ETV Bharat / bharat

କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ପିଏମ୍ କେୟାର ଫଣ୍ଡ ବ୍ୟବହାର କରିବାକୁ ସୁପ୍ରିମକୋର୍ଟରେ ପିଟିସନ - ପ୍ରଧାନମନ୍ତ୍ରୀ କେୟାର ପାଣ୍ଠି

ଜିଲ୍ଲା ମେଡିକାଲ ଗୁଡିକରେ ସମସ୍ତ ଅତ୍ୟାବଶ୍ୟକ ଚିକିତ୍ସା ଉପକରଣ ଉପଲବ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ବ୍ୟବହାର କରିବାକୁ ସୁପ୍ରିମକୋର୍ଟରେ ପିଟିସନ ଦାଖଲ । ଅଧିକ ପଢନ୍ତୁ...

pm cares funds
pm cares funds
author img

By

Published : May 15, 2021, 3:53 PM IST

ନୂଆଦିଲ୍ଲୀ: କୋରୋନା ଦ୍ବିତୀୟ ଲହରର ଭୟାବହତା ଦେଶବ୍ୟାପୀ ଲାଗି ରହିଛି । ଗୋଟିଏ ପଟେ ସଂକ୍ରମଣ ବଢୁଥିବାବେଳେ ହସ୍ପିଟାଲଗୁଡିକରେ ଶଯ୍ୟା, ଅକ୍ସିଜେନ ଓ ଅନ୍ୟାନ୍ୟ ଚିକିତ୍ସା ଉପକରଣର ଅଭାବ ବୋଝ ଉପରେ ନଳିତା ବିଡା ସାଜିଛି । ଏପରି ସ୍ଥିତିରେ କୋରୋନା ଟିକାର ସଂରକ୍ଷଣ, ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଉପକରଣ ସମସ୍ତ ଜିଲ୍ଲା ଚିକିତ୍ସାଳୟଗୁଡିକରେ ଉପଲବ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ବ୍ୟବହାର କରିବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି ।

ଆଇନଜୀବୀ ବିପ୍ଲବ ଶର୍ମାଙ୍କ ଦ୍ବାରା ଦାଖଲ ଏହି ପିଟିସନରେ 738 ଜିଲ୍ଲା ମେଡିକାଲ ଯେଉଁଠି କୋରୋନା ରୋଗୀ ମାଗଣା ଚିକିତ୍ସିତ ହେଉଛନ୍ତି, ସେସବୁ ମେଡିକାଲରେ ଅକ୍ସିଜେନ ପ୍ଲାଣ୍ଟ, ଜେନେରେଟର ଏବଂ ଅନ୍ୟ ଚିକିତ୍ସା ସମ୍ବନ୍ଧୀୟ ଯନ୍ତ୍ରପାତି ସ୍ଥାପନ କରିବାକୁ ଉଲ୍ଲେଖ ରହିଛି ।

ରାଜ୍ୟ ଓ କେନ୍ଦ୍ର ସରକାର ଘରୋଇ ମେଡିକାଲଗୁଡିକରେ ରୋଗୀଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଉପଲବ୍ଧତା ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ପିଟିସନରେ ନିବେଦନ କରଛନ୍ତି । ଏଥିସହ ସମସ୍ତ ସହରରେ ମୃତଦେହ ଦାହ ପାଇଁ ଉର୍ଦ୍ଧିଷ୍ଟ ବୈଦ୍ୟୁତିକ ମେସିନ ସ୍ଥିତିରେ ଉନ୍ନତି ଆଣିବା ଆବଶ୍ୟକ । ସାଂସଦ ଓ ବିଧାୟକମାନେ ମଧ୍ୟ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଉତ୍ତମ ଚିକିତ୍ସା ସୁବିଧା ନିଶ୍ଚିତ କରିବାକୁ ବିଧାୟକ ଓ ସାଂସଦ ଫାଣ୍ଠିକୁ ଶୃଙ୍ଖଳିତ ଭାବେ ବ୍ୟୟ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଆଇନଜୀବୀ ପିଟିସନରେ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.