ନୂଆଦିଲ୍ଲୀ: SCO ସମଗ୍ର ଏସିଆ କ୍ଷେତ୍ରରେ ଦୁଇ ଦଶନ୍ଧି ହେବ ଶାନ୍ତି, ସମୃଦ୍ଧି ଓ ବିକାଶ ଦିଗରେ ଏକ ମହତ୍ତ୍ବପୂର୍ଣ୍ଣ ପ୍ଲାଟଫର୍ମ ଭାବେ ଉଭା ହୋଇଛି । ଏହି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଜରିଆରେ ଭାରତ ପୁରୁଣା ସଂସ୍କୃତି ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ଆମ ସହଭାଗୀତାର ଜୀବନ୍ତ ପ୍ରମାଣ । ଆମ ଏହି କ୍ଷେତ୍ରକୁ Extended Neighbourhood ନୁହେଁ Extended Family ପରି ଦେଖୁ । ଉର୍ଚୁଆଲି ଅନୁଷ୍ଠିତ ଏସସିଓ ସମ୍ମିଳନୀରେ ଅଧ୍ୟକ୍ଷତା କରି ଏହା କହିବା ସହ ଆତଙ୍କବାଦ ରୋକିବାକୁ ଆହ୍ବାନ କରିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।
-
पिछले दो दशकों में, SCO, पूरे यूरेशिया क्षेत्र में, शान्ति, समृद्धि और विकास के लिए एक महत्वपूर्ण प्लेटफार्म के रूप में उभरा है।
— PMO India (@PMOIndia) July 4, 2023 " class="align-text-top noRightClick twitterSection" data="
इस क्षेत्र के साथ, भारत के हजारों वर्ष पुराने सांस्कृतिक और people to people संबंध, हमारी साझा विरासत का जीवंत प्रमाण हैं। pic.twitter.com/brBBHAVw7a
">पिछले दो दशकों में, SCO, पूरे यूरेशिया क्षेत्र में, शान्ति, समृद्धि और विकास के लिए एक महत्वपूर्ण प्लेटफार्म के रूप में उभरा है।
— PMO India (@PMOIndia) July 4, 2023
इस क्षेत्र के साथ, भारत के हजारों वर्ष पुराने सांस्कृतिक और people to people संबंध, हमारी साझा विरासत का जीवंत प्रमाण हैं। pic.twitter.com/brBBHAVw7aपिछले दो दशकों में, SCO, पूरे यूरेशिया क्षेत्र में, शान्ति, समृद्धि और विकास के लिए एक महत्वपूर्ण प्लेटफार्म के रूप में उभरा है।
— PMO India (@PMOIndia) July 4, 2023
इस क्षेत्र के साथ, भारत के हजारों वर्ष पुराने सांस्कृतिक और people to people संबंध, हमारी साझा विरासत का जीवंत प्रमाण हैं। pic.twitter.com/brBBHAVw7a
ଏସସିଓ ସମ୍ମିଳନୀରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ''ଏସସିଓର ଅଧ୍ୟକ୍ଷତା ଭାବରେ ଭାରତ ସହଯୋଗକୁ ନୂଆ ଶିଖର ଯାଏ ନେବାକୁ ନିରନ୍ତର ପ୍ରୟାସ କରୁଛି । ଏହାକୁ ଦୁଇ ଭାଗରେ ଭାଗ କରାଯାଇଛି । ପ୍ରଥମ ବସୁଧୌବ କୁଟୁମ୍ବକମ ଅର୍ଥାତ ସମଗ୍ର ବିଶ୍ବ ଗୋଟିଏ ପରିବାର । ଦ୍ବିତୀୟ ସୁରକ୍ଷା ଅର୍ଥନୈତିକ ବିକାଶ, ଯୋଗାଯୋଗ, ଏକତା, ସମ୍ମାନ, ସୌହାର୍ଦ୍ଦ୍ୟ ଏବଂ ପରିବେଶ ସୁରକ୍ଷା । ଭାରତ ଏସସିଓରେ ସହଯୋଗକୁ 5ଟି ନୂଆ ସ୍ତମ୍ବ କରିଛି । ପ୍ରଥମ ଷ୍ଟାର୍ଟଅଫ ଏବଂ ଉଦ୍ଭାବନ, ଟ୍ରାଡିସନାଲ ମେଡିସିନ, ସଶକ୍ତ ଯୁବଗୋଷ୍ଠୀ, ଡିଜିଟାଲ ଇନକ୍ଲୁସନ ଏବଂ ବୁଦ୍ଧିଷ୍ଟ ଐତିହ୍ୟ ।''
-
आतंकवाद चाहे किसी भी रूप में हो, किसी भी अभिव्यक्ति में हो, हमें इसके विरुद्ध मिलकर लड़ाई करनी होगी। pic.twitter.com/EeGXJoONhB
