ETV Bharat / bharat

ଆଜାଦୀ କା ଅମୃତ ମହୋତ୍ସବ ଜନ ଆନ୍ଦୋଳନର ରୂପ ନେଉଛି: ପ୍ରଧାନମନ୍ତ୍ରୀ - ମନ କି ବାତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) 91ତମ ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ମନ କି ବାତର 91ତମ ରେଡିଓ କାର୍ଯ୍ୟକ୍ରମ ବହୁତ ସ୍ବତନ୍ତ୍ର କାରଣ ଏଥର ସ୍ବାଧୀନଚା ଦିବସ ତାର 75 ବର୍ଷ ପୂରଣ କରିବ । ଅଧିକ ପଢନ୍ତୁ

ମୋଦିଙ୍କ ମନ କି ବାତ
ମୋଦିଙ୍କ ମନ କି ବାତ
author img

By

Published : Jul 31, 2022, 12:10 PM IST

Updated : Jul 31, 2022, 12:56 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) 91ତମ ମନ କି ବାତ୍ ରେଡିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ମନ କି ବାତର 91ତମ ରେଡିଓ କାର୍ଯ୍ୟକ୍ରମ ବହୁତ ସ୍ବତନ୍ତ୍ର କାରଣ ଏଥର ସ୍ବାଧୀନତା ଦିବସ ତାର 75 ବର୍ଷ ପୂରଣ କରିବ । ଆମେ ସମସ୍ତ ବହୁତ ଅଦ୍ଭୂତ ଓ ଐତିହାସିକ ସମୟର ସାକ୍ଷୀ ହେବାକୁ ଯାଉଛୁ । ଆଜାଦୀ କା ଅମୃତ ମହୋତ୍ସବ ଜନ ଆନ୍ଦୋଳନର ରୂପ ନେଉଛି । ସମାଜର ସବୁ ବର୍ଗର ଲୋକ ଅଲଗା ଅଲଗା କାର୍ଯ୍ୟକ୍ରମରେ ଭାଗ ନେଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମାସିକ ରେଡିଓ କାର୍ଯ୍ୟକ୍ରମରେ ଦେଶ ସ୍ବାଧୀନତାରେ ବଳିଦାନ ଦେଇଥିବା ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ପାଇଁ ଜୀବନ ଦେଇଥିବା ଶହୀଦ ଉଦ୍ଧମ ସିଂଙ୍କୁ ସ୍ମରଣ କରି ତାଙ୍କ ବଳିଦାନକୁ ବିଷୟରେ କହିଛନ୍ତି ପିଏମ ମୋଦି । ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ଅଗଷ୍ଟ 13ରୁ 15 ହର ଘର ତ୍ରିରଙ୍ଗା ଅଭିଯାନ ଜାରି ହେବ । ତ୍ରିରଙ୍ଗା ଆମକୁ ଯୋଡିଥାଏ ଦେଶ ପାଇଁ କିଛି କରିବାକୁ ଶକ୍ତି ଯୋଗାଏ । ଏହି ଅଭିଯାନରେ ଅଂଶଗ୍ରହଣ କରି ଘରେ ଜାତୀୟ ପତାକା ଉଡାଇବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେ ଆହୁରି କହିଛନ୍ତି, 2 ଅଗଷ୍ଟରୁ 15 ଅଗଷ୍ଟ ସମସ୍ତଙ୍କୁ ନିଜ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିବାକୁ କହିଛନ୍ତି । ଅଗଷ୍ଟ 2 ପିଙ୍ଗଳି ଭେଙ୍କେୟାଙ୍କ ଜନ୍ମ ବାର୍ଷିକୀ ଯିଏକି ତ୍ରିରଙ୍ଗା ପତାକା ପ୍ରସ୍ତୁତ କରିଥିଲେ । ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇନ୍ତି ପ୍ରଧାନମନ୍ତ୍ରୀ । ଜୁଲାଇରେ ହୋଇଥିବା ଏକ ରୋଚକ ପ୍ରୟାସ ଆଜାଦୀ କା ରେଳଗାଡି ଓ ରେଲୱେ ଷ୍ଟେସନ ବିଷୟରେ କହି ପିଏମ ମୋଦି କହିଛନ୍ତି, ଏହି ପ୍ରୟାସର ମୁଖ୍ୟ ଲକ୍ଷ୍ୟ ସ୍ବାଧୀନତା ସଂଗ୍ରାମରେ ଭାରତୀୟ ରେଳର ଭୂମିକା ବିଷୟରେ ଲୋକ ଜାଣନ୍ତୁ । ଦେଶରେ ଅନେକ ରେଳ ଷ୍ଟେସନ ଅଛି ଯାହା ସ୍ବାଧୀନତା ଆନ୍ଦୋଳନ ଇତିହାସ ସହ ଜଡିତ । ଝାଡଖଣ୍ଡର ଗୋମୋ ଜନସନକୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଜନସନ ନାମରେ ଲୋକ ଜାଣୁଛନ୍ତି କାରଣ ଏହି ଷ୍ଟେସନରୁ ନେତାଜୀ ବ୍ରିଟିଶଙ୍କୁ ଚକମା ଦେବାରେ ସଫଳ ହୋଇଥିଲେ । ତେଣୁ ସ୍ବାଧୀନତାରେ ରେଳର ଭୂମିକା ରହିଛି । ଲକ୍ଷ୍ନୌର କାକୋରି ରେଳ ଷ୍ଟେସନ ବିଷୟରେ ମଧ୍ୟ କହିଛନ୍ତି । ଏହି ଷ୍ଟେସନ ସହ ରାମପ୍ରସାଦ ବିସମିଲ ଓ ଅସଫାଖ ଉଲ୍ଲା ଖାନଙ୍କ ଭଳି ସାହାସୀ ଯୋଦ୍ଧାଙ୍କ ନାମ ଯୋଡି ହୋଇଛି । ଏହି ଷ୍ଟେସନରୁ ଇଂରେଜଙ୍କୁ କ୍ରାନ୍ତିକାରୀମାନେ ପରାକ୍ରମ ଦେଖାଇଥିଲେ । ଦେଶର 75 ରେଳ ଷ୍ଟେସନରେ ସ୍ବାଧୀନତାର ଗାଥା ରହିଥିବା କହିଛନ୍ତି ପିଏମ ମୋଦି ।

