ETV Bharat / bharat

'ସରକାରୀ ଫଣ୍ଡ ହେବାର ସମସ୍ତ ସର୍ତ୍ତ ପୂରା କରେ PM Cares' - ପିଏମ କେୟାର୍ସ ଫଣ୍ଡ ସରକାରୀ ଘୋଷଣା

ପିଏମ କେୟାର୍ସ ଫଣ୍ଡକୁ ସରକାରୀ ଘୋଷିତ ମାମଲା । ସମ୍ବିଧାନର ଧାରା ୧୨ ଅନୁଯାୟୀ ସରକାରୀ ପାଣ୍ଠି ଘୋଷଣା ପାଇଁ ପିଏମ କେୟାର୍ସ ଫଣ୍ଡ ସମସ୍ତ ସର୍ତ୍ତ ପାଳନ କରେ । ବୁଧବାର ମାମଲାର ଶୁଣାଣି ବେଳେ ଏପରି କହିଲେ ଆବେଦନକାରୀଙ୍କ ଓକିଲ । ଅଧିକ ପଢନ୍ତୁ...

'ସରକାରୀ ଫଣ୍ଡ ହେବାର ସମସ୍ତ ସର୍ତ୍ତ ପୂରା କରେ PM Cares'

author img

By

Published : Oct 7, 2021, 1:03 PM IST

ନୂଆଦିଲ୍ଲୀ: ପିଏମ କେୟାର୍ସ ଫଣ୍ଡକୁ 'ସରକାରୀ' ଘୋଷଣା ପାଇଁ ଦାୟର ପିଟିସନର ବୁଧବାର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ପିଏମ କେୟାର୍ସ ଫଣ୍ଡ 'ସରକାରୀ' ଘୋଷିତ ହେବା ଲାଗି ସେସବୁ ସର୍ତ୍ତ ଅନୁସରଣ କରେ, ଯାହା ସମ୍ବିଧାନର ଅନୁଚ୍ଛେଦ ୧୨ ଅଧିନରେ ଦର୍ଶାଯାଇଛି । ହାଇକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଏଭଳି କହିଛନ୍ତି ଆବେଦନକାରୀଙ୍କ ଓକିଲ ଶ୍ୟାମ ଡିଭାନ । ସମ୍ୟକ ଗଙ୍ଗୱାଲ ଦ୍ବାରା ଏହି ପିଟିସନ ଦାୟର ହୋଇଛି । ମୁଖ୍ୟ ବିଚାରପତି ଡିଏନ ପଟେଲ ଏବଂ ଜ୍ୟୋତି ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତକାଲି ଏହାର ଶୁଣାଣି କରିଛନ୍ତି ।

'ସରକାରୀ ଫଣ୍ଡ ହେବାର ସମସ୍ତ ସର୍ତ୍ତ ପୂରା କରେ PM Cares'
'ସରକାରୀ ଫଣ୍ଡ ହେବାର ସମସ୍ତ ସର୍ତ୍ତ ପୂରା କରେ PM Cares'

ଉଲ୍ଲେଖଯୋଗ୍ୟ, ଗଙ୍ଗୱାଲ ପିଏମ କେୟାର ଫଣ୍ଡ ସମ୍ପର୍କରେ କୌଣସି ତଥ୍ୟ ଜାଣିବା ପାଇଁ RTIରେ ଆବେଦନ କରିଥିଲେ । ମାତ୍ର ଏହା ଭାରତ ସରକାରଙ୍କ ଫଣ୍ଡ ନୁହେଁ ବୋଲି କୁହାଯାଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କ RTI ଆପ୍ଲିକେସନକୁ ରିଜେକ୍ଟ କରାଯାଇଥିଲା । ଏହାପରେ ଗଙ୍ଗୱାଲ PMO ଆଦେଶକୁ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ । ସମ୍ବିଧାନ ଅନୁଯାୟୀ ଏହି ଫଣ୍ଡକୁ ସରକାରୀ ଘୋଷଣା କରିବାକୁ ସେ ପିଟିସନରେ ନିବେଦନ କରିଥିଲେ । ଯାହାଦ୍ବାରା ଏହାର କାର୍ଯ୍ୟପ୍ରଣାଳୀରେ ପାରଦର୍ଶିତା ରହିପାରିବ ବୋଲି ଯୁକ୍ତି ଦର୍ଶାଇଥିଲେ ଗଙ୍ଗୱାଲ । ଯାହାର ବୁଧବାର ଦିନ ପୁଣି ଶୁଣାଣି କରାଯାଇଛି ।

