ନୂଆଦିଲ୍ଲୀ: ଆଜିଠୁ ପଞ୍ଜାବରେ ଆରମ୍ଭ ହୋଇଛି ଆପ ସରକାରର ଯୁଗ । ମୁଖ୍ୟମନ୍ତ୍ରୀ ଭାବେ ଭଗଓ୍ବନ୍ତ ମାନ ଶପଥ ଗ୍ରହଣ କରିଛନ୍ତି । ମାନ ଶପଥ ନେବା ପରେ ଦେଶବ୍ୟାପୀ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇବା ସହ ପଞ୍ଜାବର ଉନ୍ନତି ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।
-
Congratulations to Shri @BhagwantMann Ji on taking oath as Punjab CM. Will work together for the growth of Punjab and welfare of the state’s people.
— Narendra Modi (@narendramodi) March 16, 2022 " class="align-text-top noRightClick twitterSection" data="
">Congratulations to Shri @BhagwantMann Ji on taking oath as Punjab CM. Will work together for the growth of Punjab and welfare of the state’s people.
— Narendra Modi (@narendramodi) March 16, 2022Congratulations to Shri @BhagwantMann Ji on taking oath as Punjab CM. Will work together for the growth of Punjab and welfare of the state’s people.
— Narendra Modi (@narendramodi) March 16, 2022
ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି କହିଛନ୍ତି, "ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ଭାଗବତ ମାନଜୀଙ୍କୁ ଅଭିନନ୍ଦନ । ପଞ୍ଜାବର ଅଭିବୃଦ୍ଧି ତଥା ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମାନଙ୍କ ନେତୃତ୍ବରେ ପଞ୍ଜାବ ଉନ୍ନତିର ଧାରାରେ ଆଗେଇବା ନେଇ ଶୁଭେଚ୍ଛା ଜଣାଇଛନ୍ତି ନବୀନ। ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ମଧ୍ୟ ନୂଆ ଇନିଂସ ପାଇଁ ଭଗଓ୍ବନ୍ତ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାମିନଲାଡୁ ଓ ପଞ୍ଜାବ ଉଭୟ ସଂଘୀୟ ଢାଞ୍ଚାରେ କେନ୍ଦ୍ର ଠାରୁ ରାଜ୍ୟର ଅଧିକାର ପାଇଁ ଏକା ଆଭିମୁଖ୍ୟ ପୋଷଣ କରିଆସିଛନ୍ତି ବୋଲି ମଧ୍ୟ ଷ୍ଟାଲିନ କହିଛନ୍ତି ।
-
Congratulate Shri @BhagwantMann Ji on being sworn in as the Chief Minister of #Punjab. I wish under your leadership, the State develops further with the support of people of the state. Best wishes.
— Naveen Patnaik (@Naveen_Odisha) March 16, 2022 " class="align-text-top noRightClick twitterSection" data="
">Congratulate Shri @BhagwantMann Ji on being sworn in as the Chief Minister of #Punjab. I wish under your leadership, the State develops further with the support of people of the state. Best wishes.
— Naveen Patnaik (@Naveen_Odisha) March 16, 2022Congratulate Shri @BhagwantMann Ji on being sworn in as the Chief Minister of #Punjab. I wish under your leadership, the State develops further with the support of people of the state. Best wishes.
— Naveen Patnaik (@Naveen_Odisha) March 16, 2022
ଆଜି କିମ୍ବଦନ୍ତୀ ସ୍ୱାଧୀନତା ସଂଗ୍ରାମୀ ଭାଗବତ ସିଂଙ୍କ ପୈତୃକ ଗ୍ରାମ ନାଗର ଜିଲ୍ଲାର ଖଟକ କାଲାନ ଠାରେ ଅନୁଷ୍ଠିତ ଏହି ବିଶାଳ ସମାରୋହରେ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏହି ସମାରୋହ ପରେ ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି ଯେ ତାଙ୍କ ସରକାର ବେକାରୀ, ଦୁର୍ନୀତି ଏବଂ କୃଷକଙ୍କ ଅସୁବିଧା ଭଳି ସମସ୍ୟାର ସମାଧାନ କରିବାକୁ ପ୍ରାଥମିକତା ଦେବ । ଏହି ସମାରୋହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଦିଲ୍ଲୀ ମନ୍ତ୍ରୀ ସତେନ୍ଦ୍ର ଜୈନ ପ୍ରମୁଖ ଉପସ୍ଥିତ ଥିଲେ । କେଜ୍ରିଓ୍ବାଲଙ୍କ ସମେତ ସମସ୍ତ AAP କାର୍ଯ୍ୟକର୍ତ୍ତା ହଳଦିଆ ରଙ୍ଗର ପଗଡି ପିନ୍ଧିଥିବା ଦେଖିବାକୁ ମିଳିଛି ।
-
My hearty wishes to Thiru. @BhagwantMann, who is swearing in as Chief Minister of Punjab today. Tamil Nadu & Punjab share a long history of being vocal about linguistic rights & rights of the state in the Indian Union. Wishing the new government in Punjab, a successful tenure.
— M.K.Stalin (@mkstalin) March 16, 2022 " class="align-text-top noRightClick twitterSection" data="
">My hearty wishes to Thiru. @BhagwantMann, who is swearing in as Chief Minister of Punjab today. Tamil Nadu & Punjab share a long history of being vocal about linguistic rights & rights of the state in the Indian Union. Wishing the new government in Punjab, a successful tenure.
— M.K.Stalin (@mkstalin) March 16, 2022My hearty wishes to Thiru. @BhagwantMann, who is swearing in as Chief Minister of Punjab today. Tamil Nadu & Punjab share a long history of being vocal about linguistic rights & rights of the state in the Indian Union. Wishing the new government in Punjab, a successful tenure.
— M.K.Stalin (@mkstalin) March 16, 2022
ପଞ୍ଜାବ ବିଧାନସଭା ନିର୍ବାଚନରେ AAP ପ୍ରଚଣ୍ଡ ବହୁମତ ହାସଲ କରି ସମଗ୍ର ଦେଶର ଧ୍ୟାନ କେଦ୍ରୀଭୂତ କରିଥିଲା । 117 ସଦସ୍ୟ ବିଶିଷ୍ଟ ବିଧାନସଭା ଆସନରୁ 92ଟି ସିଟ୍ ଜିତି ଶାସନରେ ଥିବା କଂଗ୍ରେସ ଓ ବିଜେପିି ସମେତ ଅନ୍ୟ ଦଳକୁ ପଞ୍ଜାବ ବାହାରକୁ ରାସ୍ତା ଦେଖାଇଥିଲା ଆପ । ଆଜି ପୂର୍ବନିର୍ଦ୍ଧାରିତ ସୂଚୀ ଅନୁସାରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭଗଓ୍ବନ୍ତ ମାନ ଶପଥ ଗ୍ରହଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