ETV Bharat / bharat

ଖଲିସ୍ତାନୀ ଆତଙ୍କୀ ପନ୍ନୁ ହତ୍ୟା ମାମଲାରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି - ଖଲିସ୍ତାନୀ ଆତଙ୍କୀ ଗୁରୁପତଓ୍ବନ୍ତ ପନ୍ନୁ

PM Modi Breaks Silence On US' Sikh Murder Plot Claim: ଯଦି ଭାରତୀୟଙ୍କ ସମ୍ପୃକ୍ତି ନେଇ ପ୍ରମାଣ ମିଳିଲେ ତଦନ୍ତ ହେବ । ବ୍ରିଟଶ ଗଣମାଧ୍ୟମକୁ ମୋଦିଙ୍କ ସାକ୍ଷାତକାର । ଅଧିକ ପଢନ୍ତୁ

ଆମେରିକାରେ ଖଲିସ୍ତାନୀ ଆତଙ୍କୀ ହତ୍ୟା ଷଡଯନ୍ତ୍ର ଅଭିଯୋଗ ମାମଲା: ପ୍ରଧାନମନ୍ତ୍ରୀ କହିଲେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନେବହ+
ଆମେରିକାରେ ଖଲିସ୍ତାନୀ ଆତଙ୍କୀ ହତ୍ୟା ଷଡଯନ୍ତ୍ର ଅଭିଯୋଗ ମାମଲା: ପ୍ରଧାନମନ୍ତ୍ରୀ କହିଲେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନେବହ
author img

By ETV Bharat Odisha Team

Published : Dec 20, 2023, 4:30 PM IST

ନୂଆଦିଲ୍ଲୀ: ଆମେରିକାରେ ରହୁଥିବା ଭାରତର ମୋଷ୍ଟ ଓ୍ବାଣ୍ଟେଡ ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ ଫର ଜଷ୍ଟିସର ମୁଖ୍ୟ ଗୁରୁପତଓ୍ବନ୍ତ ପନ୍ନୁକୁ ଭାରତୀୟ ନାଗରିକ ହତ୍ୟା କରିବାକୁ ଯୋଜନା କରିଥିବା ଓ ତାହା ସ୍ଥାନୀୟ ଏଜେନ୍ସି ଦ୍ବାରା ବିଫଳ କରାଯାଇଥିବା ନେଇ ଆମେରିକାର ଅଭିଯୋଗରେ ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭାରତ ଆଇନର ଶାସନରେ ବିଶ୍ବାସ କରେ । ଅଭିଯୋଗ ଅନୁସାରେ, କୌଣସି ଭାରତୀୟଙ୍କ ସମ୍ପୃକ୍ତି ନେଇ ଯଦି ପ୍ରମାଣ ମିଳେ, ତେବେ ଭାରତ ନିଶ୍ଚୟ ଘଟଣାର ତଦନ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ହେଲେ ଏପରି ଅଭିଯୋଗ କାରଣରୁ ଭାରତ-ଆମେରିକା ସୁସମ୍ପର୍କ ପ୍ରଭାବିତ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏକ ବ୍ରିଟିଶ ଗଣମାଧ୍ୟମ ସଂସ୍ଥା (ଫିନାନ୍ସିଆଲ ଟାଇମ୍ସ) କୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ମୋଦି ଆଜି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି,‘‘ କେହି ଯଦି ଭାରତୀୟ ନାଗରିକ ଏପରି କରିଛନ୍ତି, ତେବେ ଆମକୁ ପ୍ରମାଣ ମିଳିଲେ ଆମେ ଏହି ଘଟଣାରେ ତଦନ୍ତ କରିବୁ । ଭାରତ ଆମେରିକା ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ପାଇଁ ଉଭୟ ପକ୍ଷର ସମର୍ଥନ ରହିଛି । ଯାହା ଏକ ପରିପକ୍ବ ଓ ସ୍ଥିର ଭାଗିଦାରୀର ସଙ୍କେତ ମଧ୍ୟ । ଏପରି କିଛି ସାମାନ୍ୟ ଘଟଣା ଭାରତ-ଆମେରିକା ସମ୍ପର୍କକୁ ପ୍ରଭାବିତ କରିପାରିବ ନାହିଁ । ’’

