ETV Bharat / bharat

Terror Conspiracy in Hyderabad: ହାଇଦ୍ରାବାଦରେ ବଡ଼ ଧରଣର ବିସ୍ଫୋରଣ ଷଡ଼ଯନ୍ତ୍ର ପଣ୍ଡ, ୬ ଗିରଫ - ହିଜବ ଉତ ତାହିର

ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ଉପରେ ବଡ଼ ଧରଣର ବିସ୍ଫୋରଣ ଷଡ଼ଯନ୍ତ୍ର ପଣ୍ଡ । ଏକ ସଂଗଠନର ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମାଷ୍ଟରମାଇଣ୍ଡ ଜଣକ ୨୦୧୮ରୁ ଆସି ହାଇଦ୍ରାବାଦରେ ରହୁଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : May 12, 2023, 9:48 PM IST

Updated : May 12, 2023, 10:22 PM IST

ହାଇଦ୍ରାବାଦ: ନିଜାମ ସହର ହାଇଦ୍ରାବାଦ ଉପରେ ବଡ଼ ଧରଣର ବିସ୍ଫୋରଣ ଷଡ଼ଯନ୍ତ୍ର ପଣ୍ଡ । ବିଶେଷ ସୂତ୍ରରୁ ଖବର ପାଇ ଅଭିଯୁକ୍ତଙ୍କୁ କାବୁ କଲା ତେଲେଙ୍ଗାନା ପୋଲିସ । ଏହି ଅଭିଯୁକ୍ତମାନେ ହିଜବ-ଉତ-ତାହିର (HUT) ସଂଗଠନର ସଦସ୍ୟ ହୋଇଥିବା ବେଳେ ହାଇଦ୍ରାବାଦ ସହରରେ ବଡ଼ ଧରଣର ବିସ୍ଫୋରଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ । ମଧ୍ୟପ୍ରଦେଶ ପୋଲିସର ଆତଙ୍କୀ ନିରୋଧୀ ସ୍କ୍ବାର୍ଡ (ATS) ପକ୍ଷରୁ ଗୁପ୍ତ ସୂଚନା ପାଇବା ପରେ ମଙ୍ଗଳବାର ୫ଜଣ HUT ସହଯୋଗୀଙ୍କୁ ଗିରଫ କରିଥିଲା ତେଲେଙ୍ଗାନା ପୋଲିସ । ଏହି ବିସ୍ଫୋରଣ ଲାଗି ଘଟଣାର ମାଷ୍ଟରମାଇଣ୍ଡ ୨୦୧୮ରୁ ଆସି ହାଇଦ୍ରାବାଦରେ ରହୁଥିବା ଜଣାପଡ଼ିଛି ।

ଏହାପରେ ବୁଧବାର ପୋଲିସ ଆତ୍ମଗୋପନ କରିଥିବା HUT ସଂଗଠନର ଆଉ ଜଣେ ସଦସ୍ୟକୁ ଗିରଫ କରିଥିଲା । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ସଂଗଠନ ହାଇଦ୍ରାବାଦରେ ବଡ଼ ଧରଣର ବିସ୍ଫୋରଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ । ଏହି ଷଡ଼ଯନ୍ତ୍ରରୁ ସଫଳ କରିବା ଲାଗି ଏହି ଅଭିଯୁକ୍ତମାନେ ଏକାଧିକ ଯୋଜନା ପ୍ରସ୍ତୁତ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଅଭିଯୁକ୍ତମାନେ କିଛି ଯୁବଗୋଷ୍ଠୀଙ୍କୁ ନିଜ ସଂଗଠନରେ ଭର୍ତ୍ତି କରିବା ଲାଗି ପ୍ରୟାସ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ଏହି ଯୁବଗୋଷ୍ଠୀଙ୍କୁ ଆତଙ୍କୀ ହମଲା କରିବା ଲାଗି କିଛି ଟେକ୍ନୋଲୋଜି ସମ୍ପର୍କରେ ତାଲିମ ଦେବା ଲାଗି ଯୋଜନା କରିଥିଲେ । ଆଉ ୩ୟ ପର୍ଯ୍ୟାୟରେ ନିର୍ଦ୍ଦିଷ୍ଟ ସ୍ଥଳରେ ହମଲା କରିବା ଲାଗି ରହିଥିଲା ଯୋଜନା ।