— PMO India (@PMOIndia) July 4, 2023 " class="align-text-top noRightClick twitterSection" data="
">आतंकवाद चाहे किसी भी रूप में हो, किसी भी अभिव्यक्ति में हो, हमें इसके विरुद्ध मिलकर लड़ाई करनी होगी। pic.twitter.com/EeGXJoONhB
— PMO India (@PMOIndia) July 4, 2023आतंकवाद चाहे किसी भी रूप में हो, किसी भी अभिव्यक्ति में हो, हमें इसके विरुद्ध मिलकर लड़ाई करनी होगी। pic.twitter.com/EeGXJoONhB
— PMO India (@PMOIndia) July 4, 2023
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ବିବାଦ, ଯୁଦ୍ଧ ଏବଂ ମହାମାରୀରେ ଘେରି ହୋଇ ରହିଥିବା ବିଶ୍ବରେ ଖାଦ୍ୟ, ଇନ୍ଧନ ଏବଂ ସାର ସମସ୍ୟା ସମସ୍ତ ଦେଶ ପାଇଁ ବଡ ଚ୍ୟାଲେଞ୍ଜ ଥିଲା । ବର୍ତ୍ତମାନ ସମୟରେ ବୈଶ୍ବିକ ସ୍ଥିତି ଏକ ମହତ୍ତ୍ବପୂର୍ଣ୍ଣ ସ୍ଥାନରେ ପହଞ୍ଚିଛି । ଏକ ସଂଗଠନ ରୂପରେ ଆମ ଲୋକଙ୍କ ଆକାକ୍ଷାଂ ପୂରଣ କରିବା, ଆଧୁନିକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ସକ୍ଷମ କି କଣ ଏସସିଓ ଏପରି ଏକ ସଂଗଠନ ହେଉଛି ଯାହା ଭବିଷ୍ୟତ ପାଇଁ ପ୍ରସ୍ତୁତ ଅଛି ଏ ଦିଗରେ ଆମକୁ ବିଚାର କରିବାକୁ ହେବ । ।
ଆତଙ୍କବାଦ ରୋକିବାକୁ ମୋଦିଙ୍କ ଆହ୍ବାନ: ଏସସିଓ ସମ୍ମିଳନୀରେ ଆତଙ୍କବାଦ ରୋକିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସମ୍ମିଳନୀରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୀମାପାର ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦ ହେଉ । ପାକିସ୍ତାନ ନା ନେଇ ଡବଲ ଷ୍ଟାଣ୍ଡାର୍ଡ କଥା କହି ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଫଗାନିସ୍ତାନକୁ ନେଇ ଭାରତ ଅଧିକ ଚିନ୍ତିତ । ଆଫଗାନିସ୍ତାନରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଓ ଅଧିକାର ସୁନିଶ୍ଚିତ କରାଯାଉ । ଅନ୍ୟ ଦେଶରେ ଆତଙ୍କୀ କାର୍ଯ୍ୟ ପାଇଁ ଆଫଗାନିସ୍ତାନ ବ୍ୟବହାର ନ ହେଉ । ଦୁଇ ଦଶନ୍ଧି ହେବ ଆମେ ଆର୍ଥିକ ଓ ସାମାଜିତକ ସହାୟତା ଯୋଗାଉଛୁ । ସମସ୍ତଙ୍କ ସହ ମିଶି କାମ କରିବାକୁ ଭାରତ ପ୍ରତିବଦ୍ଧ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହା ବି ପଢନ୍ତୁ...ଛାତ୍ରୀଙ୍କ ଆଡମିଟ୍ କାର୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ
ଏହା ବି ପଢନ୍ତୁ...କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
2005ରେ ଭାରତ ପ୍ରଥମ ଥର SCO ସମ୍ମିଳନୀରେ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବେ ଅଂଶଗ୍ରହଣ କରିଥିଲା । ପରେ 2017ରେ ଭାରତ ଏହି ସମ୍ମିଳନୀର ନିୟମିତ ସଦସ୍ୟ ମଧ୍ୟ ହୋଇଥିଲା । ଗତ 6ବର୍ଷ ଧରି ଭାରତ ଏହି ସମ୍ମିଳନୀରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଆସୁଛି । 2022 ସେପ୍ଟେମ୍ବରେ ଉଜବେକିସ୍ତାନ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ସମାପିତ ହେବା ପରେ ଭାରତ ଅଧ୍ୟକ୍ଷତା ଭାର ଗ୍ରହଣ କରିଥିଲା ।