2014ରେ କ୍ଷମତା ଆସିବା ପରେ ଏକାଧିକ ଥର ଆମେରିକା ଗସ୍ତ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୁଇ ଦେଶ ମଧ୍ୟରେ ସୁରକ୍ଷା, ପ୍ରତିରକ୍ଷା, ବାଣିଜ୍ୟ ସହଯୋଗ ଓ ଆତଙ୍କବାଦ ନିରୋଧ କ୍ଷେତ୍ରରେ ଅନେକେ ମିଳିତ ପଦକ୍ଷେପ ଗ୍ରହଣ କରାଯାଇଛି । ଆମେରିକା ରାଷ୍ଟ୍ରପତି ଭବନ ‘ହ୍ବାଇଟ ହାଉସ’ରେ ରାଜକୀୟ ଅତିଥି ଭାବେ ନୈଶ୍ୟଭୋଜିରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରିତ ଆମେରିକା କଂଗ୍ରେସ (ସଂସଦ) ର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କର ରେକର୍ଡ ରହିଛି । ଏପରି ସମୟରେ ଏପରି କିଛି ଘଟଣା ଦୁଇ ଦେଶର ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନିଜ ପ୍ରତିକ୍ରିୟାରେ ସ୍ପଷ୍ଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆମେରିକାର ସାଂଘାତିକ ଅଭିଯୋଗ; ଖଲିସ୍ତାନୀ ଆତଙ୍କୀ ପନ୍ନୁକୁ ହତ୍ୟା ଷଡଯନ୍ତ୍ର କରୁଛି ଭାରତ

ଚଳିତବର୍ଷ ନଭେମ୍ବର ଶେଷ ସପ୍ତାହରେ ‘ଫାଇନାନ୍ସିଆଲ ଟାଇମ୍ସ’ ଏକ ରିପୋର୍ଟରେ ଆରୋପ ଲଗାଇଥିଲା ଯେ, କିଛି ମାସ ତଳେ ବିଚ୍ଛିନ୍ନତାବାଦୀ ନେତା ପନ୍ନୁକୁ ହତ୍ୟା ପାଇଁ ଭାରତ ପକ୍ଷରୁ ଷଡ଼ଯନ୍ତ୍ର କରାଯାଇଥିବା ବେଳେ ଆମେରିକା ଏହାକୁ ବିଫଳ କରିଥିଲା । ଏହି ମାମଲାରେ ଓ୍ବାଶିଂଟନ ନୂଆଦିଲ୍ଲୀକୁ ଚେତାବନୀ ଜାରି କରିଥିବା ଉକ୍ତ ରିପୋର୍ଟରେ କୁହାଯାଇଥିଲା । ଏହାକୁ ସେତେବେଳେ ଭାରତ ପକ୍ଷରୁ ଖଣ୍ଡନ କରାଯାଇଥିଲା । ଏବେ ଆମେରିକାରେ ଥିବା ଖଲିସ୍ତାନୀ ଆତଙ୍କୀ ପନ୍ନୁ ଭାରତକୁ ବାରମ୍ବାର ଧମକ ଦେଇ ଆସୁଛି । ନିକଟରେ ସେ ଚଳିତ 13 ତାରିଖରେ ସଂସଦରେ ଆକ୍ରମଣ କରିବା ନେଇ ଧମକ ଦେଇଥିଲା । ତେଣୁ ଉକ୍ତ ଦିନ ହୋଇଥିବା ସୁରକ୍ଷା ବିଭ୍ରାଟକୁ ମଧ୍ୟ ଆତଙ୍କବାଦ ଦୃଷ୍ଟିକୋଣରୁ ତଦନ୍ତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.