ETV Bharat / bharat

Ukraine Crisis: ଫେରିଲେଣି ୧୩ ହଜାରରୁ ଊର୍ଦ୍ଧ୍ବ ଭାରତୀୟ, ସୁମିରୁ ଫେରାଇ ଆଣିବାକୁ ପ୍ରୟାସ - ୟୁକ୍ରେନରୁ ସ୍ବଦେଶ ଫେରୁଛନ୍ତି ଭାରତୀୟ

ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ନେଇ ଗତକାଲି ପୁଣି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇଥିଲେ ମୋଦି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନରୁ ୧୩, ୩୦୦ ଭାରତୀୟ ସ୍ବଦେଶ ଫେରିଥିବା ସୂଚନା । ଅଧିକ ପଢନ୍ତୁ

Ukraine Crisis: ସ୍ବଦେଶ ଫେରିଲେଣୀ ୧୩,୩୦୦ ଭାରତୀୟ

author img

By

Published : Mar 6, 2022, 9:16 AM IST

ନୂଆଦିଲ୍ଲୀ: ୟୁକ୍ରେନରେ ଯୁଦ୍ଧ ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଘନଘନ ବୈଠକ । ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ନେଇ ଗତକାଲି ପୁଣି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇଥିଲେ ମୋଦି । ବୈଠକରେ ଅପରେସନ ଗଙ୍ଗା ସମ୍ପର୍କରେ ଆଲୋଚନା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଅପରେସନ ଗଙ୍ଗା ଅଧିନରେ ୟୁକ୍ରେନରୁ ୧୩, ୩୦୦ ଭାରତୀୟ ସ୍ବଦେଶ ଫେରିଥିବା ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ।

ଖାରକିଭରୁ ଅଧିକାଂଶ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ୟୁକ୍ରେନର ସୁମି ସହରରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଗୁରୁତ୍ବ ଦିଆଯାଉଛି ବୋଲି ବୈଠକରେ କୁହାଯାଇଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସମେତ ବୈଦେଶିକ ସଚିବ ହର୍ଷ ସ୍ରିଙ୍ଗଲା ପ୍ରମୁଖ ବରିଷ୍ଠ ଅଧିକାରୀ ମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

ସୂଚନା ଅନୁଯାୟୀ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ନେଇ ଉଭୟ ୟୁକ୍ରେନ ଓ ଋଷ ସରକାରଙ୍କ ସହ ଯୋଗଯୋଗରେ ରହି ଉଦ୍ଧାର ଅପରେସନ ଜାରି ରଖିଛି ଭାରତ । ଆଜି ଆଉ ୧୧ଟି ବିମାନରେ ୨୨ ଶହ ଭାରତୀୟ ଛାତ୍ର ସ୍ବଦେଶ ଫେରିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.