ଏହା ବି ପଢନ୍ତୁ-WATCH VIDEO: ଚଲାଉଥିଲେ ବାଇକ, ଆସିଲା ହାର୍ଟଆଟାକ୍‌

ମାତ୍ର ଏପରି ଅଘଟଣ ଘଟିବା ପୂର୍ବରୁ ତେଲେଙ୍ଗାନା ପୋଲିସ ଖବର ପାଇ ସତର୍କ ହୋଇଥିଲା । ଗୋଟିଏ ସମୟରେ ସାମୂହିକ ଆକ୍ରମଣ କରିବା ଲାଗି ଯୋଜନା ପ୍ରସ୍ତୁତ କରିଥିଲେ । ବିଶେଷ ଭାବେ ଏହି ଅଭିଯୁକ୍ତମାନେ ବିକାରାବାଦର ଅନନ୍ତଗିରି ହିଲ୍‌ରେ ଅନେକ ମାରଣାସ୍ତ୍ର ସାହାଯ୍ୟରେ ଆତଙ୍କ ସୃଷ୍ଟି କରିବା ଲାଗି ଯୋଜନା କରିଥିଲେ । ପୋଲିସ ଖବର ପାଇବା ପରେ ଏଯାବତ ମୋଟ ୬ଜଣଙ୍କୁ ଗିରଫ କରିଛି । ଏହା ପୂର୍ବରୁ ଗତ ମଙ୍ଗଳବାର ମଧ୍ୟପ୍ରଦେଶ ପୋଲିସ ହାଇଦ୍ରାବାଦ ଓ ଭୋପାଳରେ ଚଢାଉ କରିଥିଲା । ରେଡ୍‌ ପରେ ୧୭ ଜଣ HUT ସଦସ୍ୟଙ୍କୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟରେ କିଛି ଜିମ ଟ୍ରେନର, ସଫ୍ଟୱେର ଇଞ୍ଜିନିୟର, ଶିକ୍ଷକ ରହିଥିବା ବେଳେ ଏମାନଙ୍କୁ ବେଆଇନ କାର୍ଯ୍ୟକଳାପ ଆଇନ ଆଧାରରେ ଗିରଫ କରାଯାଇଛି । ଏହି ୧୭ଜଣଙ୍କ ମଧ୍ୟରୁ ୬ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରାଯାଇଛି । ମଧ୍ୟପ୍ରଦେଶ ପୋଲିସ, ତେଲେଙ୍ଗାନା ପୋଲିସ ସହିତ ମିଳିତ ଚଢାଉ କରି ଏହି ୬ଜଣଙ୍କୁ ଗିରଫ କରିଛି ।

୨୦୧୮ରୁ ହାଇଦ୍ରାବାଦ ଆସିଥିଲା ମାଷ୍ଟରମାଇଣ୍ଡ:- ତେଲେଙ୍ଗାନା ପୋଲିସର କହିବା ଅନୁସାରେ ଏମାନେ 'ବାୟାନ' ନାମରେ ଏକ ଗୁପ୍ତ ସଭା କରୁଥିଲେ । ଏଥିରେ ଯୁବଗୋଷ୍ଠୀଙ୍କୁ HUTରେ ନିଯୁକ୍ତିଠାରୁ ଆରମ୍ଭ କରି ହିଂସାକାଣ୍ଡ ସମ୍ପର୍କରେ ସେଠାରେ ଆଲୋଚନା ହେଉଥିଲା । ହାଇଦ୍ରାବାଦରେ ବିସ୍ଫୋରଣ କରିବା ଲାଗି ୨୦୧୮ ମସିହାରୁ ଭୋପାଳରୁ ହାଇଦ୍ରାବାଦକୁ ଆସିଥିଲା ମାଷ୍ଟରମାଇଣ୍ଡ ମହମ୍ମଦ ସଲିମ ଓରଫ ସୌରଭରାଜ ବୈଦ୍ୟ । ଏହାପରେ ସେ ଏକ ପ୍ରତିଷ୍ଠିତ ମେଡିକାଲ କଲେଜରେ HOD ଭାବେ କାର୍ଯ୍ୟ କରୁଥିଲା । ଏହି ନିଯୁକ୍ତି ପାଇବା ଲାଗି ତାକୁ ଜଣେ ବ୍ୟବସାୟୀ ସହଯୋଗ କରିଥିଲେ । ଗତ ବର୍ଷ ସେ ଗୋଲକୋଣ୍ଡା ଅଞ୍ଚଳରେ ଏକ ଭଡ଼ା ଘର ନେଇଥିବା ବେଳେ ଏଠାରେ ସେ ନିଜ ପତ୍ନୀ ଓ ୬ଜଣ ସନ୍ତାନଙ୍କ ସହ ରହୁଥିଲା ।

ଯୁବଗୋଷ୍ଠୀଙ୍କୁ ସାମିଲ ପାଇଁ ଖୋଲିଥିଲା YouTube ଚ୍ୟାନେଲ:- ଏହି ସଂଗଠନରେ ଯୁବଗୋଷ୍ଠୀଙ୍କୁ ସାମିଲ କରିବା ଲାଗି ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଖୋଲାଯାଇଥିଲା । ଯେଉଁଥିରେ ପ୍ରାୟ ୩୩ଟି ଭିଡିଓ ଅପଲୋଡ ହୋଇଥିଲା । ଏହି ଚ୍ୟାନେଲକୁ ପ୍ରାୟ ୩୬୦୦ ସବସ୍କ୍ରାଇବର୍ ରହିଛନ୍ତି । ଏହି ଚ୍ୟାନେଲରେ ଧର୍ମ ପରିବର୍ତ୍ତନ କରିବା ଲାଗି ଯେଉଁ ମହିଳା ଜଣକ ଯୁବଗୋଷ୍ଠୀଙ୍କୁ ପ୍ରବର୍ତ୍ତାଉଥିଲା ସେ ଜଣେ ଅଭିଯୁକ୍ତର ପତ୍ନୀ ବୋଲି ଜଣାପଡ଼ିଛି ।

Last Updated : May 12, 2023, 10:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.