ETV Bharat / bharat

Mann Ki Baat: SHG ଗ୍ରୁପକୁ ସମର୍ଥନ କରିବାକୁ ମୋଦିଙ୍କ ଆହ୍ବାନ

ଆଜି (ରବିବାର) 89ତମ ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାସିକ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବିଷୟରେ ଆଲୋକପାତ କରିଛନ୍ତି ମୋଦି । ଅଧିକ ପଢନ୍ତୁ

author img

By

Published : May 29, 2022, 4:52 PM IST

Mann Ki Baat
Mann Ki Baat

ନୂଆଦିଲ୍ଲୀ: ଆଜି (ରବିବାର) 89ତମ ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମାସିକ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ବିଷୟରେ ଆଲୋକପାତ କରିଛନ୍ତି ମୋଦି । ତାନଞ୍ଜାଭୁରରେ SHG ଦ୍ବାରା ଅନେକ ଷ୍ଟୋର ଖୋଲିଛି । ଏହା ଦ୍ବାରା ଅନେକ ଗରିବ ପରିବାରଙ୍କ ଜୀବନ ବଦଳିଛି । ଏହି ଷ୍ଟୋର ଖୋଲିବା ଦ୍ବାରା ଗ୍ରୁପ ମହିଳାମାନେ ସେମାନଙ୍କ ଜିନିଷ ବିକ୍ରି କରୁଛନ୍ତି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସମର୍ଥନ କରିବାକୁ ଅହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ମହିଳା ସଶକ୍ତ ହେଲେ ଦେଶ ଆଗକୁ ବଢିବ । ମହିଳା ସଶକ୍ତିକରଣରେ ଏସଏଚଜି ବଡ ଭୂମିକା ତୁଲାଇଛି । ଆପଣଙ୍କ ନିକଟବର୍ତ୍ତୀ ଅଞ୍ଚଳରେ SHG ଦ୍ବାରା ତିଆରି ଜିନିଷକୁ ପ୍ରୋତ୍ସାହିତ କରନ୍ତୁ । ସେମାନେ ତାଙ୍କ ଜିନିଷ ବିକ୍ରି କରି କିପରି ସ୍ବାବଲମ୍ବୀ ହୋଇ ପାରିବେ ସେ ଦିଗରେ ପଦକ୍ଷେପ ନିଅନ୍ତୁ ଏବା ଆତ୍ମନିର୍ଭର ଭାରତର ସ୍ବପ୍ନ ସାକାର କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଜାପାନ ଗସ୍ତ ବିଷୟରେ କହି ସେଠାରେ ଭେଟିଥିବା ଲୋକଙ୍କ ବିଷୟରେ କହିଛନ୍ତି ମୋଦି । ଜାପାନବାସୀ ହୋଇଥିଲେ ବି ଭାରତ ପ୍ରତି ସେମାନଙ୍କ ସମ୍ପର୍କ ଗଜବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଆର୍ଟ ଡାଇରେକ୍ଟର ହିରୋସି କୋଇକେଙ୍କ ବିଷୟରେ କହି ମୋଦି କହିଛନ୍ତି ସେ ମହାଭାରତ ପ୍ରୋଜେକ୍ଟକୁ ନିର୍ଦ୍ଦେଶନା ଦେଇଛନ୍ତି । ଦେଶରେ ଷ୍ଟାର୍ଟଅଫ ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଦେଶରେ ୟୁନିକର୍ଣ୍ଣ ଶତକ ଛୁଇଁବା ଗର୍ବର ବିଷୟ ବୋଲି କହିଛନ୍ତି ମୋଦି ।

ଆଗାମୀ ମାସ ଜୁନ 21ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବ । ଯୋଗ ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦୈନନ୍ଦିନ ଜୀବନରେ ଯୋଗ କରନ୍ତୁ । ଏ ବର୍ଷ ଯୋଗ ଦିବସର ବିଷୟ ବସ୍ତୁ ରହିଛି ମାନବିକାତା ପାଇଁ ଯୋଗ । ବ୍ୟବସାୟୀଙ୍କଠୁ ନେଇ ଫିଲ୍ମ ଷ୍ଟାର ଓ ସାଧାରଣ ଲୋକ ଯୋଗକୁ ଜୀବନର ଅଙ୍ଗ ବନାଇଛନ୍ତି । ଯୋଗର ଲୋକପ୍ରୟତା ବଢୁଛି । ଚଳିତ ବର୍ଷ ଉତ୍ସାହର ସହ ଦିନଟିକୁ ପାଳନ କରିବାକୁ କହିଛନ୍ତି ମୋଦି ।

ଆମ ଦେଶରେ ଅନେକ ପ୍ରକାର ଭାଷା, ଲିପି ରହିଛି । ଅଲଗା ଅଲଗା କ୍ଷେତ୍ରର ଚଳନି ଆମ ସଂସ୍କୃତିର ପରିଚୟ। ଏକତା ମଧ୍ୟରେ ବିଭିନ୍ନତା ଏକ ରାଷ୍ଟ୍ର ରୂପେ ଅଧିକ ସଶକ୍ତ ଓ ଏକଜୁଟ କରିଛି । ଉତ୍ତରାଖଣ୍ଡର କଳ୍ପନା ନାମକ ଜଣେ ଯୁବତୀଙ୍କ ପ୍ରଶଂସା କରିଛନ୍ତି । କନ୍ନଡ ଭାଷା ନଜାଣି ସେ କର୍ଣ୍ଣାଟକରେ ମାଟ୍ରିକ ପରୀକ୍ଷାରେ ପାସ କରିଛନ୍ତି । ସେ 3 ମାସରେ କନ୍ନଡ ଭାକ୍ଷା ଶିଖିବାକୁ ସକ୍ଷମ ହୋଇଛନ୍ତି । କଳ୍ପନାଙ୍କ ଏହି ପ୍ରୟାସ ଏକ ଭାରତ ଶ୍ରେଷ୍ଠ ଭାରତ କଥାକୁ ସାକାର କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.