ETV Bharat / bharat

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ - ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସାକ୍ଷାତ

ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ସାକ୍ଷାତକାର । ଆସନ୍ତା ମାସ 24 ତାରିଖରେ ଶେଷ ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ରାଷ୍ଚ୍ରପତି ନିର୍ବାଚନ ପ୍ରକ୍ରିୟା ଜାରି । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

author img

By

Published : Jun 19, 2022, 5:02 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି (ରବିବାର) ରାଷ୍ଟ୍ରପତି ଭଭନରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ଓ ଆଲୋଚନା ହୋଇଥିବା ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ମାସ (ଜୁଲାଇ)24 ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇସାରିଥିବା ବେଳେ ପ୍ରକ୍ରିୟା ମଧ୍ୟ ଜାରି ରହିଛି ।

କାର୍ଯ୍ୟକାଳର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ରପତି କୋବିନ୍ଦ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ କାର୍ଯ୍ୟସୂଚୀ ସ୍ଥିର କରାଯାଇଛି । ଚଳିତ ମାସ ପ୍ରଥମାର୍ଦ୍ଧରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି ମିଳିତ ଭାବେ ଉତ୍ତର ପ୍ରଦେଶ ଗସ୍ତ କରିଥିଲେ । ଉଭୟ କାନପୁରର ସ୍ଥିତ ରାଷ୍ଟ୍ରପତିଙ୍କ ପୈତୃକ ଗ୍ରାମ ଓ ଘର ପରିଦର୍ଶନ କରିଥିଲେ ।

  • Shri Narendra Modi, Prime Minister of India, called on President Ram Nath Kovind at Rashtrapati Bhavan. pic.twitter.com/NfE5aUPkdj

    — President of India (@rashtrapatibhvn) June 19, 2022 " class="align-text-top noRightClick twitterSection" data=" ">

ଚଳିତ ମାସ 15 ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିସାରିଛନ୍ତି ନିର୍ବାଚନ ଆୟୋଗ । ଚଳିତ ମାସ 29 ତାରିଖରେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି । ସେହିପରି ଆସନ୍ତା ମାସ 18 ତାରିଖରେ ମତଦାନ ଓ 21ରେ ଗଣତି ହେବା ନେଇ ତାରିଖ ସ୍ଥିର କରାଯାଇଛି । ଜୁଲାଇ 24ରେ ରାଷ୍ଟ୍ରପତି କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ପରଦିନ ଅର୍ଥାତ 25 ତାରିଖରେ ନବ ନିର୍ବାଚିତ ରାଷ୍ଟ୍ରପତି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.