କୋର୍ଟରେ ଆବେଦନକାରୀଙ୍କ ଓକିଲ ଶ୍ୟାମ ଡିଭାନ ଭାରତର ଉପରାଷ୍ଟ୍ରପତି, ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ମନ୍ତ୍ରୀ ତଥା ସରକାରଙ୍କ ଉଚ୍ଚ ପଦାଧିକାରୀଙ୍କ ଦ୍ବାରା ପିଏମ କେୟାର୍ସ ଫଣ୍ଡରେ ଦାନ କରିବାକୁ କରାଯାଇଥିବା ସାର୍ବଜନିକ ଅପିଲର ଉଦାହରଣ ରଖିଛନ୍ତି । ଏହି ଅପିଲରୁ ସ୍ପଷ୍ଟ ହେଉଛି କି ପିଏମ କେୟାର୍ସ ଏକ ଜାତୀୟ ପାଣ୍ଠି, ଯାହା ଭାରତ ସରକାରଙ୍କ ଦ୍ବାରା ଗଠିତ । ଏଥିସହ ଉପରୋକ୍ତ ବରିଷ୍ଠ ବ୍ୟକ୍ତିବିଶେଷମାନେ ମଧ୍ୟ ଖୋଦ୍ କହିଛନ୍ତି କି ଏହି ପଣ୍ଡ ଭାରତ ସରକାରଙ୍କ ଅଧୀନରେ ଗଠିତ । ତେଣୁ ଏହା ସରକାରୀ ଘୋଷିତ କରାଯାଉ ବୋଲି କହିଛନ୍ତି ଆଇନଜୀବୀ ।

ସେ ଆହୁରିମଧ୍ୟ କହିଛନ୍ତି ଯେ, ଆମେ କି ପିଏମ କେୟାର୍ସ ଫଣ୍ଡ ଖରାପ ବୋଲି କହୁନାହୁଁ, ହେଲେ ଏହା ସାମ୍ବିଧାନିକ ପରିସରକୁ ଆସିବା ଜରୁରୀ । ପ୍ରଧାନମନ୍ତ୍ରୀ ଏହାକୁ ସରକାରୀ ଫଣ୍ଡ ମାନୁନଥିବାବେଳେ ଉପରାଷ୍ଟ୍ରପତି, ମନ୍ତ୍ରୀମାନେ ଏହାକୁ ସରକାରୀ ଭାବୁଛନ୍ତି । ଏଥିସହ ନିଜ ପ୍ରଧାନମନ୍ତ୍ରୀ ଏହି ଫଣ୍ଡ ଗଠନ କରିଛନ୍ତି ଏବଂ ଏହାର ଚେୟାରପର୍ସନ ଅଟନ୍ତି ମଧ୍ୟ । ତେଣୁ ଏତେ ଉଚ୍ଚ ସାମ୍ବିଧାନିକ ପଦରେ ବସିଥିବା ବ୍ୟକ୍ତି ସମ୍ବିଧାନ ବାହାରେ କିପରି କୌଣସି ଢାଞ୍ଚା ତିଆରି କରିପାରିବେ ବୋଲି ପ୍ରଶ୍ନ କରିଛନ୍ତି ଆଇନଜୀବୀ । ସାରା ବିଶ୍ବରେ ପିଏମ କେୟାର ଫଣ୍ଡକୁ ଭାରତ ସରକାରଙ୍କ ଅଂଶ ଭାବେ ଉପସ୍ଥାପନ କରାଯାଇଥିବା ସେ କହିଛନ୍ତି ।

କହିରଖୁଛୁ କି, ଗତ ୨୩ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସମ୍ୟଙ୍ଗ ଗଙ୍ଗୱାଲଙ୍କ ପିଟିସନ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଆଫିଡିଭିଟ ଦାଖଲ ହୋଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ଏହି ଫଣ୍ଡ ଉପରେ ତାଙ୍କର କୌଣସି ନିୟନ୍ତ୍ରଣ ନାହିଁ । ଏହା କେବଳ ଏକ ଚାରିଟେବୁଲ ଟ୍ରଷ୍ଟ । ଏହି ପରିପ୍ରେକ୍ଷୀରେ ପିଏମଓଙ୍କ ଅଣ୍ଡର ସେକ୍ରେଟେରୀ ପ୍ରଦୀପ କୁମାର ଶ୍ରୀବାସ୍ତବ, ସୂଚନା ଅଧିକାର ଅନୁଯାୟୀ ସେ ତୃତୀୟ ପକ୍ଷର ସୂଚନା ଦେବାକୁ ବାଧ୍ୟ ନୁହଁନ୍ତି ବୋଲି ଆଫିଡେଭିଟରେ କହିଥିଲେ । ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୮ ତାରିଖରେ କରାଯିବାକୁ ଧାର୍ଯ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.