ETV Bharat / bharat

ଉଚ୍ଚସ୍ତରୀୟ ବୈଠକରେ କୋଭିଡ ଓ ଏନଫ୍ଲୁଏଞ୍ଜା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

author img

By

Published : Mar 22, 2023, 5:56 PM IST

ଦେଶରେ ସାମାନ୍ୟ ବଢିଛି କୋଭିଡ ଓ ଏନଫ୍ଲୁଏଞ୍ଜା ସଂକ୍ରମଣ । ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଉଚ୍ଚସ୍ତରୀୟ ବୈଠକରେ କୋଭିଡ ଓ ଏନଫ୍ଲୁଏଞ୍ଜା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ଉଚ୍ଚସ୍ତରୀୟ ବୈଠକରେ କୋଭିଡ ଓ ଏନଫ୍ଲୁଏଞ୍ଜା ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ସାମ୍ପ୍ରତିକ କୋଭିଡ୍‌ ଓ ଏନଫ୍ଲୁଏଞ୍ଜା ସଂକ୍ରମଣ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି(ବୁଧବାର) ଅପରାହ୍ନରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ବର୍ତ୍ତମାନ କୋଭିଡ, ଏନଫ୍ଲୁଏଞ୍ଜା ସ୍ଥିତି ଓ ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ନେଇ ଅବଗତ କରାଯାଇଛି । ଅପରାହ୍ନ ପ୍ରାୟ 4.30ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ରଙ୍କ ସମେତ ଗୃହ, ସ୍ବାସ୍ଥ୍ୟ ଓ ଅନ୍ୟ କିଛି ମନ୍ତ୍ରଣାଳୟର ସଚିବ ମଧ୍ୟ ଉପସ୍ଥିତ ଥିଲେ । ବର୍ତ୍ତମାନର ସଂକ୍ରମଣ ସ୍ଥିତି ଓ ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅଧିକାରୀଙ୍କଠାରୁ ସୂଚନା ଗ୍ରହଣ କରିଛନ୍ତି ।

ଦେଶରେ କିଛି ଦିନର ବ୍ୟବଧାନରେ ଏବେ କୋଭିଡ ସ୍ଥିତିରେ ସାମାନ୍ୟ ବୃଦ୍ଧି ଘଟିଛି । ସେହିପରି ଏନଫ୍ଲୁଏଞ୍ଜା ସଂକ୍ରମଣ ମଧ୍ୟ ବଢିଛି । ସରକାରୀ ତଥ୍ୟ ଅନୁସାରେ ଏବେ ଦେଶରେ ଗତ 24 ଘଣ୍ଟା ମଧ୍ୟରେ 1,134 ନୂତନ କୋଭିଡ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ଦେଶରେ ମୋଟ 7,026 ସକ୍ରିୟ କୋଭିଡ ମାମଲା ରହିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରିପୋର୍ଟ କହୁଛି । ଏପରି ସ୍ଥିତିରେ ସେପରି କିଛି ଆହ୍ବାନ ନଥିବା ବେଳେ ଆଗୁଆ ପଦକ୍ଷେପ ଗ୍ରହଣ ସ୍ଥିତିର ଜଟିଳତାକୁ ହ୍ରାସ କରିବା ଦିଗରେ ପ୍ରଭାବୀ ରହିବ । ତେଣୁ ଯଥେଷ୍ଟ ପୂର୍ବରୁ ମୁକାବିଲା ପ୍ରସ୍ତୁତି ଉପରେ ଗୁରୁତ୍ବାରୋପ କରାଯାଉଛି ।

ନିକଟରେ ସ୍ଥିତିରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ଏକାଧିକ ରାଜ୍ୟକୁ ଚିଠି ଲେଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ପାଇଁ ପରାମର୍ଶ ଦେଇଛି । ମହାରାଷ୍ଟ୍ର, ଗୁଜୁରାଟ, ତେଲେଙ୍ଗାନା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକ ସରକାରଙ୍କୁ ଚିଠି ଲେଖି ଉଚିତ ମୁକାବିଲା ପ୍ଲାନ୍‌ ପ୍ରସ୍ତୁତ ରଖିବାକୁ କହିଛି କେନ୍ଦ୍ର । ଲକ୍ଷଣ ପ୍ରକାଶ ପାଇଲେ ପରୀକ୍ଷା, ଚିକିତ୍ସା, ଆଇସୋଲେସନ ଏବଂ ଟୀକାକରଣ ଅଭିଯାନକୁ ବ୍ୟାପକ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ କରିବା ପାଇଁ ରାଜ୍ୟମାନେ ପଦକ୍ଷେପ ଗ୍ରହଣ କରିବେ ବୋଲି କେନ୍ଦ୍ର ଚିଠିରେ ଉଲ୍ଲେଖ କରିଛି । ସେହିପରି ନୂତନ ସବ୍-ଭାରିଆଣ୍ଟ୍ H3N2 ଚିହ୍ନଟ ଫଳରେ ଚିନ୍ତା ବଢିଛି । ହେଲେ ବର୍ତ୍ତମାନ ସଂକ୍ରମଣ ହାରରେ ଚିନ୍ତିତ ହେବା ପରି ସ୍ଥିତି ନାହିଁ । କେବଳ ଆଗୁଆ ସତର୍କତା ବଜାୟ ରଖିବା ପାଇଁ ରାଜ୍ୟମାନେ ଗୁରୁତ୍ବ ଦିଅନ୍ତୁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.