ନୂଆଦିଲ୍ଲୀ: ବର୍ଷର ପ୍ରଥମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 97ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନ କଥା କହି ଜନଜାତି ସମାଜର କଲ୍ୟାଣ କାମନା କରିବା ସହ ଚଳିତ ବର୍ଷ ପଦ୍ମ ବିଜେତାଙ୍କ ବିଷୟରେ ପଢିବା ପାଇଁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ଓଡିଶାର ଚିଲିକା ହ୍ରଦର ନାଁ ନେଇ ଚିଲିକା ୪୦ ପ୍ରଜାତିର ଜଳପକ୍ଷୀଙ୍କ ଆଶ୍ରୟ ସ୍ଥଳ ପାଲଟିଥିବା କହିଛନ୍ତି । ଓଡ଼ିଶାର ମିଲେଟପ୍ରିନିୟର୍ସଙ୍କ କଥା କହି ସୁରନ୍ଦଗଡ ଜିଲ୍ଲା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ କଥା ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି ପ୍ରଧାନମନ୍ତ୍ରୀ ।
-
Request everyone to know in detail about the inspirational life of the Padma awardees and share with others as well: PM @narendramodi during #MannKiBaat pic.twitter.com/6LOtr0QbBi
— PMO India (@PMOIndia) January 29, 2023 " class="align-text-top noRightClick twitterSection" data="
">Request everyone to know in detail about the inspirational life of the Padma awardees and share with others as well: PM @narendramodi during #MannKiBaat pic.twitter.com/6LOtr0QbBi
— PMO India (@PMOIndia) January 29, 2023Request everyone to know in detail about the inspirational life of the Padma awardees and share with others as well: PM @narendramodi during #MannKiBaat pic.twitter.com/6LOtr0QbBi
— PMO India (@PMOIndia) January 29, 2023
ସେହିପରି କେନ୍ଦ୍ର ସରକାରଙ୍କ ମିଲେଟ ମିଶନର ସଫଳତା ବିଷୟରେ କହି ପ୍ରଧାନମନ୍ତ୍ରୀ କହିଛନ୍ତି, ଅନ୍ତର୍ଜାତୀୟ ମିଲେଟ ବର୍ଷ ଓ ଅନ୍ତର୍ଜାତୀୟ ଯୋଗ ଦିବସକୁ ୟୁଏନ ସ୍ବୀକୃତି ଦେଇଛି । ଉଭୟ ଯୋଗ ଓ ମିଲେଟ ସ୍ବାସ୍ଥ୍ୟ କ୍ଷେତ୍ରରେ ଗୁରୁତ୍ବ ବହନ କରୁଛି । ମନ୍ କି ବାତରେ ଓଡିଶାର ସୁନ୍ଦରଗଡ ଜିଲ୍ଲା ଏସଏଚଜି ମହିଳା ମିଲେଟପ୍ରେନିୟର୍ସଙ୍କ କଥା କହିଛନ୍ତି । ସୁନ୍ଦରଗଡରେ 15 ଶହ ଏସଏଚଜି ମହିଳା ମିଲେଟପ୍ରେନିୟର୍ସ ରହିଛନ୍ତି । ଓଡିଶା ମିଲେଟ ମିଶନରେ ଏହି ମହିଳା ସ୍ବୟଂ ସହାୟକ ମହିଳାଙ୍କର ଭୂମିକା ରହିଛି । ଦୁନିଆ ଏବେ ମାଣ୍ଡିଆର ମହତ୍ତ୍ବ ବିଷୟରେ ଜାଣିବାକୁ ପାଉଛି । ମାଣ୍ଡିଆରେ ସୁନ୍ଦରଗଡର ଏହି ମହିଳାମାନେ ଅନେକ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ମିଲେଟରୁ ବିସ୍କୁଟ, ମିଠା ଓ କପକେକ ପ୍ରସ୍ତୁତ କରି ବିକ୍ରି କରି ସ୍ବାବଲମ୍ବୀ ହୋଇଛନ୍ତି । ସେହିପରି କର୍ଣ୍ଣାଟକର ଏକ ମାଣ୍ଡିଆ କମ୍ପାନୀ ଗତ ବର୍ଷ ମାଣ୍ଡିଆ ଉପରେ ଗବେଷଣା ଆରମ୍ଭ କରିଛି ।
ସେହିପରି ଚିଲିକା ହ୍ରଦ ବିଷୟରେ କହି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଅନ୍ୟତମ ରାମସାର ସାଇଟ୍ସରେ ମାନ୍ୟତା ପାଇଛି ଚିଲିକା । ୨୦୧୪ ସୁଦ୍ଧା ଦେଶରେ ମାତ୍ର ୨୬ଟି ରାମସାର ସାଇଟ୍ସ ଥିଲା । ବର୍ତ୍ତମାନ ରାମସାର ସାଇଟ୍ସ ବୃଦ୍ଧି ପାଇ ୭୫ରେ ପହଞ୍ଚିଛି । ରାମସାର ସାଇଟ୍ସରେ 20 ହଜାରରୁ ଅଧିକ ଜଳପକ୍ଷୀ ରହିବା ଆବଶ୍ୟକ । ଓଡିଶାର ଚିଲିକା ହ୍ରଦ 40 ପ୍ରଜାତିରୁ ଅଧିକ ଜଳପକ୍ଷୀଙ୍କୁ ଆଶ୍ରୟ ଦେବା ନେଇ ଜଣାଶୁଣା ।
ଆମ ଦେଶ ଦୁନିଆର ସବୁଠୁ ବଡ ଲୋକତନ୍ତ୍ର ଏବଂ ଭାରତୀୟ ଏହାକୁ ନେଇ ଗର୍ବିତ । ଆମ ଦେଶ ଗଣତନ୍ତ୍ରର ମାଆ । ଲୋକତନ୍ତ୍ର ଆମ ରକ୍ତରେ ସଂସ୍କୃତିରେ ରହିଛି । କିଛି ଦିନ ତଳେ 'India the mother of democracy'ନାମକ ପୁସ୍ତକ ଉନ୍ମୋଚିତ ହୋଇଥିଲା ଯେଉଁଥିଲେ ବିଭିନ୍ନ ପ୍ରକାର ପ୍ରବନ୍ଧମାଳା ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।