ETV Bharat / bharat

ଅଗଷ୍ଟ 2ରୁ ଧାରା 370 ଶୁଣାଣି କରିବେ ସୁପ୍ରିମକୋର୍ଟ

author img

By

Published : Jul 11, 2023, 2:30 PM IST

ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ଆସନ୍ତା ଅଗଷ୍ଟ 2 ତାରିଖରୁ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହେବ । 5ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଅଧିକ ପଢନ୍ତୁ

Article 370 Abrogation Hearing
ଅଗଷ୍ଟ 2ରୁ ଧାରା 370 ଶୁଣାଣି

ନୂଆଦିଲ୍ଲୀ: ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଅଗଷ୍ଟ 2ରୁ ଶୁଣାଣି ଆରମ୍ଭ ହେବ । ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦକୁ ବିରୋଧ କରି ହୋଇଥିବା ଅପିଲକୁ ନେଇ ଅଗଷ୍ଟ 2ରୁ ଦୈନନ୍ଦିନ ଶୁଣାଣି କରିବା ନେଇ ସର୍ବୋଚ୍ଚ ନ୍ୟାୟଳୟ ରାୟ ପ୍ରକାଶ କରିଛନ୍ତି । ସୁପ୍ରିମକୋର୍ଟଙ୍କ 5ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିବେ । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରିବେ ।

  • Supreme Court’s five-judge Constitution bench says hearing of a batch of pleas challenging the abrogation from of Article 370 from Jammu and Kashmir will start from August 2. pic.twitter.com/eTJ1oFw9SJ

    — ANI (@ANI) July 11, 2023 " class="align-text-top noRightClick twitterSection" data=" ">

ସୁପ୍ରିମକୋର୍ଟର 5ଜଣିଆ ସମ୍ବିଧାନିକ ଖଣ୍ଡପୀଠ ଅଧ୍ୟକ୍ଷତା କରୁଥିବା ସିଜେଆଇ କହିଛନ୍ତି, "ଧାରା 370 ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଯାଚିକା ଉପରେ ଅଗଷ୍ଟ 2ରୁ ଦୈନନ୍ଦିନ ଶୁଣାଣି ହେବ । ମୋଟ 23ଟି ଅପିଲ ଉପରେ ଶୁଣାଣି ହେବ । ଆସନ୍ତା 27 ତାରିଖ ଯାଏଁ ସମସ୍ତ ପକ୍ଷ ଜବାବ ତଲବ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଧାର୍ଯ୍ୟ ସମୟରେ ଜବାବ ଦାଖଲ ନକଲେ ଆଗକୁ ସମୟ ମିଳିବ ନାହିଁ । ଶୁଣାଣିକୁ ସରଳ ଓ ସୁବିଧାଜନକ କରିବାକୁ ଆଇନଜୀବୀକୁ ନୋଡାଲ ଓକିଲ ଭାବେ ନିଯୁକ୍ତ କରାଯିବ ।

  • #WATCH | Delhi | Today the hearing date has been fixed. After August 2, the plea will be heard on day to day basis...Even after 2 people backed out, the petition has survived: Amit Raina, Advocate on hearing of Article 370 in Supreme Court pic.twitter.com/8hCpJmXgqI

ଏହା ବି ପଢନ୍ତୁ...Article 370 case: ଅଗଷ୍ଟରୁ ଶୁଣାଣି ଆରମ୍ଭ କରିପାରନ୍ତି ସର୍ବୋଚ୍ଚ କୋର୍ଟ

ଧାରା 370 ଉଚ୍ଛେଦକୁ ବିରୋଧ କରୁଥିବା ନ୍ୟାସନାଲ କଂଗ୍ରେସ ପାର୍ଟି ନେତା ଓମର ଅବଦୁଲ୍ଲା କହିଛନ୍ତି, "ଭଲ କଥା, ଡେରିରେ ହେଉ ପଛେ ଆସିଲେ । 2019ରୁ ଏହି ଦିନକୁ ଅପେକ୍ଷା କରିଥିଲୁ । ଆମ ମାମଲା ମଜଭୁତ ରହିଛି । ଏହାକୁ ନେଇ ଅନେକ ଜିନିଷ ଜଡ଼ିତ ରହିଛି । ଅଧିକ ସମୟ ନେଇ ମାମଲାରେ ରାୟ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବୁ । ଆମକୁ ନ୍ୟାୟ ମିଳିବ । ଜମ୍ମୁ କାଶ୍ମୀର ଲୋକଙ୍କ ସହିତ ଯେଉଁ ବେଆଇନ କାର୍ଯ୍ୟ ହୋଇଛି ତାଙ୍କ ସହିତ ଯେଉଁ ଧୋକା ହୋଇଛି, କାନୁନର ଅପମାନ ହୋଇଛି ତାର ଜବାବ ସୁପ୍ରିମକୋର୍ଟରୁ ମିଳିବ । ଆଶା କରୁଛି ଶୀଘ୍ର ଶୁଣାଣି ଶେଷ ହେବ ଏବଂ ସର୍ବୋଚ୍ଚ ନ୍ୟାୟଳାୟଙ୍କ ପାଖରୁ ଆମକୁ ନ୍ୟାୟ ମିଳିବ ।"

ପ୍ରକାଶଥାଉ କି, 2019 ଅଗଷ୍ଟ 5 ତାରିଖରେ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରାଯାଇଥିଲା । 2019ରେ କେନ୍ଦ୍ର ସରକାର ସଂସଦରେ ଏହି ଧାରା ଉଚ୍ଛେଦ ପାଇଁ ବିଲ୍‌ ଆଗତ କରି ପାରିତ କରିବାରେ ସଫଳ ହୋଇଥିଲେ । ଏହାପରେ ଅଗଷ୍ଟ 5 ତାରିଖରେ କାଶ୍ମୀରକୁ ଭାରତୀୟ ସମ୍ବିଧାନରେ ସ୍ବତନ୍ତ୍ର ପାହ୍ୟା ଦେଉଥିବା ଧାରା 370 ଓ ଅନୁଚ୍ଛେଦ 35-ଏ'କୁ ଉଚ୍ଛେଦ କରାଯାଇଥିଲା । ଯାହାକୁ ଏକାଧିକ ବିରୋଧୀ ଦଳ ବିରୋଧ କରିଥିଲେ । ଏହାକୁ ଚ୍ଯାଲେଞ୍ଜ କରି ଏକାଧିକ ଜନସ୍ବାର୍ଥ ମାମଲା ସର୍ବୋଚ୍ଚ କୋର୍ଟରେ ଦାଖଲ କରାଯାଇଥିଲା । ଧାରା 370 ଉଚ୍ଛେଦ କରାଯାଇ ଜାମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଯଥା ଜମ୍ମୁ କାଶ୍ମୀର ଏବଂ ଲଦାଖରେ ବିଭକ୍ତ କରାଯାଇଛି । ଯାହାକୁ ସର୍ବୋଚ୍ଚ କୋର୍ଟରେ ଚ୍ଯାଲେଞ୍ଜ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.