ETV Bharat / bharat

ଆୟୁର୍ବେଦିକ ଚିକିତ୍ସକ ବାଲାଜୀ ତାମ୍ବେଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ମୋଦି - ଆୟୁର୍ବେଦିକ

ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ବାଲାଜୀ ତାମ୍ବେଙ୍କ ବିୟୋଗ । ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ,ମହାରାଷ୍ଟ୍ର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

ଆୟୁର୍ବେଦିକ ଚିକିତ୍ସକ ବାଲାଜୀ ତାମ୍ବେଙ୍କ ବିୟୋଗ; ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

author img

By

Published : Aug 11, 2021, 10:57 AM IST

ନୂଆଦିଲ୍ଲୀ: ପ୍ରସିଦ୍ଧ ଲେଖକ, ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ବାଲାଜୀ ତାମ୍ବେଙ୍କ ବିୟୋଗ ନେଇ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ପରିବାରକୁ ମଧ୍ଯ ସମବେଦନା ଜଣାଇଛନ୍ତି । ୮୧ ବର୍ଷ ବୟସରେ ମଙ୍ଗଳବାର ସେ ଆଖି ବୁଜିଥିଲେ । ଆୟୁର୍ବେଦକୁ ସର୍ବଭାରତୀୟ ସ୍ତରରେ ଲୋକପ୍ରିୟ କରିବା ପାଇଁ ଡକ୍ଟର ବାଲାଜୀ ତାମ୍ବେଙ୍କୁ ସବୁଦିନ ମନେ ରହିବେ । ବିଶେଷ କରି ଯୁବକମାନଙ୍କ ମଧ୍ୟରେ । ତାଙ୍କର ପ୍ରକୃତି ପ୍ରତି ଥିବା କାର୍ଯ୍ୟ ପାଇଁ ସେ ପ୍ରଶଂସିତ ହୋଇଥିଲେ । ବାଲାଜୀଙ୍କ ଦେହାନ୍ତ ଯୋଗୁଁ ତାଙ୍କର ପରିବାର ଓ ତାଙ୍କ ପ୍ରଶଂସକଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏନେଇ ମୋଦି ଟୁଇଟ କରିଛନ୍ତି ।

  • Dr. Balaji Tambe will be remembered for his numerous efforts to make Ayurveda globally popular, especially among the youth. He was admired for his compassionate nature. Pained by his demise. Condolences to his family and admirers. Om Shanti.

    — Narendra Modi (@narendramodi) August 11, 2021 " class="align-text-top noRightClick twitterSection" data=" ">

ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶାରି ଆୟୁର୍ବେଦଚାର୍ଯ୍ୟ ତଥା ଲେଖକ ବାଲାଜୀ ତାମ୍ବେଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି । ଏବଂ କହିଛନ୍ତି ଯେ ତାଙ୍କର ଉତ୍ତମ ଲେଖା ଏବଂ କଥାବାର୍ତ୍ତା ମାଧ୍ୟମରେ ସେ ଶେଷ ପର୍ଯ୍ୟନ୍ତ ସବୁ ବୟସର ଲୋକଙ୍କ ପାଇଁ ଏକ ଉନ୍ନତ ତଥା ସୁସ୍ଥ ଜୀବନର ମାର୍ଗ ଦେଖାଇଛନ୍ତି । ଆୟୁର୍ବେଦଚାର୍ଯ୍ୟ ଶ୍ରୀ ବାଲାଜୀ ତାମ୍ବେଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ସେ ଆୟୁର୍ବେଦ ଏବଂ ଯୋଗକୁ ପ୍ରୋତ୍ସାହିତ ତଥା ଲୋକପ୍ରିୟ କରିବା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ଏବଂ ଆୟୁର୍ବେଦଙ୍କ ପରି ଭଗବଦ ଗୀତା ଜ୍ଞାନକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ବହୁ ପ୍ରୟାସ କରିଥିଲେ । ମହାରାଷ୍ଟ୍ରର ରାଜ୍ୟପାଳ ଏକ ଟୁଇଟ୍‌ରେ କହିଛନ୍ତି ଯେ, ତାଙ୍କର ଆତ୍ମାଙ୍କୁ ଭଗବାନ ଶାନ୍ତି ପ୍ରଦାନ କରନ୍ତୁ । ଏବଂ ଶୋକସନ୍ତପ୍ତ ପରିବାରର ସଦସ୍ୟଙ୍କୁ ଶକ୍ତି ଦିଅନ୍ତୁ ।

ସେପଟେ ମହାରାଷ୍ଚ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ଶୋକ ବ୍ୟକ୍ତ କରୁଛନ୍ତି । ସେ କହିଛନ୍ତି ଯେ, ତାଙ୍କର ଗୁଣାତ୍ମକ ଆୟୁର୍ବେଦିକ ଔଷଧ ଦେଶ ତଥା ବିଦେଶରେ ବେଶ ପ୍ରସିଦ୍ଧି ଲାଭ କରିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.