କୋରୋନା ନେଇ ମୋଦି କହିଛନ୍ତି, ମହାମାରୀ ବିରୋଧରେ ଲଢେଇ ଏବେ ବି ଜାରି ରହିଛି । ଆଜି ବି କୋରୋନା ସହ ଦୁନିଆ ଲଢେଇ କରୁଛି । ଏହି ଲଢେଇରେ ଆୟୁଷର ଭୂମିକା ରହିଛି । ଦୁନିଆରେ ଆର୍ୟୁବେଦ ଓ ଭାରତୀୟ ଔଷଧ ପ୍ରତି ଆକର୍ଷଣ ବଢୁଛି । ଆୟୁଷ ଏକ୍ସପର୍ଟରେ ରେକର୍ଡ ହେବା ଏହାର ଏକ ପ୍ରମୁଖ କାରଣ ଏହା ସହ ନୂଆ ନୂଆ ଷ୍ଚାର୍ଟଅପର ଆରମ୍ଭ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ବିଦ୍ୟାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିଏମ ।

ବର୍ମିଂହାମରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡା ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୁବ ଭାରତୀୟ ଦଳ କମନୱେଲଥ ଗେମ୍ସରେ ପ୍ରତିନିଧିତ୍ବ କରୁଛି । ସମସ୍ତ ଖେଳାଳି ଓ ଆଥଲେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସିଙ୍ଗାପୁର ଟାଇଟଲ ହାତେଇଥିବା ଭାରତୀୟ ସଟଲର ପି.ଭି ସିନ୍ଧୁ ଓ ବିଶ୍ବ ଆଥଲେଟିକ ଚମ୍ପିଅନସିପରେ ରୌପ୍ୟ ଜିତି ରେକର୍ଡ ସୃଷ୍ଟି କରିଥିଲା ନୀରଜ ଚୋପ୍ରାଙ୍କୁ ମନ କି ବାତ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

Last Updated : Jul 31, 2022, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.