ETV Bharat / bharat

ଦେଶକୁ କେନ୍ଦ୍ରର 88ଟି ରେଳପ୍ରକଳ୍ପ ଭେଟି

ଗୋଟିଏ କୋଟି ଟଙ୍କା ବ୍ୟୟରେ 88ଟି ରେଳ ପ୍ରକଳ୍ପକୁ ଦେଶବାସୀଙ୍କ ପାଇଁ ଉତ୍ସର୍ଗ କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ । ଅଧିକ ପଢନ୍ତୁ...

88ଟି ରେଳପ୍ରକଳ୍ପ ଭେଟି
88ଟି ରେଳପ୍ରକଳ୍ପ ଭେଟି
author img

By

Published : Feb 22, 2021, 8:17 AM IST

Updated : Feb 22, 2021, 9:43 AM IST

ନୂଆଦିଲ୍ଲୀ: କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ ରବିବାର କେରଳ, ତାମିଲନାଡୁ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ଏବଂ କର୍ଣ୍ଣାଟକର ବିଭିନ୍ନ ରେଳ ଷ୍ଟେସନରେ ଯାତ୍ରୀମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହୋଇଛି ।

ରେଳ ବିଭାଗକୁ ଅଧିକ ସମୃଦ୍ଧ କରିବାକୁ ସମୁଦାୟ 88ଟି ରେଳ ପ୍ରକଳ୍ପକୁ ଦେଶ ପାଇଁ ଉତ୍ସର୍ଗ କରାଯାଇଛି । ଏହି ପ୍ରକଳ୍ପ ପାଇଁ 1 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ ହୋଇଛି । କେରଳରେ ରେଳ ପ୍ରକଳ୍ପର ଉଦଘାଟନ କରିବା ସମୟରେ ପିୟୁଷ ଗୋଏଲ କହିଛନ୍ତି ଭାରତର ଐତିହ୍ୟ ରକ୍ଷକ ତଥା କେରଳର ରେଳୱେରେ ବିଭିନ୍ନ ସୁବିଧା ବ୍ୟବହାର କରୁଥିବା ରେଳ ଯାତ୍ରୀଙ୍କ ପାଇଁ ଯୋଗାଯୋଗରେ ଉନ୍ନତି ଆଣିବ ।

ସେ ଆହୁରି କହିଛନ୍ତି ଆମର ପ୍ରୟାସ ହେଉଛି କେରଳ ରେଲୱେ ଭିତ୍ତିଭୂମିକୁ ସମୃଦ୍ଧ କରିବା । କେରଳକୁ ଅନ୍ୟ ଦେଶ ସଂଯୋଗ କରୁଥିବା ସମସ୍ତ ସୁବିଧାକ ବୃଦ୍ଧି କରିବା । ଆମେ ଏହି ଅଞ୍ଚଳରେ ଅଧିକ ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରଜ୍ବଳିତ କରିବା ସହିତ ରେଳ ନେଟୱାର୍କକୁ ପରିବର୍ତ୍ତନ କରୁଛୁ ବୋଲି କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । କେରଳ ପାଇଁ ଗୃହିତ ହୋଇଥିବା ବଜେଟ ବର୍ଷକୁ ବର୍ଷ ବୃଦ୍ଧି ପାଉଛି । କେରଳ ରେଲୱେକୁ ସମୃଦ୍ଧ କରିବା ପାଇଁ ଆମେ ସର୍ବଦା ପ୍ରତିଶ୍ରୁତିବଦ୍ଧ ।

କେରଳର ଫୁଟ ଓଭରବ୍ରିଜ

କେରଳରେ ତିନୋଟି ସ୍ଥାନ କୋଲାମ,କୁଣ୍ଡାରା ଓ କୋଚୁଭେଲିରେ ଓଭରବ୍ରିଜ ହୋଇଛି । ଏଥିପାଇଁ 9.56ବ୍ୟୟ ଅଟକଳ ହୋଇଛି । ଏହି ଓଭରବ୍ରିଜ ଯାତ୍ରୀମାନଙ୍କ ଗତିଶୀଳତାକୁ ବୃଦ୍ଧି କରିବ । ଷ୍ଟେସନଗୁଡିକରେ ଲାଗୁଥିବା ଭିଡରୁ ସହଜ କରିବ ଏହି ଓଭରବ୍ରିଜ ।

ମଧ୍ୟପ୍ରଦେଶ ରେଳ ପ୍ରକଳ୍ପ

ମଧ୍ୟପ୍ରଦେଶରେ ରେଳ ପ୍ରକଳ୍ପର ଉଦଘାଟନ କରି ପିୟୁଷ ଗୋଏଲ କହିଛନ୍ତି ଚଳିତ ବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ବାରା ବଜେଟ 2021-22ରେ ମଧ୍ୟପ୍ରଦେଶ ରେଳ ପ୍ରକଳ୍ପ ପାଇଁ 7,700କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଦିବ୍ୟାଙ୍ଗ,ବୟସ୍କ ବ୍ୟକ୍ତିଙ୍କ ଯାତାୟତ ସୁବିଧା ପାଇଁ ଗ୍ବାଲିୟର ଷ୍ଟେସନରେ 92ଲକ୍ଷ ଟଙ୍କା ବ୍ୟୟରେ 1,2,3 ନମ୍ବର ପ୍ଲାଟଫର୍ମରେ ଲିଫ୍ଟର ସୁବିଧା କରାଯାଇଛି ।

ରାତଲାମ-ଚିତ୍ତୋରଗଡ ରେଳ ବିଭାଗ

ବର୍ତ୍ତମାନ କିଛି ଟ୍ରେନ ଡିଜେଲ ଦ୍ବାରା ଚାଲୁଛି । ବିଦ୍ୟୁତକରଣ ରେଳର ଆରମ୍ଭ ପରେ କମ ସମୟରେ ଅଧିକ ବାଟ ଯାତାୟତ କରିପାରୁଛନ୍ତି । ଏହି ବିଦ୍ୟୁତକରଣ ରେଳ ଡିଜେଲ ସଂଞ୍ଚୟ କରିବା ସହିତ ସବୁଜ ଶକ୍ତିରେ ସହାୟକ ହେବ । 205.44କୋଟି ଟଙ୍କା ବ୍ୟୟରେ ଏହି ବିଦ୍ୟୁତକରଣ ରେଳ ପ୍ରକଳ୍ପ କରାଯାଇଛି ବୋଲି କହିଛନ୍ତି ମନ୍ତ୍ରୀ । ଏହି ରେଳ ପ୍ରକଳ୍ପ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ରେୱାରୁ ଇଟାୱାରୀ ପର୍ଯ୍ୟନ୍ତ ରେଳ ସେବା ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Feb 22, 2021, 9:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.