ETV Bharat / bharat

ପରିବେଶ ମନ୍ତ୍ରୀଙ୍କ ଜାତୀୟ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

author img

By

Published : Sep 23, 2022, 2:58 PM IST

ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

National Conference of Environment Ministers
ରାଜ୍ୟ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀ

ନୂଆଦିଲ୍ଲୀ: ରାଜ୍ୟ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରୀମାନଙ୍କ ଜାତୀୟ ସମ୍ମିଳନୀକୁ (National Conference of Environment Ministers) ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟର ଏକତା ନଗରରେ ଅନୁଷ୍ଠିତ ସମ୍ମିଳନୀକୁ ଭିଡିଓ କନଫରେନ୍ସି ଜରିଆରେ ସମ୍ବୋଧିତ କରି ପରିବେଶ ସଂରକ୍ଷଣ, ପରିବେଶ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସୁସମନ୍ବୟ ରକ୍ଷା ଏବଂ ସର୍ବୋତ୍ତମ ସଫଳ ସମାଧାନ ଦିଗରେ ସଜାଗ ରହିବାକୁ ରାଜ୍ୟଗୁଡିକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ଜାତୀୟ ସମ୍ମିଳନୀ ବହୁତ ଗୁରୁତ୍ବପୂର୍ଣ୍ଣ । ଯଦି ଆମେ ଆଦିବାସୀ ଜନଜାତି, ଜଙ୍ଗଲ, ଜଳ ସଂରକ୍ଷଣ, ବନ୍ୟଜନ୍ତୁ, ପର୍ଯ୍ୟଟନ, ପ୍ରକୃତି, ସଂରକ୍ଷଣ ଓ ବିକାଶ କଥା କହିବା ତେବେ ଏହି ଏକଦା ନଗର ଏକ ବର୍ତ୍ତା ଦେଉଛି କି ବନ ଏବଂ ସଂରକ୍ଷଣ କ୍ଷେତ୍ରରେ ଆଜି ଏକତାନଗର ଏକ ତୀର୍ଥକ୍ଷେତ୍ର ହୋଇଛି । ଆଗାମୀ ୨୫ ବର୍ଷ ଅମୃତ କାଳ ପାଇଁ ଭାରତ ଏକ ନୂଆ ଲକ୍ଷ୍ୟ ପ୍ରସ୍ତୁତ କରୁଛି । ସମସ୍ତଙ୍କ ପ୍ରୟାସରେ ସଂରକ୍ଷଣରେ ସହାୟତା ମିଳିବ ଓ ଭାରତର ବିକାଶ ଦ୍ରୁତ ଗତିରେ ହେବ । ଆଜିର ନୂଆ ଭାରତ ନୂଆ ଭାବନା ସହ ଆଗକୁ ବଢୁଛି । ଅର୍ଥନୀତିରେ ଦ୍ରୁତ ଗତିରେ ବିକଶିତ ଦେଶ ହେବା ସହିତ ନିରନ୍ତର ଭାବେ ପରିବେଶକୁ ମଜବୁତ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...Tata Steel Mega Merger: ଟାଟା ଷ୍ଟିଲ୍‌ରେ ମିଶିବ 7ଟି ମେଟାଲ୍ କମ୍ପାନୀ

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "ବଡ ବଡ ସମସ୍ୟାର ସମାଧାନ ପାଇଁ ଭାରତ ଆଜି ଦୁନିଆକୁ ନେତୃତ୍ବ ନେଉଛି । ପ୍ରତିଶ୍ରୁତି ପୁରଣ ପାଇଁ ରେକର୍ଡ ପାଇଁ ଦୁନିଆ ଆଜି ଭାରତ ସହ ଯୋଡି ହୋଇଛି । ବିଗତ ବର୍ଷରେ ସିଂହ, ବାଘ, ହାତୀ ଭଳି ବନ୍ୟଜନ୍ତୁଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ନିକଟରେ ମଧ୍ୟପ୍ରଦେଶର କୁନୋ ପାର୍କରେ ଚିତା ଛଡାଯାଇଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ପ୍ରତିଟି ଭାରତବାସୀଙ୍କ ସଂସ୍କାରରେ ଜୀବଙ୍କ ପ୍ରତି ଦୟା ଓ ପ୍ରକୃତି ପ୍ରତିଥିବା ଭଲ ପାଇଁ ଚିତାଙ୍କ ଭାରତ ଫେରିବା ଦିନ ହିଁ ପ୍ରତିଫଳିତ ହୋଇଥିଲା । ହିନ୍ଦୁସ୍ତାନର କୋଣ ଅନୁକୋଣ ଦେଖିବାକୁ ମିଳିଥିଲା ଯେପରି ନିଜ ଘରର ଜଣେ ଅତିଥି ଅସିଛନ୍ତି ।" ଏହା ଆମ ଦେଶର ଏକ ଶକ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

୨୦୭୦ ସୁଦ୍ଧା ଭାରତ ନେଟ ଜିରୋ ଟାର୍ଗେଟ ରଖିଛି । ବର୍ତ୍ତମାନ ଦେଶର ଫୋକସ ଗ୍ରୀନ ଗ୍ରୋଥ ଓ ଗ୍ରୀନ ଜବ ଉପରେ । ଏହି ସବୁ ଲକ୍ଷ୍ୟ ପ୍ରାପ୍ତ ପାଇଁ ରାଜ୍ୟର ପରିବେଶ ମନ୍ତ୍ରାଳୟର ବଡ ଭୂମିକା ରହିଛି । ରାଜ୍ୟରେ ସର୍କୁଲାର ଇକୋନୋମି ଅଧିକରୁ ଅଧିକ କରିବାକୁ ସମସ୍ତ ରାଜ୍ୟ ପରିବେଶ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ବର୍ଜ୍ୟବସ୍ତୁ ପରିଚାଳନା ଓ ଏକକ ପ୍ଳିଷ୍ଟିକ ବ୍ୟବହାରକୁ ଶକ୍ତି ଯୋଗାଇବ ।

ଆଧୁନିକ ଇନଫାଷ୍ଟ୍ରକଚର ବିନା ଦେଶର ବିକାଶ, ଦେଶବାସୀଙ୍କ ଜୀବନ ସ୍ତରକୁ ସୁଧାରିବା ପ୍ରୟାସ ସଫଳ ହେବ ନାହିଁ । ସେହି ସବୁ କାର୍ଯ୍ୟ କରିବା ଦରକାର ଯାହା ପରିବେଶର ସୁରକ୍ଷା ପାଇଁ ସହାୟକ ହେବ । ପିଏମ ଗତି ଶକ୍ତି ଯୋଜନା ଲାଗୁ ହେବାପରେ ଇନଫାଷ୍ଟ୍ରକର ପ୍ରକଳ୍ପରେ ତାଳମେଳ ବହୁତ ବଢିଛି । ଜଳବାୟୁ ପରିବର୍ତ୍ତନ ପାଇଁ ଆସୁଥିବା ସମସ୍ୟାକୁ ସାମ୍ନା କରି ଅର୍ଥ ବ୍ୟବସ୍ଥା ସଠିକ ଉପଯୋଗ କରିବାକୁ ପଡିବ । କେନ୍ଦ୍ର ରାଜ୍ୟ ସରକାରଙ୍କୁ ମିଶି ଗ୍ରୀନ ଇଣ୍ଡଷ୍ଟ୍ରିଆଲ ଇକୋନୋମି ପକ୍ଷେ ବଢିବାକୁ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.