ETV Bharat / bharat

ଜୁନ 21ରୁ ସମସ୍ତଙ୍କୁ ମାଗଣା ଟିକା, ଆସୁଛି ନାଜାଲ ଡ୍ରପ୍ - ପ୍ରଧାନମନ୍ତ୍ରୀ ମୋଦି

ଯୋଗ ଦିବସ ଅର୍ଥାତ 21 ଜୁନରେ ଦେଶର 18 ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଜନସାଧାରଣଙ୍କୁ ମାଗଣା ଭ୍ୟାକ୍ସିନ ଯୋଗାଇବେ କେନ୍ଦ୍ର ସରକାର । ଦେଶବାସୀଙ୍କୁ ସମ୍ବୋଧିତ କରି ଜଣାଇଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

21 ଜୁନରୁ ସାବାଳକଙ୍କୁ ମୋଦିଙ୍କ ଉପହାର, ମିଳିବ ମାଗଣା ଟିକା

author img

By

Published : Jun 7, 2021, 6:13 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗ ଦିବସ ଅର୍ଥାତ 21 ଜୁନରେ ଦେଶର 18 ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଜନସାଧାରଣଙ୍କୁ ମାଗଣା ଭ୍ୟାକ୍ସିନ ଯୋଗାଇବେ କେନ୍ଦ୍ର ସରକାର ।

ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି, ରାଜ୍ୟରୁ ଟୀକାକରଣ କାମ ପ୍ରତ୍ୟାହାର କରାଇନିଆଯିବ । ଏବେ କେନ୍ଦ୍ର ସରକାର ଏହି କାମ କରିବେ । ବର୍ତ୍ତମାନସୁଦ୍ଧା ଭ୍ୟାକ୍ସିନର 50 ପ୍ରତିଶତ କାମ କେନ୍ଦ୍ର ସରକାର ଓ 25 ପ୍ରତିଶତ ରାଜ୍ୟ ସରକାର ଓ 25 ପ୍ରତିଶତ ପ୍ରାଇଭେଟ ସେକ୍ଟର ହାତରେ ହେଉଛି । ଏବେ ଭ୍ୟାକ୍ସିନର 75 ପ୍ରତିଶ ଅଂଶ କେନ୍ଦ୍ର ସରକାର ଓ ବାକି ଅଂଶ ପ୍ରାଇଭେଟ ସେକ୍ଟରକୁ ମିଳିବ ।

ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ରାଜ୍ୟ ସରକାରଙ୍କୁ ଭ୍ୟାକ୍ସିନ ଉପରେ କିଛି ଖର୍ଚ୍ଚ କରିବାକୁ ପଡିବ ନାହିଁ । ଏବେସୁଦ୍ଧା ଦେଶର କୋଟିକୋଟି ଲୋକଙ୍କୁ ମାଗାଣା ଭ୍ୟାକ୍ସିନ ମିଳିସାରିଛି । ଏବେ 18 ବର୍ଷ ବୟସ୍କ ଲୋକଙ୍କୁ ମଧ୍ୟ ଏଥିରେ ଯୋଡାଯିବ ।

ତେବେ ଦେଶରେ ବର୍ତ୍ତମାନ 7ଟି ଟୀକା ତିଆରି ଚାଲିଛି । ଏହାସହ ନାଜାଲ ଡ୍ରପ୍ ଉପରେ କାମ ଚାଲିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.