ETV Bharat / bharat

ଅସୁରକ୍ଷିତ ଆଦର ପୁନାୱାଲା ! ‘Z+’ ସୁରକ୍ଷା ପାଇଁ ବମ୍ବେ ହାଇକୋର୍ଟରେ ଆବେଦନ

author img

By

Published : May 6, 2021, 8:30 AM IST

‘Z’ ପ୍ଲସ୍ ସୁରକ୍ଷା ପାଇଁ ଆବେଦନ କରିଛନ୍ତି ଆଦର ପୁନାୱାଲା । ବୁଧବାର ବମ୍ବେ ହାଇକୋର୍ଟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏବଂ ତାଙ୍କ ପରିବାର ପାଇଁ Z ପ୍ଲସ୍ ସୁରକ୍ଷା ପାଇଁ ଏକ ରିଟ୍ ପିଟିସନ ଦାଖଲ କରାଯାଇଛି । ଅଧିକ ପଢନ୍ତୁ...

ଆଦର ପୁନାୱାଲା
ଆଦର ପୁନାୱାଲା

ମୁମ୍ବାଇ: ‘Z’ ପ୍ଲସ୍ ସୁରକ୍ଷା ପାଇଁ ଆବେଦନ କରିଛନ୍ତି ଆଦର ପୁନାୱାଲା । ବୁଧବାର ବମ୍ବେ ହାଇକୋର୍ଟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏବଂ ତାଙ୍କ ପରିବାର ପାଇଁ Z ପ୍ଲସ୍ ସୁରକ୍ଷା ପାଇଁ ଏକ ରିଟ୍ ଦାଖଲ କରାଯାଇଛି । ଓକିଲ ଦତ୍ତ ମାନେ ହାଇକୋର୍ଟରେ ଏହି ରିଟ୍ ପିଟିସନ ଦାଖଲ କରିଛନ୍ତି । ଏହାସହ ପୁନାୱାଲାଙ୍କୁ ଧମକ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ସେ କୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ମାଗିଛନ୍ତି।

ଭାରତରେ ତାଙ୍କୁ ଧମକ ଦିଆଯାଉଥିବା ଏବଂ କୋଭିଡ-19 ଟିକା ଚାହିଦା ନେଇ ଚାପ ପଡୁଥିବା ଅଭିଯୋଗ କରିଥିଲେ । ପରେ ସେ ଏବଂ ତାଙ୍କ ପରିବାର ଦେଶ ଛାଡି ଲଣ୍ଡନ ଚାଲି ଯାଇଥିଲେ । ଏହାପୂର୍ବରୁ ଏପ୍ରିଲ 28 ରେ ଗୃହ ମନ୍ତ୍ରଣାଳୟ (MHA) ସୂଚନା ଦେଇଥିଲା ଯେ SIIର ସିଇଓଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (CRPF) ଦ୍ବାରା ସାରା ଦେଶରେ Y ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯିବ। ପ୍ରକାଶଥାଉକି, ପୁଣେ ଭିତ୍ତିକ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) କୋଭିଶିଲ୍ଡ ଟିକା ଉତ୍ପାଦନ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.