ETV Bharat / bharat

SCO Summit 2022: ଉଜବେକିସ୍ତାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

author img

By

Published : Sep 15, 2022, 10:11 PM IST

ଉଜ୍‌ବେକିସ୍ତାନର ସମରକନ୍ଦରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 22 ତମ SCO ସମ୍ମିଳନୀରେ (SCO Summit 2022) କରିବେ ଅଂଶଗ୍ରହଣ । ଅଧିକ ପଢନ୍ତୁ

SCO Summit: ଉଜବେକିସ୍ତାନ ଅଭିମୁଖେ ଉଡାଣ ଭରିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜିଠାରୁ ଉଜବେକିସ୍ତାନରେ ଆୟୋଜିତ ହେବାକୁ ଥିବା 22 ତମ SCO ସମ୍ମିଳନୀରେ (SCO Summit 2022) ଅଂଶଗ୍ରହଣ କରିବା ପାଇଁ ଉଜବେକିସ୍ତାନ ରାଜଧାନୀ ସମରକନ୍ଦରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi leaves for SCO Summit) । ଏହି ଶିଖର ସମ୍ମିଳନୀରେ ବିଭିନ୍ନ ସଦସ୍ୟ ରାଷ୍ଟ୍ରଙ୍କ ସହ ଦ୍ବିପାକ୍ଷିକ ସମ୍ପର୍କ ଓ ଏକାଧିକ ପାରସ୍ପାରିକ ପ୍ରସଙ୍ଗରେ ସଦସ୍ୟ ରାଷ୍ଟ୍ରଙ୍କ ସହ ଆଲୋଚନା କରିବାର ଏକ ଅବସର ମିଳିବା ନେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି । ଏହି ସମ୍ମିଳନୀ ବର୍ତ୍ତମାନ ବିଶ୍ବର ଏକ ପ୍ରମୁଖ ସମ୍ମିଳନୀ ଭାବେ ସ୍ଥାନ ପାଇଛି । ଏହି ସମ୍ମିଳନୀର ସଦସ୍ୟ ରାଷ୍ଟ୍ରଙ୍କ ମିଳିତ ଜିଡିପି (GDP) ବିଶ୍ବ GDPର ପ୍ରାୟ 30 ପ୍ରତିଶତ ଓ ବିଶ୍ବ ଲୋକସଂଖ୍ୟାର ପ୍ରାୟ 40 ପ୍ରତିଶତ ମଧ୍ୟ ।

  • Leaving for Samarkand, Uzbekistan to attend the SCO Summit, which will witness exchange of views on a wide range of regional and global issues. https://t.co/pmA3n8JsKQ

    — Narendra Modi (@narendramodi) September 15, 2022 " class="align-text-top noRightClick twitterSection" data=" ">

ଚଳିତବର୍ଷ ଏହି ଶିଖର ସମ୍ମିଳନୀର ଆୟୋଜନ ଭାର ଉଜବେକିସ୍ତାନ ଗ୍ରହଣ କରିଥିବା ବେଳେ ରାଜଧାନୀ ସମରକନ୍ଦରେ ଏହି ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହେଉଛି (SCO Summit 2022)। 2019 ରେ କୋଭିଡ ସଂକ୍ରମଣ ଆରମ୍ଭ ହେବା ପରେ ପ୍ରଥମ ଥର ଏହି ସମ୍ମଳନୀ ଭର୍ଚ୍ଚୁଆଲ ମୋଡ ପରିବର୍ତ୍ତେ ପ୍ରତ୍ୟେକ୍ଷ ଭାବେ ଅନୁଷ୍ଠିତ ହେଉଛି । ଏହି ସମ୍ମିଳନୀରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥା ଦ୍ବିପାକ୍ଷିକ ପ୍ରସଙ୍ଗ ଓ ବିଭିନ୍ନ କ୍ଷେତ୍ରରେ ପାରସ୍ପାରିକ ସହଯୋଗ ନେଇ ଆଲୋଚନା ହେବ । ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରଙ୍କ ବ୍ୟତୀତ ଏଥିରେ କିଛି ନିମନ୍ତ୍ରିତ ଅତିଥି ରାଷ୍ଟ୍ର ମଧ୍ୟ ସାମିଲ ହେବା ନେଇ ସୂଚନା ମିଳିଛି (PM Modi to attend SCO summit)।

ଏହା ମଧ୍ୟ ପଢନ୍ତୁ:- ଉଜବେକିସ୍ତାନ ଯିବେ ପ୍ରଧାନମନ୍ତ୍ରୀ ମୋଦି, SCO ସମ୍ମିଳନୀରେ କରିବେ ଅଂଶଗ୍ରହଣ

ଏହି ସମ୍ମିଳନୀରେ ମୋଟ 8 ସଦସ୍ୟ ରାଷ୍ଟ୍ର ଭାବେ ଭାରତ, ପାକିସ୍ତାନ, ଉଜବେକିସ୍ତାନ, କାର୍ଗିଜସ୍ଥାନ, ଖାଜାକସ୍ତାନ, ଉଜବେକିସ୍ତାନ, ଚୀନ ଓ ଋଷ ରହିଛନ୍ତି । ବିଭିନ୍ନ ଦେଶର ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଓ ସହଯୋଗ ନେଇ ଆଲୋଚନା ହେବ । ସୀମାପାର ଆତଙ୍କବାଦ ନିରୋଧ, ବାଣିଜ୍ୟିକ, ସୁରକ୍ଷା ଆଦି ପ୍ରସଙ୍ଗରେ ରାଷ୍ଟ୍ରମୁଖ୍ୟମାନେ ଆଲୋଚନା କରିବେ । ଚଳିତ ସମ୍ମିଳନୀରେ ଭାରତ ସମତେ ପାକିସ୍ତାନ, ଚୀନ, ଋଷ ଆଦି ଦେଶର ମୁଖ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିବେ । 2001 ରେ ଆରମ୍ଭ ହୋଇଥିବା ଏହି ଅନ୍ତର୍ଜାତୀୟ ଶିଖର ସମ୍ମିଳନୀ ଚଳିତ ବର୍ଷ 22ତମ ସଂସ୍କରଣରେ ପହଞ୍ଚିଛି । ତେବେ ଚଳିତ ଥର ପ୍ରଧାନମନ୍ତ୍ରୀ ମୋଦି ଚୀନ ରାଷ୍ଟ୍ରପତି ସି.ଜିନପିଙ୍ଗ ସହ ଏକକ ଆଲୋଚନା କରିବା ନେଇ ଅନୁମାନ କରାଯାଉଥିବା ବେଳେ ଏପରି କିଛି ଏକକ ସାକ୍ଷାତକାର କାର୍ଯ୍ୟସୂଚୀ ନଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.