ନୂଆଦିଲ୍ଲୀ: କୋଭିଡ ସ୍ଥିତି ପରିଚାଳନା ନେଇ ସମସ୍ତ ରାଜ୍ୟକୁ ସମର୍ଥନ କରିବାକୁ କେନ୍ଦ୍ର ସରକାର ଦିନରାତି କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ 18ରୁ 19 ଘଣ୍ଟା କାମ କରୁଛନ୍ତି । ପଶ୍ଚିମ ବଙ୍ଗରେ ନିର୍ବାଚନୀ ପ୍ରଚାରରୁ ଫେରି ମୋଦି ଦେଶରେ କୋଭିଡ ସ୍ଥିତି ସମୀକ୍ଷା କରିଛନ୍ତି । କୋରୋନାକୁ ନେଇ କୌଣସି ରାଜନୀତି ନ କରାଯାଉ ବୋଲି କହିଛନ୍ତି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ।
ଗଣମାଧ୍ୟମକୁ ସାକ୍ଷାତକାରରେ କେନ୍ଦ୍ର ବାଣିଜ୍ୟମନ୍ତ୍ରୀ କହିଛନ୍ତି କୋରୋନା ସ୍ଥିତି ପରିଚାଳନା ନେଇ କୌଣସି ରାଜନୀତି ନ କରାଯାଉ । କେନ୍ଦ୍ର ସରକାର କୌଣସି ଭେଦଭାବ ନ କରି କୋରୋନା ବିରୁଦ୍ଧରେ ଯୁଦ୍ଧ ଜାରି ରଖିଛନ୍ତି । ମୋତେ ବହୁତ ଖରାପ ଲାଗୁଛି ଯେତେବେଳେ କିଛି ଲୋକ ଓ ବିଶିଷ୍ଟ ରାଜନୈତିକ ଦଳ ଏହି ମାମଲାରେ ରାଜନୀତିର ରଙ୍ଗ ମାରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ ।
କୋରୋନା ସବୁଠୁ ବେଶୀ ପ୍ରଭାବିତ ହୋଇଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଅକ୍ସିଜେନ ଆବଶ୍ୟକତା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲା । ସେ କହିଛନ୍ତି 6,177 ମେଟ୍ରିକ ଟନ ଅମ୍ଳଜାନ ରାଜ୍ୟଗୁଡିକୁ ବଣ୍ଟନ କରାଯିବାକୁ ସ୍ଥିର ହୋଇଛି । ମହାରାଷ୍ଟ୍ରକୁ ସର୍ବାଧିକ 1 ହଜାର 500 ମେଟ୍ରିକ ଟନ ଅମ୍ଳଜାନ ଯୋଗାଇ ଦିଆଯାଇଛି । ଅକ୍ସିଜେନର ଶୀଘ୍ର ବିତରଣ ପାଇଁ ଆକ୍ସିଜେନ ଏକ୍ସପ୍ରେସ ଟ୍ରେନର ବ୍ୟବସ୍ଥା କରାଯାଇଛି ।
କୋଭିଡ ସ୍ଥିତି ପରିଚାଳନାରେ ରାଜ୍ୟରୁ ସମର୍ଥନ କରିବାକୁ କେନ୍ଦ୍ର ଦିନରାତି ଏକ କରି କାମ କରୁଛି । ବଙ୍ଗରୁ ନିର୍ବାଚନୀ ପ୍ରଚାର ସାରି ପ୍ରଧାନମନ୍ତ୍ରୀ ମୋ ସହିତ ଏକ ଘଣ୍ଟା ଧରି ଆଲୋଚନା କରିଥିଲେ । ସେ କିଛି ଦିନ ପୂର୍ବରୁ ଭର୍ଚୁଆଲରେ କୋଭିଡ ସ୍ଥିତି ସମୀକ୍ଷା କରିଥିଲେ । ଏହାକୁ ନେଇ କୌଣସି ରାଜନୀତି ନ କରାଯାଉ ବୋଲି କହିଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋଏଲ ।
@ANI