ETV Bharat / bharat

ବାରାଣାସୀରେ ମୋଦି, ଦେବଦୀପାବଳି ମହୋତ୍ସବରେ ହେବେ ସାମିଲ

author img

By

Published : Nov 30, 2020, 3:23 PM IST

ବାରାଣାସୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭବ୍ୟ ଦେବଦୀପାବଳୀ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ବାରାଣାସୀରେ ମୋଦି, ଦେବଦୀପାବଳି ମୋହତ୍ସବରେ ହେବେ ସାମିଲ

ଲକ୍ଷ୍ନୌ: ଲକଡାଉନ ପରେ ପ୍ରଥମ ଥର ନିଜ ସଂସଦୀୟ କ୍ଷେତ୍ର ବାରାଣାସୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଏଠାରେ କାଶୀ ସ୍ଥିତ ଘାଟର ତଦାରଖ କରିବା ସହ କାଶୀ ବିଶ୍ବନାଥ କରିଡରର ନିରୀକ୍ଷଣ କରିବେ । ସେହିପରି ଭବ୍ୟ ଦେବଦୀପାବଳୀ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବେ ପ୍ରଧାନମନ୍ତ୍ରୀ ।

ଦିନିକିଆ ବାରାଣାସୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସି ବାବତପୁର ଏୟାରପୋର୍ଟରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଏଠାରୁ ହେଲିକପ୍ଟର ଯୋଗେଁ ମିର୍ଜାମୁରାଦର ଖଜୁରୀ ଜନସଭା ସ୍ଥଳରେ ପହଞ୍ଚି ସଜନସଭାକୁ ସମ୍ବୋଧିତ କରୁଛନ୍ତି । ଏଠାରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଉପସ୍ଥିତ ଅଛନ୍ତି । ତେବେ ପ୍ରଧାନମନ୍ତ୍ରୀ ବାରାଣାସୀରୁ ହଣ୍ଡିୟା ପର୍ଯ୍ୟନ୍ତ 6 ଲେନ ସଡକର ଲୋକାର୍ପଣ ମଧ୍ୟ କରିଛନ୍ତି ।

ଖଜୁରୀରୁ ପ୍ରଧାନମନ୍ତ୍ରୀ ଡୋମରୀ ହେଲିପ୍ୟାଡରେ ପହଞ୍ଚି ସେଠାରୁ ସଡକ ମାର୍ଗରେ ଭଗବାନ ଅବଧୁତ ରାମ ଘାଟ ଯାଇ କ୍ରୁଜରେ ପରିଭ୍ରମଣ କରିବେ ।

କ୍ରୁଜରେ ବସି ମୋଦି ସିଧା ଲଳିତା ଘାଟ ଯିବେ, ଯେଉଁଠାରେ ସେ ବିଶ୍ବନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ପରେ ନିର୍ମାଣ ଅଗ୍ରଗତିର ତଦାରଖ କରିବେ । ବିଶ୍ୱନାଥ ମନ୍ଦିରରୁ ପ୍ରଧାନମନ୍ତ୍ରୀ ପୁଣି ଲଲିତା ଘାଟକୁ ଆସି ଆଲାକାନନ୍ଦ କ୍ରୁଜରେ ରାଜଘାଟକୁ ଯିବେ, ଯେଉଁଠାରେ ଦେବଦୀପାବଳି ନେଇ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.