ହାଇଦ୍ରାବାଦ: ଜି-୨୦ ସମ୍ମିଳନୀରେ ଅଧ୍ୟକ୍ଷତା ପୂର୍ବରୁ ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଉପରାଜ୍ୟପାଳଙ୍କ ସହ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନ୍ଫରେସିଂ ମାଧ୍ୟମରେ ଏହି ଭିଡିଓ କନଫରେସିଂ କରାଯାଇଥିଲା ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ବୈଠକରେ ଯୋଗ ଦେଇଥିବା ସଦସ୍ୟଙ୍କୁ କହିଛନ୍ତି, "ଜି-୨୦ ସମ୍ମିଳନୀ ଅଧ୍ୟକ୍ଷତା ଦାୟିତ୍ବ ପୁରା ଦେଶର । ଦେଶର ଶକ୍ତି ପ୍ରଦର୍ଶନ କରିବାକୁ ଏହା ଭାରତ ପାଇଁ ଏକ ସ୍ବର୍ଣ୍ଣିମ ସୁଯୋଗ । ଏହି ବୈଠକରେ ପ୍ରଧାନମନ୍ତ୍ରୀ ଟିମ୍ ୱାର୍କ ଉପରେ ଜୋର୍ ଦେଇଛନ୍ତି । ଏଥିପାଇଁ ସମସ୍ତ ରାଜ୍ୟର ସହଯୋଗ ଲୋଡ଼ିଛନ୍ତି ପ୍ରଧାନମନ୍ତ୍ରୀ ।"
ବୈଠକରେ ପ୍ରଧାନମନ୍ତ୍ରୀ ଜି-୨୦ ସମ୍ମିଳନୀ ଚାଲିଥିବା ବେଳେ ରାଜ୍ୟ ରାଜ୍ୟ ମଧ୍ୟରେ ସହଯୋଗ କାମନା କରିଛନ୍ତି । ଜି-୨୦ ସମ୍ମିଳନୀ ଦେଶର ବିଭିନ୍ନ ପ୍ରସଙ୍ଗ ଉଜାଗର କରିବାରେ ସହାୟକ ହେବ । ଏହି ସମୟରେ ଅନେକ ବିଦେଶୀ ଅତିଥି ଭାରତ ଆସିବେ । ଏଣୁ ବିଶ୍ବର ନଜର ଭାରତରେ ଆୟୋଜିତ କାର୍ଯ୍ୟକ୍ରମ ଉପରେ ରହିବ । ଏହି ସମୟରେ ରାଜ୍ୟଗୁଡିକ ପର୍ଯ୍ୟଟନ, ବ୍ୟବସାୟ, ନିବେଶ ଉପରେ ଧ୍ୟାନ ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।