ଯାଏ ଛୋଟ ପିଲାଙ୍କ ଭଳି କାନ୍ଦୁଛନ୍ତି । ଏମିତି କାନ୍ଦିବା ତାଙ୍କର ଅଭ୍ୟାସ ହୋଇଗଲାଣି । କଂଗ୍ରେସ ନେତା ୯୧ ଥର ଗାଳି ଦେବା ସମ୍ପର୍କିତ ମୋଦିଙ୍କ ବୟାନ ଉପରେ ଏଭଳି କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ । କଂଗ୍ରେସ ମୁଖିଆ କହିଛନ୍ତି, ''କଂଗ୍ରେସ ନେତା ମୋଦିଙ୍କୁ ୯୧ ଥର ଅପମାନିତ କରିଥିବା କଥା ସେ କହୁଛନ୍ତି । କିନ୍ତୁ ଅତୀତରେ କଂଗ୍ରେସ ନେତାଙ୍କ ପ୍ରତି ନିଜେ ବ୍ୟବହାର କରିଥିବା ଶବ୍ଦକୁ ଭୁଲି ଯାଇଛନ୍ତି । ସେମାନେ ସୋନିଆ ଗାନ୍ଧୀଙ୍କୁ ବିଧବା ଓ ଇଟାଲି ଝିଅ ଏବଂ ରାହୁଲ ଗାନ୍ଧୀଙ୍କୁ ହାଇବ୍ରିଡ ସମ୍ବୋଧିତ କରିଛନ୍ତି ।''

ଯଦିଓ ଅନେକ ଥର କଂଗ୍ରେସ ହାଇକମାଣ୍ଡଙ୍କ ବିରୋଧରେ ଏଭଳି ଅପମାନଜନକ ଶବ୍ଦର ବ୍ୟବହାର କରାଯାଇଛି କିନ୍ତୁ ଆମମାନଙ୍କ ମଧ୍ୟରୁ କେହି କେବେ ବି ମୋଦିଙ୍କ ଭଳି କାନ୍ଦି ନାହାନ୍ତି ବୋଲି ଖଡଗେ କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଜାଣିଛୁ ଏହା ଯୁଦ୍ଧ ଅଟେ । ଯଦି କେବଳ ବସି କାନ୍ଦିବେ ତାହେଲେ ଆପଣ କାମ କରିପାରିବେ ନାହିଁ । ମୋଦି ବାରମ୍ବାର ନିଜକୁ ପଛୁଆ ଶ୍ରେଣୀରୁ ଆସିଥିବାର କହୁଛନ୍ତି । ହେଲେ ସେ ଭୁଲିଯିବା ଅନୁଚିତ ଯେ ମୁଁ ଜଣେ ଦଳିତ ।

କଂଗ୍ରେସର ନିର୍ବାଚନୀ ଇସ୍ତାହାର ସମ୍ପର୍କରେ ଖଡ୍‌ଗେ କହିଛନ୍ତି, ଯଦି କର୍ଣ୍ଣାଟକରେ କଂଗ୍ରେସ ସରକାର ଆସିଲା ତାହାହେଲେ ପ୍ରଥମ କ୍ୟାବିନେଟ ବୈଠକରେ ସବୁ ପ୍ରତିଶ୍ରୁତି ପୂରଣ କରାଯିବ । କଂଗ୍ରେସ ଇସ୍ତାହାରର ଗ୍ୟାରେଣ୍ଟି ନାହିଁ କି ୱାରେଣ୍ଟି ନାହିଁ ମୋଦିଙ୍କ ମନ୍ତବ୍ୟରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବିରୋଧି ଦଳ ଏମିତି କହିବା ସ୍ବାଭାବିକ । ପୂର୍ବରୁ ଆମେ ଯାହାବି ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ କରିଛୁ ।

ବଜରଙ୍ଗ ଦଳ ବ୍ୟାନ ପ୍ରସଙ୍ଗ: ''ଇସ୍ତାହାର କମିଟି ସଭାପତି କଂଗ୍ରେସ ଇସ୍ତାହାରରେ ବଜରଙ୍ଗ ଦଳ ବ୍ୟାନ କରିବାକୁ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । କିଛି ଲୋକ ରାତିରେ ଆମିଷ ଖାଇ ସକାଳେ ଆମିଷ ଭକ୍ଷଣକାରୀଙ୍କୁ ଗାଳି ଦେଉଛନ୍ତି । ଲୋକଙ୍କ ମଧ୍ୟରେ ଲଢେଇ କରି ଭୋଟ ହାତେଇବା ଠିକ୍ ନୁହେଁ '' ଖଡ୍‌ଗେ କହିଛନ୍ତି । ସେହିପରି ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ କଂଗ୍ରେସ କେଉଁଠୁ ଏତେ ଅର୍ଥ ଆଣିବ ସମ୍ପର୍କିତ ଗଣମାଧ୍ୟମ ପ୍ରଶ୍ନରେ କଂଗ୍ରେସ ନେତା କହିଛନ୍ତି, ଆମ ଦଳ ପ୍ରଥମେ କ୍ଷମତାକୁ ଆସୁ । ପ୍ରଶ୍ନପତ୍ର ନଦେଇ କେମିତି ଆପଣ ଉତ୍ତର ଲେଖିପାରିବେ । କଂଗ୍ରେସ ସରକାର ଗଢିଲେ ସବୁ ପ୍ରତିଶ୍ରୁତି ପୂରଣ କରିବୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.