ETV Bharat / bharat

ସୀମା ଟପିଲା ନୃଶଂସତା: ଗାଈକୁ ବିସ୍ଫୋରକ ଖୁଆଇ ଦେଲେ ଦୁର୍ବୃତ୍ତ !

ଗାଈକୁ ବିସ୍ଫୋରକ ଖାଇବାକୁ ଦେଲେ ଦୁର୍ବୃତ୍ତ ! ବିସ୍ଫୋରକ ଖାଇ ଛଟପଟ ହୋଇ ଗଲା ଗାଈ(Sahiwal breed)ର ଜୀବନ। ଅଧିକ ପଢନ୍ତୁ

author img

By

Published : May 29, 2022, 2:06 PM IST

ସୀମା ଟପିଲା ନୃଶଂସତା;ଗାଈକୁ ବିସ୍ଫୋରକ ଖାଇବାକୁ ଦେଲେ ଦୁବୃର୍ତ୍ତ !

ଚଣ୍ତିଗଡ: ହଜିଗଲା ମଣିଷ ପଣିଆ । ସୀମା ଟପିଲା ନୃଶଂସତା । ଗାଈକୁ ବିସ୍ଫୋରକ ଖାଇବାକୁ ଦେଲେ ଦୁର୍ବୃତ୍ତ ! ବିସ୍ଫୋରକ ଖାଇ ଛଟପଟ ହୋଇ ଗଲା ଗାଈ(Sahiwal breed)ର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ହରିୟାଣାର ଶିର୍ସା ଜିଲ୍ଲା(Sirsa district of Haryana) । ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଏପର୍ଯ୍ୟନ୍ତ ଏ ମାମଲାରେ ପୋଲିସ କାହାରିକୁ ଗିରଫ କରିନାହିଁ ।

ସୂଚନା ଅନୁସାରେ, ହରିୟାଣା ଶିର୍ସା ଜିଲ୍ଲା ଦବଓ୍ବାଲି ଅଞ୍ଚଳର ଲାଖୁନା ଗାଁ(Lakhuana Village in Dabwali)ରେ ରୁହନ୍ତି ଗୋପାଳକ ସତପାଲ ସିଂ । ସତପାଲ ସାହିଓ୍ବାଲ ବ୍ରିଡର ଏକ ଗାଈ ରଖିଥିଲେ । ଗତ ୨୬ ତାରିଖ ଦିନ ନିଜ ଗାଈକୁ ଘର ପାଖ ଏକ କେନାଲ ପାଖକୁ ଚରାଇବାକୁ ନେଇଥିଲେ । ଏହି ସମୟରେ ଗାଇଟି କିଛି ବିସ୍ଫୋରକ ଖାଇ ଥିବାରୁ ପାଟି ଜଳିଯିବା ସହ ଅଚେତ ହୋଇ ପଡିଯାଇଥିଲା । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସତପାଲ ଗାଈକୁ ଆମ୍ବୁଲାନ୍ସରେ ନେଉଥିବା ବେଳେ ବାଟରେ ତାର ମୃତ୍ୟୁ ଘଟିଥିଲା । ପରେ ଏନେଇ ସତପାଲ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କିଛି ସାମ୍ପୁଲ ମଧ୍ୟ ସଂଗ୍ରହ କରିଛି । ଆଇପିସି ଧାରା ଓ ଗୋ ସୁରକ୍ଷା ଆଇନ ଅଧିନରେ ଏକ ମାମଲା ରୁଜୁ କରିଛି । ସେପଟେ, ଗାଈ ମାଲିକ ସତପାଲ ଅଭିଯୋଗ ଆଣିଛନ୍ତି ଯେ, କେହି ଜାଣିଶୁଣି ତାଙ୍କ ଗାଈକୁ ବିସ୍ଫୋରକ ଖୁଆଇ ଦେଇଛି।

ସାହିୱାଲ ପ୍ରଜାତି(Sahiwal breed)ର ଗାଈ ଅଧିକ ପରିମାଣରେ କ୍ଷୀର ଦେଇଥାନ୍ତି । ଏହି ପ୍ରଜାତିର ଗାଇ ଗୁଡିକରେ ମୂଲ୍ୟ 50 ହଜାରରୁ ପାଖାପାଖି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଥାଏ । ଭଲ ଦୁଗ୍ଧ ଉତ୍ପାଦନ ପାଇଁ ଦେଶର ହରିୟାଣା,ରାଜସ୍ଥାନ ଏବଂ ପଞ୍ଜାବରେ ଏହାକୁ ଗୋପାଳକମାନେ ଏ ପ୍ରଜାତିର ଗାଈକୁ ପାଳନ କରିଥାନ୍ତି । ଏହି ପ୍ରଜାତିର ଗାଈ ଦିନକୁ 12 ରୁ 15 ଲିଟର କ୍ଷୀର ଦେଇଥାଏ । ଯେଉଁଥିପାଇଁ ଏହା ଗୋପାଳକଙ୍କର ପ୍ରଥମ ପସନ୍ଦ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.